ହେଡଲାଇନସ୍:

 ଓଡଗାଁରେ ଜାଗରଯାତ୍ରା ପାଳିତ:  ବାବା ଦୂତିକେଶ୍ୱର ମହାଦେବ, ରାମେଶ୍ୱର ଓ ପ୍ରଭୁ ଶ୍ରୀରଘୁନାଥଙ୍କ ପୀଠରେ ଜାଗର ଜାଳିଲେ ଶ୍ରଦ୍ଧାଳୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଆଜିର ପବିତ୍ର ଜାଗର ଯାତ୍ରା ଅବସରରେ ଶୁକ୍ରବାର ଓଡ଼ଗାଁ ନିକଟସ୍ଥ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠ, ରାମସାଗର ଠାରେ ବିରାଜିତ ବାବା ରାମେଶ୍ୱରଙ୍କ ପୀଠ ସହିତ ଓଡ଼ଗାଁର ଆରାଧ୍ୟ ପ୍ରଭୁ ଶ୍ରୀରଘୁନାଥଜିଉଙ୍କ ମନ୍ଦିର ପାଶ୍ୱର୍ଦେବତା ରାମେଶ୍ୱରଙ୍କ ନିକଟରେ ହଜାର ହଜାର ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ସମାଗମ ହୋଇଥିଲା । ମୁଖ୍ୟତଃ ଶୁଳିଆର ପାଦଦେଶରେ ବିରାଜିତ ପଶ୍ଚିମ ମୁଖା ଶୁଳିଆର ଶୁଳପାଣୀ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠରେ ଭୋର ୩ଟାରୁ  ଦ୍ୱାର ଫିଟା ହୋଇ ୪ଟା ପର୍ଯ୍ୟନ୍ତ ଅବକାଶ ନୀତି  ସମ୍ପନ୍ନ ହୋଇଥିଲା । ପରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ସପରିବାର ଲମ୍ବା ଧାଡିରେ ଆସି ବାବାଙ୍କ ଦର୍ଶନ ଲାଭ ସହିତ ପୂଜାର୍ଚ୍ଚର୍ନା କରିଥିଲେ । ସନ୍ଧରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜାଗର ଦୀପ ଜାଳିବା ପାଇଁ ଆସ୍ତାନ ଜମାଇଥିବା ଦେଖିବାକୁ ମିଳିଥିଲା ।

ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହିତ ବାବାଙ୍କ ମନ୍ଦିର ଚର୍ତୁପାଶ୍ୱ ସହିତ ନୂତନ ଭାବେ ପ୍ରତିଷ୍ଠିତ  ଶ୍ରୀ ଜଗନ୍ନାଥ ମନ୍ଦିର ସନ୍ନିକଟ ଖାଲି ସ୍ଥାନ ମାନଙ୍କରେ ଜାଗର ଦୀପ ପ୍ରଜ୍ୱଳନ କରିଥିଲେ । ଏହା ସହିତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ମନ୍ଦିର ପରିସରରେ ଥିବା ପୁସ୍କରିଣୀ ପାହାଚ ମାନଙ୍କରେ ସହସ୍ରାଧିକ ଅଖଣ୍ଡ ପ୍ରଦୀପ ସୁସଜ୍ଜିତ ଭାବେ ପ୍ରଜ୍ୱଳିତ କରିଥିଲେ ।ସେହିପରି ମଶାବାରୀ, ପନ୍ତିଖାରୀ ଶାସନ, ରଙ୍ଗଣୀ ପାଟଣା ଓ ଗୋଠବଣ ନୀଳକଣ୍ଠେଶ୍ୱର, ବାହାଡ଼ାଝୋଲାରେ ବିଜେ  ଫୁଲେଶ୍ୱର,  ରାବେରା ଗ୍ରାମରେ ବିଜେ ମଧୁକେଶ୍ୱର, ହେମାମାଳି ମନ୍ଦିର ପରିସରରେ ଥିବା ମହାଦେବଙ୍କ ପୀଠ ସମେତ ପ୍ରତି ଗାଁ ଗହଳୀରେ ପୂଜା ପଉଥିବା ମହାଦେବଙ୍କ ମନ୍ଦିରରେ  ଶ୍ରଦ୍ଧାଳୁ ଓ ମାନସିକଧାରୀ ଜାଗର ଜାଳି ପରିବାରର ମଙ୍ଗଳ କାମନା କରିଥିଲେ । ଶାନ୍ତିଶୃଙ୍ଖଳା ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ  କରାଯାଇଥିଲା । 

0
0
0
s2sdefault