ହେଡଲାଇନସ୍:

ଏଠି କଣ ୫ଟି -ମୋ ସରକାର ଲାଗୁ ନୁହେଁ, ଗରିବ ଯୋଗ୍ୟ ହିତାଧିକାରୀ କଣ ସାବତ ଛୁଆ? 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାସୁଦେବପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାମ

ଆଠମଲ୍ଲିକ (ସନ୍ତୋଷ ମେହେର) ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କିଛିଦିନ ପୂର୍ବରୁ ବାସୁଦେବପୁର ପଞ୍ଚାୟତର ପ୍ରତ୍ୟେକ ଗାଁ ବୁଲି ନିର୍ବାହୀ ଯନ୍ତ୍ରୀ,ଗ୍ରାମ ରୋଜଗାର ସେବକ ଏବଂ କିଛି ଠିକା କର୍ମଚାରୀ ସର୍ଭେ କରିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଚିହ୍ନଟ କରିଥିଲେ । ମାତ୍ର ଦୁଃଖ ଓ ବିଡମ୍ବନାର ବିଷୟ ବର୍ତ୍ତମାନ ପଞ୍ଚାୟତକୁ ଆସିଥିବା ତାଲିକାରେ ପ୍ରକୃତ ହିତାଧିକାରୀଙ୍କ ନାମ ନ ଥିବାସ୍ଥଳେ ପୂର୍ବରୁ ଆବାସ ପାଇଥିବା ବ୍ୟକ୍ତି, ଅବିବାହିତ ଯୁବକ,ପୂର୍ବରୁ ସ୍ବାମୀ ପାଇଥିଲେ ବର୍ତ୍ତମାନ ସ୍ତ୍ରୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ଅଛି । ପ୍ରକୃତ ହିତାଧିକାରୀ ମନେ ଏହି ଯୋଜନାରୁ ବଂଚିତ ହେଉଥିବାରୁ ଲୋକମାନଙ୍କୁ ମନରେ କ୍ଷୋଭ ପ୍ରକାଶ ପାଇଛି I ଏ ନେଇ ବିଭାଗ ଭଲ ଭାବେ ତର୍ଜମା କରି ପ୍ରକୃତ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ସହିତ ଏପରି ଅନିୟମିତତା କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ଏ ସମ୍ପର୍କରେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ଯେଉଁ ହିତାଧିକାରୀଙ୍କ ନାମ ତାଲିକାରେ ନାହିଁ ବା ଅଯୋଗ୍ୟ ଲୋକଙ୍କ ନାମ ତାଲିକାରେ ଆସିଛି। ସେମାନେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ଅଭିଯୋଗ ବାକ୍ସରେ ଆପତ୍ତି ଅଭିଯୋଗର ଚିରିକୁଟ ପକେଇପାରିବେ ବୋଲି କହିଛନ୍ତି I

0
0
0
s2sdefault