ହେଡଲାଇନସ୍:

ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅହେତୁକ ପରୀକ୍ଷାଦେୟ ବୃଦ୍ଧିକୁ ନେଇ ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରତିବାଦରେ ସାମିଲ ହେଲେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଉଉର ଓଡିଶା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ମନୋମୁଖି ପରୀକ୍ଷାଦେୟ ବୃଦ୍ଧିକୁ ବିରୋଧ କରି ଆଜି ମୟୂରଭଞ୍ଜ ଜିଲ୍ଲାର କୋଣ  ଅନୁକୋଣରୁ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟରେ ପହଁଞ୍ଚି ପରୀକ୍ଷା ନିୟନ୍ତ୍ରଣ ଅଧିକାରୀଙ୍କ ସମ୍ମୁଖରେ ଦାବୀପତ୍ର ଉପସ୍ଥାପନ କରିଛନ୍ତି । ଗତବର୍ଷ ଅନର୍ସ ପରୀକ୍ଷା ଫି. ଟ.୯୧୦ଙ୍କା ଓ ପାସର  ପରୀକ୍ଷା ଫି ଟ.୮୧୦ଙ୍କା ଥିଲା । ଚଳିତ ବର୍ଷ ଅନର୍ସ ପରୀକ୍ଷା ଫି. ଟ.୧୫୧୦ଙ୍କା ଓ ପାସର  ପରୀକ୍ଷା ଫି. ଟ୧୨୫୦ଙ୍କା ବୃଦ୍ଧି କରିଛନ୍ତି ଏବଂ ଗତ ବର୍ଷ ଲେଟ୍ ଫର୍ମ ଫିଲାପ ଫାଇନ୍ ଫି ଟ. ୫୦ଙ୍କା ଓ ୧୦୦ଟଙ୍କା ଥିଲା ବେଳେ ଚଳିତ ବର୍ଷ ଫର୍ମ ଫିଲାପ ଫାଇନ୍ ୧୦୦ଟଙ୍କା ଓ ୪୦୦ଟଙ୍କା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏହି ବର୍ଦ୍ଧିତ ଫିକୁ ଦେବାପାଇଁ ଅସମର୍ଥ । ତେଣୁ ଏହି ବର୍ଦ୍ଧିତ ଫିକୁ ବିରୋଧ କରି ସାରା ମୟୂରଭଞ୍ଜର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ଛାତ୍ର ନେତା ସୁନିଲ କୁମାର ନାୟକ ଓ ଶଙ୍କରଷଣ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଛାତ୍ରୀ ତଥା ବାଇଗଣବାଡିଆ ମହାବିଦ୍ୟାୟ, ଶ୍ରୀମା ମହିଳା ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ସୀମାନ୍ତ ମହାବିଦ୍ୟାଳୟ, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ, ବାରିପଦା ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ହୋଇ ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ ଦାବୀପତ୍ର ଉପସ୍ଥାପନ କରିଛନ୍ତି, ଏବଂ ୨ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ  କରିବା ନିମନ୍ତେ ଚେତାବନି ଦେଇଛନ୍ତି ।  ଉକ୍ତ ଦାବୀରେ ଉପସ୍ଥିତ ପବିତ୍ର ଗିରି, ଆଶୁତୋଷ ସେଠୀ, ସୁମନ୍ତ ଜେନା, ରାଜେଶ କୁମାର ସେଠୀ, ସୌରଭ ଗିରି, ସ୍ୱସ୍ତିକ ଗିରି, ରଶ୍ମିରେଖା ମଣ୍ଡଳ, ଲୋପାମୁଦ୍ରା ସାହୁ, ରକ୍ମିଣୀ ମଣ୍ଡଳ,  ପଦ୍ମିନୀ ହାଁସଦାଃ, ଲକ୍ଷ୍ମୀ ସୋରେନ, ଚଞ୍ଚଳା ବେହେରା, ଦେବଶ୍ରୀ ମହାନ୍ତ, ପୂଜା ବାସଙ୍ଗ, ପ୍ରିୟଦର୍ଶିନୀ ଦଳେଇ, ବାସନ୍ତି ବେଶ୍ରା, ମିତୁ ମହାନ୍ତ, ବର୍ଷାରାଣୀ ପାତ୍ର, ସୁନନ୍ଦନ ମୋଦି, ଆଲପନା, ବିଶ୍ୱ ରଂଜନ ଧିର, ପ୍ରକାଶ ଖିଲାର, ସମୀର କୁମାର କଲିଆ, ଅବିନାଶ ବେହେରା, ଭବାନି ଶଙ୍କର ସିଂ ଓ ଦେବ ଦୁଲାଲ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault