ହେଡଲାଇନସ୍:

୫-ଟି ଇମ୍ପାକ୍ଟ : ପ୍ରଶାସନରେ ବଢ଼ୁଛି ଦାୟିତ୍ୱବୋଧ, ବୃଦ୍ଧି ପାଉଛି ତତ୍ପରତା 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀ ଇ ଅଭିଯୋଗ ପ୍ରକୋଷ୍ଠରେ ଆବେଦନ କରି ମିଳିଲା ତ୍ୱରିତ ନ୍ୟାୟ 

ବରଗଡ (ଶାସକ ପ୍ରଶାସକ) : ଲୋକମାନଙ୍କ ନିକଟରେ ପ୍ରଶାସନକୁ ଅଧିକ ଉତ୍ତରଦାୟୀ କରାଇବା ସହ ଧାର୍ଯ୍ୟ ସମୟ ଭିତରେ ଯୋଜନାର ସୁଫଳ ପହଂଚାଇବା ପାଇଁ ୫ ଟି- ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | କେହି ଗ୍ରହଣ କରୁ ବା ନାକରୁ, ପ୍ରଶାସନରେ ୫ ଟି ର ପ୍ରଭାବ ଅନେକାଂଶରେ ପଡିଛି | କିଲଟରୀ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଆଉ ଏସପି ଅଫିସଠୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ସର୍ବୋପରି ସିଡିଏମଓ ଅଫିସଠୁ ଆରମ୍ଭ କରି ପିଏଚସି ପର୍ଯ୍ୟନ୍ତ ସବୁଠି ବଢିଛି ଦାୟିତ୍ୱବୋଧ ଆଉ ବୃଦ୍ଧି ପାଇଛି ତତ୍ପରତା | ଆଉ ୫ଟି ଅଦୃଶ୍ୟ ଓ ଅପ୍ରତ୍ୟାଶିତ ଖଣ୍ଡା ଏବେ ଡେମୋକ୍ଲୀସର ଖଣ୍ଡା ଭଳି କିଛି ଅଭ୍ୟାସଗତ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ସୃଷ୍ଟି କରିଛି | ଯୋଉ କାମ ବର୍ଷ ବର୍ଷ ମାସ ମାସ ପଡି ରହୁଥିଲା ତାହା ଏବେ ମାତ୍ର ଯେଇଁ ଦିନରେ ସମ୍ଭବ ହେବ ଆରମ୍ଭ ହୋଇଛି | ସେବା ର ବେଗ ବଢିଛି | ଯାହାର ଜ୍ୱଳନ୍ତ ଉପଭୋକ୍ତା ହେଉଛନ୍ତି ବରଗଡ଼ ଜିଲ୍ଲା ପାଇକମାଳର ମହାଦେବ ବେହେରା | 

ମହାଦେବ ବେହେରା ଗତ ୨୦୧୪ ମସିହାରେ ୧୨ ଡିସିମିଲ ଜମିକୁ  କିସମ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଥିଲେ ।ସେବେଠୁ ବାରମ୍ବାର ଅନୁରୋଧ କଲେ ବି କିଛି ସୁଫଳ ମିଳିନଥିଲା | ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ଆବେଦନଙ୍କୁ ବିଳମ୍ବିତ କାରିବ ଘଟଣାରେ ସେ ନିରାଶ ହୋଇ ନ ମିଲିବାରୁ ଗତ ୨୦୧୯ ମୁଖ୍ୟମନ୍ତ୍ରୀ ଇ ଅଭିଯୋଗରେ ଆବେଦନ କରିଥିଲେ। ଯାହାର ପଞିକରଣ ନଂ CMOFF/E/୨୦୧୯/ ୦୫୮୪୮ ଅଟେ । ଗୁରୁବାର ରାତିରେ ରାତିରେ ଫୋନ କରି ଯଥା ଶୀଘ୍ର କିସମ ପରିବର୍ତ୍ତନ ପଟା ନେଇଯିବା ପାଇଁ ତହସିଲଦାର କହିଥିଲେ । ମହାଦେବ ହଠାତ ବିଶ୍ୱାସ କରିନଥିଲେ | ଭାବିଥିଲେ ପରଦିନ ତ ଛୁଟି ଆଉ ଶିବରାତ୍ରି, ଛୁଟିରେ କି ପଟ୍ଟା ଦେବେ ! ବିଶ୍ୱାସ ହେଇ ନଥିଲା ଆଉ ଅବିଶ୍ୱାସ ବି କରିପାରିନଥିଲେ | କାରଣ ସେ ମୁଖ୍ୟମନ୍ତ୍ରୀଙ୍କ ଇ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ | ବୋଧ ହୁଏ କିଛି ହୋଇଯାଇଥିବ ! ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହଜାର ହଜାର ଅଭିଯୋଗ ଭିତରୁ ତାଙ୍କ ଅଭିଯୋଗ ପାଳି କାଁ ପଡ଼ିଥିବ ! ଏକଥା ଭାବି  ସେ ଶନିବାର ଯାଇ ତହସିଲ ଅଫିସରୁ ସ୍ଥିତି ବୁଝିନେବେ ବୋଲି ଚିନ୍ତାକଲେ | ସତକୁ ସତ ଶିବରାତ୍ରି ଛୁଟି ସତ୍ତ୍ୱେ ଶୁକ୍ରବାର ଦିନ ପୁଣି ଫୋନ ଯୋଗେ ଡାକିଲେ ତହସିଲଦାରଙ୍କ କାର୍ଯ୍ୟାଳୟରୁ | ସେଠାରେ ଯାଇ ପହଁଚିଲା ପରେ ନିଜେ ତହସିଲଦାର ସୁଶାନ୍ତ କୁମାର ରଣା  ଉପସ୍ଥିତ ଥିଲେ | ତାଙ୍କୁ ବସିବା ପାଇଁ ଚୌକି ଭଦ୍ରୋଚିତ ଆଚରଣ ପ୍ରଦର୍ଶନ ପୂର୍ବକ ନିଜେ ତହସିଲଦାର ଶ୍ରୀ ରଣା ୮ ( ୧) କିସମ ପରିବର୍ତ୍ତନ ପଟ୍ଟା ଟି ଧରାଇଦେଇଥିଲେ । 

ମୁଖ୍ୟମନ୍ତ୍ରୀ ଇ ଅଭିଯୋଗରୁ ନ୍ୟାୟ ପାଇଥିବାରୁ ସେ ଖୁସି ହେବା ସହ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ସେ ଅନେକ ବାର ଯାଇଛନ୍ତି ତହସିଲଦାର କାର୍ଯ୍ୟାଳୟ | ସେତେବେଳେ ପଟ୍ଟା କଥା କଣ ହେଲା ପଚାରିଲେ କହନ୍ତି "ୟାକୁ ପଚାର, ତାକୁ ପଚାର, ପରେ ଆସିବ " ଇତ୍ୟାଦି ଇତ୍ୟାଦି  |  ହେଲେ ଏବେ କିନ୍ତୁ ତହସିଲ ଅଫିସର କାର୍ଯ୍ୟଧାରାରେ ଆଉ ଆଚରଣରେ ସୁନ୍ଦର ପରିବର୍ତ୍ତନ ହୋଇଛି ବୋଲି ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବିଶ୍ୱନାଥ କାଟିବା ସହ  ପାଇକମାଳ ତହସିଲଦାର ତଥା କର୍ମଚାରୀ ମାନେ ମଧ୍ୟ ଉତ୍ତମ ଆଚରଣ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

 

0
0
0
s2sdefault