ହେଡଲାଇନସ୍:

ଛାତ୍ର କୁ ବେତରେ ମାଡ଼ମାରି ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ ଶାସକ ପ୍ରଶାସକ :ଛାତ୍ର କୁ ବେତରେ ମାଡ଼ମାରି ନିଲମ୍ବିତ ହେଲେ ଶିକ୍ଷୟତ୍ରୀ ।ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଥାନା ତେଲମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଅନା ମଶିକ ଭାବରେ ଜଣେ ଛାତ୍ରକୁ ଲାଠିରେ ମାଡ ମାରିଲେ । ଦ୍ବିତୀୟ ଶ୍ରେଣୀର ପାଠ ପଢୁଥିବା ଛାତ୍ର ଆଶିଷ କୁମାର ନାୟକକୁ ମାଡ ମାରିଲେ । ଶିକ୍ଷୟିତ୍ରୀ ଅନିତା ସାଗର । ଛାତ୍ରଟିର ଭୁଲ କେବଳ ଏତିକି ଥିଲା ଯେ ସେ ଶିକ୍ଷୟିତ୍ରୀ ଜଣକ ପାଠ ନ ପଢାଇ ମୋବାଇଲ ଫୋନରେ ବ୍ଯସ୍ତ ଥିବା ପ୍ରଧାନ ଶିକ୍ଷକଙ୍କୁ ସେ ଅଭିଯୋଗ କରିଥିଲେ । ସେହି ସମୟରେ ଶିକ୍ଷୟିତ୍ରୀ କିଛି କରିନଥିଲେ ମଧ୍ଯ ପ୍ରଧାନ ଶିକ୍ଷକ ସେହି ସ୍ଥାନରୁ ଗଲା ପରେ କୋମଳମତି ଛାତ୍ରକୁ ଅମାନୁଷ୍ଠିକ ଭାବରେ ଲାଠିରେ ମାଡ ମାରିଥିଲେ । ବିଦ୍ୟାଳୟ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରି ସରକାର ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରୁଥିବା ପାଇଁ ଏବେ ମଧ୍ଯ ଶିକ୍ଷାପ୍ରତି ଛାତ୍ର ଛାତ୍ରୀ ମାନଙ୍କ ଭୟ ପରିଲକ୍ଷିତ ହୋଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟାଇ ମଧ୍ଯ ଶିକ୍ଷୟିତ୍ରୀ ସେ ମାଡ ମାରି ଠିକ କରିଥିବା ଗ୍ରାମବାସୀ ଙ୍କ ନିକଟରେ ଦମ୍ଭୋକ୍ତିର ସହ କହିଛନ୍ତି । ଅନ୍ଯ ପକ୍ଷରେ ଛାତ୍ର ଗୁରୁତର ହେବାରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସାତ ହୋଇଛନ୍ତି । ଏ ବିଷୟରେ ପଦ୍ମପୁର ବ୍କକ ଶିକ୍ଷା ଅଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ ଜାଣିବା ପରେ ତଦନ୍ତ ପାଇଁ ସିଆରସିସି ଙ୍କୁ ପଠାଇ ଥିଲେ ଏବଂ ଆଜି ନିଲମ୍ବିତ କରିଛନ୍ତି ।

0
0
0
s2sdefault