ହେଡଲାଇନସ୍:

ହେମଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୋଷ୍ଟ କେବେ ପୂରଣ ହେବ ???

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ / ହୋରାଚାନ୍ଦ ଦେଉରିଆ:-ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୋଷ୍ଟ କେବେ ପୂରଣ ହେବ ତାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ | ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ହେମଗିରି ବ୍ଲକ  | ପୂର୍ବରୁ ବଣେଇ ସବ କଲେକ୍ଟର ଭାବେ ବଣେଇ ଉପଖଣ୍ଡ ରେ କାର୍ୟ୍ଯ ରତଥିବା  ଶ୍ରୀଯୁକ୍ତ ପ୍ରଦୀପ ଡାଂଙ୍ଗ ଏହି ବ୍ଲକ ରେ ବିଡ଼ିଓ ଥିଲେ ତାଙ୍କର ପ୍ରମୋସନ ହୋଇଯିବା ପରେ ସେ ବଣେଇ ଉପ ଜିଲ୍ଲାପାଳ ଭାବରେ ଯୋଗ ଦେବା ପରଠାରୁ ଏହି ବ୍ଲକରେ ବିଡ଼ିଓଙ୍କ ପୋଷ୍ଟ ଖାଲି ପଡ଼ିଛି | ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ସରକାର ୫ଟି ଯୋଜନା ଆରମ୍ଭ ହେବା ବେଳୁ ଜନସାଧାରଣ ଙ୍କ ସରକାରଙ୍କ ଉପରେ ଆଶା ଏବଂ ଭରସା ଲାଗିରହିଛି କିନ୍ତୁ ଏହି ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ପୌରପାଳିକା ଅଧିକାରୀ ହିସାବରେ କାର୍ଯ୍ୟରତ ଥିବା ଶ୍ରୀଯୁକ୍ତ ଜଗଦୀଶ ମହାନନ୍ଦିଆ ଙ୍କୁ ହେମଗିରି ବ୍ଲକ ବିଡ଼ିଓ ପାଇଁ ଅର୍ଡର ଗୃହୀତ ହୋଇଥିବା ବେଳେ ମାସ ମାସ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ କାହିଁକି ବ୍ଲକ ଅଧିକାରୀ ଭାବରେ ଯୋଗ ଏପର୍ଯ୍ୟନ୍ତ ଦିଆଯାଉ ନାହିଁ ତାହାହିଁ ଏବେ ମୋ ସରକାର୫ଟି ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଏହି ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଗରିବ ନୀରିହ ଜନସାଧାରଣ ପ୍ରାୟତଃ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନ ଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ରହୁଛନ୍ତି |  ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ହେମଗିରି ବ୍ଲକ ଅଧିକାରୀ ଭାବରେ ଅର୍ଡର ହୋଇଥିବା ଶ୍ରୀଯୁକ୍ତ ମହାନନ୍ଦିଆଙ୍କୁ ତୁରନ୍ତ ଏହି ବ୍ଲକରେ ଯୋଗ ଦେବାପାଇଁ ଆଦେଶ ନାମ ଜାରୀ କରନ୍ତୁ ବୋଲି ସାଧାରଣରେ ମତପ୍ରକାଶ ପାଇଛି  |

0
0
0
s2sdefault