ହେଡଲାଇନସ୍:

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ଉଦ୍ଘାଟିତ ହେଲା ଜରାରୋଗୀ ଓ୍ୱାର୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାର୍ଦ୍ଧକ୍ୟଗ୍ରସ୍ତ ବରିଷ୍ଠ ନାଗରିକମାନେ ହେବେ ଉପକୃତ : ନବ ଦାସ 

ଭୁବନେଶ୍ୱର:  ମୋ ସରକାର ଓ ୫"ଟି' କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଉଥିବାବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା ମାନକ କ୍ଷେତ୍ରରେ ଆଖି ଦୃଶିଆ ପରିବର୍ତ୍ତନ ସମ୍ଭବ ହୋଇପାରିଛିା କ୍ୟାପିଟାଲ୍ ହସ୍ପିଟାଲର  କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ଆଜି ହସ୍ପିଟାଲ୍ ପରିସରରେ ବୃଦ୍ଧବୃଦ୍ଧାମାନଙ୍କ କ୍ଷେତ୍ରରେ ବୟସାଧିକ କାରଣରୁ ଦେଖା ଦେଉଥିବା ରୋଗର ଚିକିତ୍ସା ପାଇଁ ଜରାରୋଗୀ ଓ୍ୱାର୍ଡ ବା ଜେରିଆଟି୍ରକ୍ ଓ୍ୱାର୍ଡ ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛିା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ କିଶୋର ଧଳ କ୍ୟାପିଟାଲ କାସ୍ପିଟାଲର ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିବା ଏହି  ୧୦ ଶଯ୍ୟା ବିଶିଷ୍ଟ ଜରାରୋଗୀ ଓ୍ୱାର୍ଡରେ ଉତ୍ତମ ମାନର ଚିକିତ୍ସାସେବା ଯୋଗାଇଦେବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛିା ଏହା ଦ୍ୱାରା ବାର୍ଦ୍ଧକ୍ୟଗ୍ରସ୍ତ ବରିଷ୍ଠ ନାଗରିକମାନେ ଗୁଣାତ୍ମକ ଚିକିତ୍ସାସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତିା ଏହି ଅବସରରେ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲୋ

ଅପରାହ୍ନରେ  ମନ୍ତ୍ରୀ ଶ୍ରୀ ଦାସ ପଟିଆସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟସେବାର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବୁଲି ଦେଖୀବା ଅବସରରେ ଡାକ୍ତରଙ୍କ ସହ ରୋଗୀମାନଙ୍କ ସେବା ସଂପର୍କରେ ଆଲୋଚନା କରିଥିଲେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ଆସୁଥିବା ରୋଗୀମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସା ସେବା ମିଳିପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲୋ ପରେ ନହରକଣ୍ଟାଠାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନବନିର୍ମିତ ବିଲ୍ଡିଂକୁ ଉଦ୍ଘାଟନ କରିଥିଲୋ ଏହିସବୁ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲୋ 

0
0
0
s2sdefault