ହେଡଲାଇନସ୍:

ସଲା ବୁଢାର ବଦଲା ଚଳଚିତ୍ର ପ୍ରଦର୍ଶନ କରିବା ପାଇଁ ଦାବି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର ଆଇନକ୍ସ  ମେନେଜରଙ୍କୁ ଭେଟି ଆଲୋଚନା କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

     ସମ୍ବଲପୁର (ରମାକାନ୍ତ ବିଶ୍ବାଳ )-  ସମ୍ବଲପୁରୀ ଭାଷାରେ ନିର୍ମିତ ଚଳଚିତ୍ର ସଲା ବୁଢା ର ବଦଲା ର ପ୍ରଦର୍ଶନ କୁ ନେଇ ବର୍ତ୍ତମାନ ଚାରିଆରେ ଚର୍ଚା । ଚଳଚିତ୍ର ଟି ରିଲିଜ ହୋଇ ପଶ୍ଚିମାଞ୍ଚଳ ର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହେଲା ପରେ ମଧ୍ୟ ସମ୍ଵଲପୁର ରେ କାହିଁକି ତାହା ଏଯାଏଁ  ପ୍ରଦର୍ଶିତ ହୋଇ ପାରୁ ନାହିଁ ତାହାକୁ ନେଇ ଚଳଚିତ୍ର ପ୍ରେମୀ ଙ୍କ ମନରେ ଯେତିକି ଉତ୍କଣ୍ଠା ସେତିକି ଆକ୍ରୋଶ ଦେଖିବାକୁ ମିଳୁଛି । ବେଶ କିଛି ଦିନ ହେଲା ସାମାଜିକ ଗଣମାଧ୍ୟମ ରେ ଏହି ପ୍ରସଙ୍ଗ ମୁଖ୍ୟ ସ୍ଥାନ ନେଇ ସାରିଛି । ସମ୍ବଲପୁରୀ ପ୍ରେମୀ ସଙ୍ଗେ ସଙ୍ଗେ ଚଳଚିତ୍ର ପ୍ରେମୀ ସାମାଜିକ ଗଣମାଧ୍ୟମ ରେ ଆଇନକ୍ସ ମାଲିକ ଙ୍କ ବିରୋଧ ରେ ବିଷ ଉଗାଲୁଛନ୍ତି । ସାମ୍ପ୍ରତିକ ପରିସ୍ଥିତି କୁ ବିଚାର କରି ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ ର ଅଧିକାର ଓ ପ୍ରଚାର ପ୍ରସାର ପାଇଁ କାମ କରୁଥୁବା ଅଗ୍ରଣୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ନିଜ ଆଡୁ ପଦକ୍ଷେପ ଗ୍ରହଣ କରିଛି । 

         ଏହି ମର୍ମରେ ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସଦସ୍ୟ ସଦସ୍ୟା ଗଣ ସମ୍ଵଲପୁର ସିଟି ସେଣ୍ଟର ଠାରେ ଥିବା ଆଇଲେକ୍ସ କୁ ଯାଇ ଏହାର ପ୍ରଦର୍ଶନ ପାଇଁ ମେନେଜର ଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ବ୍ୟବସାୟିକ ଚୁକ୍ତିନାମା ହୋଇପାରୁନଥିବା ଯୋଗୁଁ ସମ୍ବଲପୁର ରେ ଏପର୍ୟ୍ଯନ୍ତ ଏହି ସିନେମା ରିଲୀଜ ହୋଇପାରିନାହିଁ । ତେବେ ସିନେମା ନିର୍ମାତା  ଆଇଲେକ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଏବଂ ପ୍ରିମିୟର ପାଇ ଦୁଇଟି  ପ୍ରସ୍ତାବ ଦିଆଯାଇଥିବା ଆଇଲେକ୍ସ ର ମେନେଜର  କହିଛନ୍ତି ।  ଅନ୍ୟ ପକ୍ଷରେ ଶଲାବୁଢାର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର ଙ୍କ ସହ ଫୋନରେ କଥା ହୋଇଥିବା  ବେଳେ, ଖୁବ ଶିଘ୍ର  ସମ୍ବଲପୁର ରେ ଶଲାବୁଢାର ପ୍ରିମିୟର  ପାଇଁ  ବ୍ୟବସ୍ଥା କରାଯାଉଥିବା ସେ କହିଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ନେତୃତ୍ୱରେ ଆବାହକ ଭବାନୀ ଶଙ୍କର ଭୋଇ, ଦେବାଶିଷ ବେହେରା, ରାଜେଶ ସ୍ୱାଇଁ, ଅତିଶ ରଞ୍ଜନ ବହିଦାର, ଅଭିଷେକ ମହାରଣା, ରାହୁଲ ଗୁପ୍ତା, ଆଭାଷ ପଣ୍ଡା, ଗୀତା ରାଣୀ ପଣ୍ଡା, କାନ୍ତି ମେହେର, ତିଲୋତ୍ତମା ପୁରୋହିତ, ସ୍ନେହଲତା କୁମାରୀ ଦେବୀ ପ୍ରମୁଖ ସାମିଲ ଥିଲେ ।ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡା  ଶାଖା ର  ସହଯୋଗ ଓ ପ୍ରଚାର ପ୍ରସାର ର ପ୍ରତିଶ୍ରୁତି ଦେବା ସହ ସମ୍ବଲପୁର  ଆସନ୍ତା ୨୧ ତାରିଖରୁ ଝାରସୁଗୁଡା ଠାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି । ସମ୍ବଲପୁର ରେ ମଧ୍ୟ ସବୁ  ପ୍ରକାର ସହଯୋଗ କରିବା କୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଫିଲ୍ମର ନିର୍ମାତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ।

0
0
0
s2sdefault