ହେଡଲାଇନସ୍:

ଆଗରୁ ପାଇଥିବା ଲୋକ ପାଇଛନ୍ତି, କଚ୍ଚା ଘର ଥିବା ଯୋଗ୍ୟ ହିତାଧିକାରୀ ବାଦ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା  ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଗୁରୁବାର ଦିନ  ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଠାରେ ଅଭିଯୋଗ ହିତାଧିକାରୀ ମାନେ କରିଥିବା ଜଣାଯାଇଛି। ବରଗଡ ଜିଲ୍ଲାପାଳଙ୍କୁ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଦିଆଯାଇଥିବା ଲିଖିତ ଅଭିଯୋଗରେ ଗ୍ରାମ ପଞ୍ଚାୟତ ର ପ୍ରହଲ୍ଲାଦ ଜଗତ,ଜଗମୋହନ ହଂସ, ବସୁଦେବ ବିଭାର, ସଦାନନ୍ଦ ଜଗତ ଙ୍କ ଅଭିଯୋଗ ରୁ ଜଣାଯାଏ ଯେ ଛିନ୍ଦେଇକେଲା  ଗ୍ରାମ ପଞ୍ଚାୟତ ନିବାସୀ ହରିଜନ ପଡାର ପ୍ରହଲ୍ଲାଦ ଜଗତ,ଭାଗରଥି ଜଗତ, ବାସୁଦେବ ବିଭାର, ଚଇତନ ବିଭାର,ଲଳିତ ଜଗତ, ବାସମତି ଜଗତ,ଲମ୍ବୋଧର ଜଗତ,କମଲ ଜଗତ, ଲୁଭା ଜଗତ, ଗୋମତୀ ଜଗତ, ଛିନ୍ଦେଇକେଲା ଗ୍ରାମର ଜଗମନ ହଂସ, ସାର ହଂସ, ପ୍ରମୁଖଙ୍କ ନାମ ୨୦୧୭ - ୧୮ ମସିହାରେ ଏସଇସିସି  ଲିଷ୍ଟରେ  ଥିବାବେଳେ ଏବେ ଆଉ ସେ ଲିଷ୍ଟରେ ନାମ ନ ଥିବା ଅଭିଯୋଗ କରିଛନ୍ତି।

ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସବା ତଳେ ଥିବା ନାମ ଓ ଅବିବାହିତା ଏବଂ ଯେଉଁ ମାନେ ଘର ପାଇଛନ୍ତି ସେମାନଙ୍କୁ ଘର ଦିଆ ଯାଇଥିବା ବେଳେ କଚା ଘର ଥିବା ହିତାଧିକାରୀ ମାନଙ୍କ ନାମକୁ ଲିଷ୍ଟରୁ  କାଟି ଅନ୍ୟ ମାନଙ୍କୁ ଘର ଦିଆଯାଇଥିବା ଲିଖିତ ଅଭିଯୋଗରେ ଦର୍ଶାଇ ଛନ୍ତି । ତୁରନ୍ତ ଏହାର ସୁବିଚାର କରି ତୁରନ୍ତ ପଦକ୍ଷେପ  ନ ନେଲେ ପାଇକମାଳ ବ୍ଲକ କାର୍ଯ୍ୟାଳୟ ସମମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି।

 

0
0
0
s2sdefault