ହେଡଲାଇନସ୍:

ଟ୍ରକ - ପିକଅପ୍ ଧକ୍କା : ୩ ମୃତ ୮ ଗୁରୁତର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେପରୁଆ ଗାଡି ଚାଳନା ,ଟ୍ରକ ଡାଇଭର ଫେରାର ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଠାରୁ ସମ୍ବଲପୁର ମୁଖ୍ୟ ରାସ୍ତା ଉଲୁଣ୍ଡା ମେଟାକାନୀ ପୀଠ ନିକଟସ୍ଥ ପଣ୍ଡିକିଟାଲ ଠାରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଯାତ୍ରୀଙ୍କ ସମତେ ଗାଡି ଚାଳକ ଙ୍କ ସହ ୩ ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ଯାତ୍ରୀ ଦ୍ବୟ କ୍ଷେମାଲୋଏ ଗ୍ରାମର ତେଜରାଜ ବାଘ (୫୫) ଉତ୍ତମ ଡୁଙ୍ଗରିଆ (୨୮) ବୋଲି ଜଣାପଡ଼ିଛି । ମୃତ ଚାଳକ ବାବୁଲା ମହାକୁର ଓ ଚିକିତ୍ସା ପାଇଁ ସମ୍ବଲପୁର ଅଣାଯିବା ବେଲେ ଚାଳକ ଶ୍ରୀ ମହାକୁର ମୃତ୍ୟୁ ଘଟିଛି । ସେହିପରି ଗୁରୁତର ମାନଙ୍କ ମଧ୍ୟରେ ରାନୀପାଲୀ ଗ୍ରାମର ବିଶ୍ଵାମିତ୍ର, ସବ୍ୟସାଚୀ ,କ୍ଷେମାଲୋଏ ଗ୍ରାମ ର ଗୌର, ସୁରେନ୍ଦ୍ର, ଠାକୁର, ବଡାଲି ଗ୍ରାମ ର ଝାପୁ ବେହେରା ଓ ଛତିଶଗଡ ର ଦୟା ମାଳି ବୋଲି ସୂଚନା ମିଳିଛି । ସୂଚନା ମୁତାବକ ସମ୍ବଲପୁର ପଟୁ ସୋନପୁର ଆଡକୁ ଏକ ଟ୍ରକ ଆସୁଥିଲ ବେଳେ ବିପରୀତ ଦିଗରୁ ଏକ ବ୍ୟାଣ୍ଡପାଟି ଦଳକୁ ନେଇ ଏକ ବୋଲେରୋ ପିକଅପ୍ ଏସ୍  ରାମପୁର ରୁଷୁଡା ଗ୍ରାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଉଲୁଣ୍ଡା ପୁଲିସ ପହଞ୍ଚି ଦମକଳ ଗାଡି ଯୋଗେ ସମସ୍ତଙ୍କୁ ଉଲୁଣ୍ଡା ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଜଣଙ୍କୁ ମୃତ ଘୋଷଣା କରିଥିବା ବେଲେ ଅନ୍ୟସମସ୍ତ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନା ପଠାଇ ଦିଆଯାଇଛି । ଦୁର୍ଘଟଣା ହୋଇଥିବା ଉଭୟ ଗାଡିକୁ ପୋଲିସ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଆଇ ଆଇ ସି ବିଦୂଭୂଷଣ ପୁଟା ସୂଚନା ଦେଇଛନ୍ତି ।

0
0
0
s2sdefault