ହେଡଲାଇନସ୍:

ବିଶ୍ୱ ପ୍ରସିଦ୍ଧ ହୁମା ବକ୍ର ମନ୍ଦିର ଠାରେ ବିଶ୍ୱ ମାତୃଭାଷା ଦିବସ ପାଳିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସମ୍ବଲପୁରୀ ମାତୃଭାଷା ଅଭିଯାନର ଶୁଭାରମ୍ଭ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ପବିତ୍ର ମହାଶିବରାତ୍ରି  ଅବସରରେ  ଶୈବ ଭକ୍ତ ଙ୍କ ପାଇଁ ଦିନଟି ଯେତିକି ମହତ୍ୱପୂର୍ଣ୍ଣ ବିଶ୍ୱ ମାତୃଭାଷା ଦିବସ ବି ଅନୁରୂପ ଭାବେ କବି ଲେଖକ ଭାଷା ପ୍ରେମୀଙ୍କ ପାଇଁ ଦିନଟି ସେତିକି ଗୁରୁତ୍ୱ ବହନ କରିଥାଏ । ପବିତ୍ର ମହାଶିବରାତ୍ରୀ ଅବସରରେ ବିଶ୍ୱ ପ୍ରସିଦ୍ଧ ହୁମା ବକ୍ର ମନ୍ଦିରରେ ହଜାର ହଜାର ଭକ୍ତ ଙ୍କ ଭିଡ ଜମି ଥିବା ବେଳେ ସମ୍ବଲପୁରୀ ଭାଷା ସଂସ୍କୃତି ର  ପ୍ରଚାର ପ୍ରସାର ପାଇଁ ୨୦୧୩ ମସିହାରୁ କାର୍ଯ୍ୟ କରିଆସୁଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ  ସାହାସପୁର ଶାଖା ଗଠିତ ହୋଇଯାଇଛି । ହୁମା ଅଞ୍ଚଳରେ ଏହି ଶାଖା ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ର  ପ୍ରଚାର ପ୍ରସାର ଦିଗରେ  କାର୍ଯ୍ୟ କରିବା ନେଇ ସଂକଳ୍ପ  ନେଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ସାହାସପୁର ଶାଖା ପକ୍ଷରୁ ଆଜି ପ୍ରଥମ କାର୍ଯ୍ୟକ୍ରମ ଭାବରେ ହୁମା ବକ୍ର ମନ୍ଦିର  ପରିସରରେ ବିଶ୍ୱ ମାତୃଭାଷା ଦିବସ  ପାଳିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଜନଗଣନା ସମୟରେ ପଶ୍ଚିମାଞ୍ଚଳ ବାସୀ ସମ୍ବଲପୁରୀକୁ ନିଜର ମାତୃଭାଷା ଭାବେ ଉଲ୍ଲେଖ କରିବାକୁ  ଅନୁରୋଧ କରାଯାଇଥିଲା । ଏନେଇ ଲୋକଙ୍କୁ ସଚେତନ  କରିବା ପାଇଁ ଶ୍ରୀ ଶ୍ରୀ ବିମଲେଶ୍ବର ବାବାଙ୍କ ବକ୍ର ମନ୍ଦିରରୁ ପଶ୍ଚିମାଞ୍ଚଳ ଏକତା ମଂଚ ଅଭିଯାନ ଆରମ୍ଭ କରିଥିଲା । ଏହି ଅବସରରେ ସମ୍ବଲପୁରୀ କବିତା  ଆସରର ଆୟୋଜନ କରାଯାଇଥିଲା । 

         ପଶ୍ଚିମାଞ୍ଚଳ ଏକତା ମଂଚ ସାହାସପୁର ଶାଖା ର ସଂଯୋଜକ ରାଧାକାନ୍ତ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବଲପୁରୀ କବିତା ଆସରରେ ବରଗଡ, ଝାରସୁଗୁଡା, ସୋନପୁର, ବୌଦ୍ଧ  ଏବଂ ସମ୍ବଲପୁର ର ବିଭିନ୍ନ ଅଂଚଲରୁ ଆସିଥିବା 25ରୁ ଉର୍ଦ୍ଧ୍ବ କବି କବିତା ପାଠ କରିଥିଲେ  ।

              କାର୍ଯ୍ୟକ୍ରମ   ଆୟୋଜନ ରେ  ସନତ ସାହୁ, ପଙ୍କଜିନୀ ମେହେର, ଆଭାସ ପଣ୍ଡା , ହୁମା ଶିବରାତ୍ରୀ ମେଳା କମିଟି ର ହେମନ୍ତ କୁମାର  ପଣ୍ଡା, ସୁଜିତ  ସାହୁ, ଶିବ ଶଙ୍କର ପଧାନ, ଅର୍ଜୁନ ମେହେର  ପ୍ରମୁଖ  ସହଯୋଗ କରିଥିଲେ ।

0
0
0
s2sdefault