ହେଡଲାଇନସ୍:

ବିଜେଡି ହାତକୁ ଗଲା ଆଉ ଏକ ଜିଲ୍ଲା ପରିଷଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (Saroj Sahu) : ବିଜେଡି ହାତକୁ ଗଲା ଆଉ ଏକ ଜିଲ୍ଲା ପରିଷଦ | ଜିଲ୍ଲା ପରିଷଦ ଅଧ୍ୟକ୍ଷତା ପାଦ ପାଇଁ ଆଜି ହୋଇଥୁବା ସାନି ନିର୍ବାଚନରେ ବିଜେଡି କଂଗ୍ରେସ ହାତରୁ ଏହି ପରିଷଦଟି ଛଡାଇ ନେଇଛି | ବିଜେଡ଼ିର ଗଙ୍ଗାଧର ପୁଆଲା କଂଗ୍ରେସର ଆଶୁତୋଷ କୀଲାକାଙ୍କୁ ହରାଇ ବିଜୟୀ ହୋଇଛନ୍ତି | ଗଙ୍ଗାଧର ୧୩ଟି ଭୋଟ ପାଇଥିବା ବେଳେ ଆଶୁତୋଷ ୫ଟି ଭୋଟ ପାଇଥିଲେ | ସୂଚନାଯୋଗ୍ୟ ଯେ  ପୂର୍ବରୁ କଂଗ୍ରେସ ହାତରେ ଏହି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଦ ଥିଲା | କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ଅଧ୍ୟକ୍ଷ ରହିଥିବା ବେଳେ ଅଦାଲତ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥଲେ | ଅଦାଲତ ଠାରୁ ନିରାଶ ହୋଇଥିବା ପୁରୁଷୋତ୍ତମ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ | ତାଙ୍କ ଦେହାନ୍ତ ପରେ ଏହି ନିର୍ବାଚନ ଅନିବାର୍ଯ୍ୟ ହୋଇପଡ଼ିଥିଲା | ଇତି ମଧ୍ଘ୍ୟର ରାୟଗଡା ରାଜନୀତି ନଈରେ ବହୁତ ପାଣି ବହିଯାଇଥିବା ବେଳେ ଶେଷରେ ବିଜେଡି ଏହି ଜିଲ୍ଲା ପରିଷଦ ନିଜ କବ୍ଜାକୁ ନେଇଛି | ଅପରପକ୍ଷରେ ବିଜେପି ଏହି ନିର୍ବାଚନରେ ଭାଗ ନେବେନାହିଁ ବୋଲି ଦଳ ପକ୍ଷରୁ ଗତକାଲିଠାରୁ ହୁଇପ ଜାରି ହୋଇଥିଲା | 

 

0
0
0
s2sdefault