ହେଡଲାଇନସ୍:

ମୋହନ ଦାଶ ହେଲେ ସମ୍ଵଲପୁର ମହାନଗର ନିଗମର ସାଂସଦ ସ୍ଥାୟୀ ପ୍ରତିନିଧି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ଵଲପୁର ସାଂସଦ ଶ୍ରୀଯୁକ୍ତ ନିତେଶ ଗଙ୍ଗଦେଵ ସମ୍ବଲପୁର ମହାନଗର ନିଗମ ପାଇଁ ତାଙ୍କର ସ୍ଥାୟୀ ପ୍ରତିନିଧି ଭାବରେ ପୁରୁଣା ବିଜେପି କର୍ମୀ ଶ୍ରୀ ମୋହନ ଦାଶ ଙ୍କୁ ମନୋନୀତ କରିଛନ୍ତି । ଏହି ବିଷୟରେ ଅବଗତ କରାଇବା ପାଇଁ ସେ ତାଙ୍କର ମନୋନୟନ ପତ୍ର  ସମ୍ବଲପୁର ଜିଲ୍ଲାପାଳଙ୍କୁ ଲେଖିଛନ୍ତି ଓ ଏହାର ଏକ କପି ସମ୍ଵଲପୁର ମହାନଗର ନିଗମ ର ପୌର ଆୟୁକ୍ତ ଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି । ଏଣିକି ସମ୍ବଲପୁର ମହାନଗର ନିଗମ ର ସମସ୍ତ ଜରୁରୀ କାର୍ଯ୍ୟକ୍ରମ ଓ ବୈଠକରେ ସାଂସଦ ଙ୍କ ଅନୁପସ୍ଥିତି ରେ ଶ୍ରୀ ଦାଶ ତାଙ୍କର ପ୍ରତିନିଧିତ୍ୱ କରି କାର୍ଯ୍ୟ ସମ୍ପାଦନ କରିବେ । ବିଜେପି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ମାନସ ରଞ୍ଜନ ବକ୍ସି ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମ କୁ ଏହି ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସାଂସଦ ଶ୍ରୀଯୁକ୍ତ ଗଙ୍ଗଦେଵ ଙ୍କୁ ଧନ୍ୟବାଦ ଓ ଶ୍ରୀ ଦାଶ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault