ହେଡଲାଇନସ୍:

"ଭଲ କାମ ପ୍ରତି ମୁହୂର୍ତ୍ତରେ ଶୁଭ ଓ ଖରାପ କାମ ପ୍ରତି ମୁହୂର୍ତ୍ତରେ ଅଶୁଭ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ଧ ବିଶ୍ୱାସ ନିବାରଣ ପାଇଁ ବାଲ୍ ମୁକୁନ୍ଦ କେନ୍ଦ୍ର ପକ୍ଷରୁ  'ମୁହୂର୍ତ୍ତ ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଶିଶୁପ୍ରେମୀ ଦିଲୀପ କୁମାର ବଳି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମୟ ଶୁଭ ବା ଅଶୁଭ ;  ଭଲ ବା ଖରାପ ହୋଇ ନ ଥାଏ ।  ଭଲ କାମ ପ୍ରତି ମୁହୂର୍ତ୍ତରେ  ଶୁଭ ଓ ଖରାପ କାମ ପ୍ରତି ମୁହୂର୍ତ୍ତରେ ଅଶୁଭ ବୋଲି କେନ୍ଦ୍ରର ଶିଶୁ ମାନଙ୍କୁ ବୁଝାଇଥିଲେ ଓ ଏଥିସହିତ   ଗଣିତ ଶିକ୍ଷା ପ୍ରଦାନ କରିଥିଲେ।

  ପରେ ସାପ୍ତାହିକ ଆଲୋଚନାରେ ବିଶ୍ୱ  ମାତୃଭାଷା ଦିବସ ଏବଂ ମହାଶିବରାତ୍ରୀ ବିଷୟରେ ଆଲୋଚନା ହୋଇଥିଲା।

  କଟକ ଜିଲ୍ଲାର ବାଆଁରା ଗ୍ରାମରେ ଜଗତଗୁରୁ କୃପାଳୁ ଏକକ ବିଶ୍ବବିଦ୍ୟାଳୟ ହେବାପାଇଁ ବିଧାନସଭାରେ ପାରିତ ହୋଇଥିବା ଯୋଗୁଁ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସୂଚନା ଦେବା ସହ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏଥିରେ ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୫୦ % ସ୍ଥାନ ସଂରକ୍ଷଣ ରହିବ ।

 

 

 

 

  

 

0
0
0
s2sdefault