ହେଡଲାଇନସ୍:

ବୈଦେହୀଶ ପାଠାଗାର ସାଧାରଣ ସଭା  ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର ) : ଓଡ଼ଗାଁ ଅଂଚଳର ସର୍ବ ପୂରାତନ ତଥା ସ୍ୱାଧିନତାର ପୂର୍ବରୁ ଗଠିତ ହୋଇଥିବା ବୈଦେହୀଶ ପାଠାଗାରର ଏକ ସାଧାରଣ ସଭା ଅନୁଷ୍ଠାନର ସଭାଗୃହରେ ଅନୁଷ୍ଠିତ  ହୋଇଯାଇଛି । ପୂର୍ବତନ ସଭାପତି ବନବିହାରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ସଭାରେ ଅନୁଷ୍ଠାନର ବହୁ ବରିଷ୍ଠ  ଓ କନିଷ୍ଠ  ସଭ୍ୟମାନେ ଉପସ୍ଥିତ ରହିଥିଲେ । ସଭା ପ୍ରାରମ୍ଭରେ ଓଡ଼ଗାଁର ଏହି ସର୍ବ ପୂରାତନ ଅନୁଷ୍ଠାନ କିପରି ଅଧିକ ଉନ୍ନତି ହେବା ସହିତ ଜନସାଧାରଣଙ୍କ ପାଇଁ ଅଧିକା ଉପଯୋଗୀ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ମତପ୍ରକାଶ ପାଇଥିଲା । ପରେ  ନୂତନ ପରିଚାଳନା କମିଟି ଗଠନ ପାଇଁ ସଭାପତି ପ୍ରସ୍ତାବ ରଖିଥିଲେ । ପରେ ଲୋକନାଥ ସାହୁ ସଭାପତି, ବିଭୁପ୍ରସାଦ ସାହୁ ସମ୍ପାଦକ, ଆଲୋକ ସାହୁ ସହ-ସମ୍ପାଦକ ରୁପେ ସର୍ବ ସମ୍ମତିକ୍ରମେ ମନୋନିତ ହୋଇଥିବା ବେଳେ କମିଟିର କାର୍ଯ୍ୟର୍କମରେ ସହ ଯୋଗ ପାଇଁ ୭ଜଣ ସଭ୍ୟଙ୍କୁ ମନୋନୀତ କରାଯାଇଥିଲା । ବହୁତ କମ ଦିନ ମଧ୍ୟରେ ଏହାର ଏହାର ରୁପରେଖରେ ଏକ ବଡ଼ଧରଣର ପରିବର୍ତନ କରାଯିବ ବୋଲି ନବନିର୍ବାଚିତ ସଭାପତି କଥାଦେଇଥିଲେ ।  

0
0
0
s2sdefault