ହେଡଲାଇନସ୍:

ଗୋଧନେଶ୍ଵର ମନ୍ଦିରରେ ମହାଶିବରାତ୍ରି : ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀ ଗୋଧନେଶ୍ଵର ମନ୍ଦିରରେ ମହାଶିବରାତ୍ରି ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ଶୁକ୍ରବାର ସକାଳୁ ରୀତିନୀତି ଅନୁସାରେ ମୁଖ୍ୟ ଦ୍ୱାର ଫିଟା କାର୍ଯ୍ୟକ୍ରମ ହୋଇଥିଲା । ଭୋର ୬ ଟାରୁ ସମସ୍ତ ଶ୍ରଦ୍ଧାଳୁ ମାନେ ଶାନ୍ତି ଶୃଙ୍ଖଳାର ସହ ଲମ୍ବା ଲାଇନରେ ରେ ଶିବ ଭଗବାନଙ୍କୁ  ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ସମୟରେ ହଜାରହଜାର ମହିଳା ପୁରୁଷ ନିର୍ଯଲା ଉପବାସ ରେ ଜାଗରଜାଳି ଉଜାଗର ରହି  ରାତି ପ୍ରାୟ ୧୨ଟା ସମୟରେ ମହାଦୀପ ଉଠିବା ପଯ୍ୟନ୍ତ ଅପେକ୍ଷା କରିଥିଲେ । ଏହି ଅବସରରେ ମନ୍ଦିର ପରିସରରେ ଅଷ୍ଟ ପହରି ନାମ ଯଜ୍ଞ, ପୁରାଣ ପାଠ, ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ କଳସ ଶୋଭାଯାତ୍ରା ବାହାରି ନାମ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏଥିରେ ପୂଜକ ନିତ୍ୟାନନ୍ଦ ପଣ୍ଡା ଓ ପପୁ ପଣ୍ଡା ରହିଥିବା ବେଳେ ଘୁଣ୍ଡୁ ବିଶି ସହପତ୍ନୀ କର୍ତ୍ତା ଦାଇତ୍ବ ତୁଲାଇଥିଲେ । ଏଥିରେ ଗୋଧନେଶ୍ଵର ପୂଜକ ସଂଘର କର୍ମକର୍ତ୍ତା  ମାନେ ସହଯୋଗ କରିଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ସୁବଳୟା ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ପୋଲିସ ଦଳ ମୁତୟନ ହୋଇଥିହେ।

0
0
0
s2sdefault