ହେଡଲାଇନସ୍:

ଦୁଃଖବୁଝିଲେ ଜିଲ୍ଲାପାଳ, ଅଭାବୀ ମହରା ପରିବାରକୁ ଦେଲେ ସହାୟତାର ପ୍ରତିଶ୍ରୁତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଖପ୍ରାଖୋଲ/ସୁଦୀପ୍ତ ରଞ୍ଜନ ସୁଆର : ସରକାରୀ ଚାକିରୀଆମାନେ ନିଜ ଦରମା ଓ ଅନୁବନ୍ଧିତ କାର୍ଯ୍ୟ ମଧ୍ୟରେ ସୀମିତ ରହିବାକୁ ପସନ୍ଦ କରୁଥିବା ସବୁବେଳେ ଦେଖିବାକୁ ମିଳେ। କିଛି କର୍ମଚାରୀ ନିଜ ସରକାରୀ କାର୍ଯ୍ୟ ସମ୍ପାଦନ କରିବାକୁ ଲାଞ୍ଚଖୋର ମନୋବୃତ୍ତି ଆପଣାଉଥିବା ନେଇ ମଧ୍ୟ ସମୟ ସମୟରେ ଚର୍ଚ୍ଚା ହୋଇଥାଏ। ହେଲେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି |  ଲୋଇସିଂହା ଗ୍ରାମର ପିଙ୍କି ମହରା ନିଜର ବାପାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ  ଜିଲ୍ଲାପାଳଙ୍କୁ ଗତ ତାରିଖ 17.02.2020 ରେ ଅଭିଯୋଗ କରିଥିଲେ । ହେଲେ ଦାରିଦ୍ର୍ୟର ତାଡ଼ନାରେ ଥିବା ପିଙ୍କି ବ୍ଲକ ପରିସରରେ ଥିବା କୌଣସି ବ୍ୟକ୍ତିକୁ ହାତଗୋଡ ଧରି ଦରଖାସ୍ତ ଲେଖାଇଦେଲେ ସିନା ହେଲେ ପାଟଣାଗଡ ଅଭିଯୋଗ ପ୍ରକୋଷ୍ଠରେ ଚାଲୁଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିରରେ ନିଜ ବାପା ମାଁ ଓ ଭାଇ ଭଉଣୀଙ୍କୁ ଚାଲିଚାଲି ପହଞ୍ଚିବାକୁ କଷ୍ଟ ଅନୁଭବ କରିଥିଲେ ମଧ୍ୟ କିଛି କର୍ମଚାରୀଙ୍କ ସହାୟତାରେ ଜିଲ୍ଲାପାଳଙ୍କୁ ଯାଇ ଅଭିଯୋଗ ଜଣାଇଥିଲେ। ପ୍ରିୟଙ୍କା ମହରା ପିତା: ସୁବର୍ଣ୍ଣ ମହରା (47) ଗ୍ରାମ/ପୋଷ୍ଟ: ଲୁହାସିଂହା ଥାନା:ଲରମ୍ଭା ଜିଲ୍ଲା:ବଲାଙ୍ଗୀରର ସ୍ଥାୟୀ ବାସିନ୍ଦା ଅଟନ୍ତି |  ତାଙ୍କ ବୟସ 20ବର୍ଷ | ତାଙ୍କ ପରିବାରରେ ମା  ଜୟନ୍ତୀ(42) ଭଉଣୀ ରିଙ୍କି(11) ଓ ଭାଇ ସୁରଜ(9)ବର୍ଷର ଜଣେ ଭିନ୍ନକ୍ଷମ | 5 ଜଣଙ୍କୁ ନେଇ ଅଭାବୀ ପରିବାର .ପ୍ରିୟଙ୍କା ବର୍ତ୍ତମାନ ଅବିବାହିତ ଅଟନ୍ତି |  ବାପା ସୁବର୍ଣ୍ଣ ଲୁଗାବୁଣା କାମକରି ପ୍ରତିପୋଷଣ କରୁଥିବା ସମୟରେ ପ୍ରାୟ 4ବର୍ଷ ହେବ ଅକସ୍ମାତ ପେଟ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କ ପକ୍ଷେ ଲୁଗାବୁଣି କାମକରି ପରିବାର ପୋଷଣ କରିବା ସମ୍ଭବପର ହେଉନାହିଁ | ପରିବାର ସଦସ୍ୟଙ୍କ କିଛି ଜମିଥିବାରୁ ପରିସ୍ଥିତିରେ ବାଧ୍ୟ ହୋଇ ସେ ନିଜ ଜମି ବନ୍ଧକ କରି ଚିକିତ୍ସା ପାଇଁ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି | ଲୋକଙ୍କ ଠାରୁ ମଧ୍ୟ ଧାର ଉଧାର କରି ଶରୀର ସୁସ୍ଥ ହେବା ପାଇଁ ଚେଷ୍ଟିତ ହେଲେ ମଧ୍ୟ କିଛି ସୁଫଳ ମିଳିନାହିଁ | ଯଦ୍ଦ୍ଵାରା ସେ ନିରାଶ ହୋଇ ଭାଙ୍ଗିପଡିଛନ୍ତି. ଏହି ପରିସ୍ଥିତିରେ ପରିବାର ପ୍ରତିପୋଷଣର ଦାୟିତ୍ୱ ପଡିଥିଲା ସବୁଠାରୁ ବଡ ଝିଅ ପ୍ରିୟଙ୍କା ଉପରେ. ସେ ନିଜ ପାଠପଢା ଦଶମ ଶ୍ରେଣୀରୁ ବନ୍ଦକରି କିଛି ରୋଜଗାର କରି କୁଟୁମ୍ବ ପୋଷୁଛନ୍ତି .ଏହି ଭଳି ଦୁଃଖଦ ଘଟଣା ଜାଣିଲା ପରେ ତାଙ୍କ ଗାଁର ଜଣେ ଉଚ୍ଚଶିକ୍ଷିତ ସମାଜସେଵୀ ମୋହନ ଭାଇ ଆଗେଇ ଆସିଥିଲେ |  ବଡ ଝିଅ ପିଙ୍କିକୁ ପାଟଣାଗଡ ଅଭିଯୋଗ ପ୍ରକୋଷ୍ଠରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ  ପରିବାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ଦରଖାସ୍ତ ଦେଇଥିଲେ | ଦାବୀ ଶୁଣି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ତାଙ୍କ ଅଭାବୀ ପରୀବାର ପାଇଁ ଚାଉଳ ଓ ଆବାସ ଯୋଗାଣ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ | ଏହା ବ୍ୟତୀତ ତୁରନ୍ତ ତା ପରଦିନ ପାଟଣାଗଡ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଉପ-ଜିଲ୍ଲାପାଳଙ୍କ ସହ ଭେଟ ହେଵା ପାଇଁ କହିଥିଲେ | ତା ପରଦିନ ପ୍ରିୟଙ୍କା ମହରା ତାଙ୍କ ବାପାଙ୍କ ସହ ପାଟଣାଗଡ ଉପ-ଜିଲ୍ଲାପାଳଙ୍କ ପାଖକୁ ଗଲାପରେ ସେ ତାଙ୍କୁ ତୁରନ୍ତ ଦଶହଜାର ଟଙ୍କାର ଅର୍ଥରାଶିର ଚେକ ପ୍ରଦାନ କରିଥିଲେ | ହେଲେ ଦେଖାଯାଉ ପ୍ରିୟଙ୍କା ପ୍ରିୟଙ୍କାଙ୍କ ପରିବାରର ଦୈନ୍ୟତାକୁ ଦୃଷ୍ଟିରେ ରଖି ତୁରନ୍ତ 35 kg ଚାଉଳ ଓ ରହିବା ପାଇଁ ବାସଗୃହଟିଏ ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କ ପ୍ରତଶ୍ରୁତି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ଓ ଯୋଗାଣ ତାହା କେବେ କରୁଛି | ଜିଲ୍ଲାପାଳଙ୍କ କାର୍ଯ୍ୟଶୈଳୀରେ ଖୁସି ବ୍ୟକ୍ତ କରି ପ୍ରିୟଙ୍କା ଓ ତାଙ୍କ ପରିବାର ଅରବିନ୍ଦ ଡାକୁଆଙ୍କୁ ଭୁୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି |.ପ୍ରିୟଙ୍କାଙ୍କ ପରିବାରକୁ ଆବଶ୍ୟକ ସହାୟତା ତୁରନ୍ତ ଜୋଗାଇଦେବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି | 

 

0
0
0
s2sdefault