ହେଡଲାଇନସ୍:

ଶୂନ୍ୟ ରସେ କି ଅଛି ଭାବ : ଅନୁଭବୀ ସିନା ଜାଣିବ !!(pls see video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଅତ୍ୟନ୍ତ ଦିବ୍ୟ ଅନୁଭବ : ସନ୍ଥ କବିଙ୍କ ଜନ୍ମ ସ୍ଥାନରେ ଅଖଣ୍ଡ ମହାଦୀପ ଓ ବାଲ୍ୟଲୀଳା କାର୍ଯ୍ୟକ୍ରମ 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ ପଞ୍ଚାୟତ ର ମଧୁପୁର ଗ୍ରାମର ପୁରୁଣା ସାହି ସ୍ଥିତ ନିମ୍ବବଣ ଠାରେ ବିଶ୍ୱ ପିତା ଅଲେଖ ମହାପ୍ରଭୁଙ୍କର ନାମରେ ନିଜ ଜନ୍ମ ମାଟି ରେ ଅଖଣ୍ଡ ମହାଦିପ ଓ ବାଲ୍ୟଲିଳା ମହା ସମାରୋହରେ ପାଳିତ ହୋଇଯାଇଛି I ଉକ୍ତ ଅଖଣ୍ଡ ମହାଯଜ୍ଞ ଓ ବାଲ୍ୟଲିଳା ସହିତ ନାମ ଯଜ୍ଞ କାର୍ଯ୍ୟକ୍ରମ ରେ ବାବା ଦେବେନ୍ଦ୍ର ଙ୍କ ଉପସ୍ଥିତ ରେ ମହାଦୀପ ପ୍ରଜ୍ଜଳନ କରି ଅଲେଖ ମହିମା ଙ୍କ ନାମରେ ଭକ୍ତଙ୍କ ଗହଣରେ ସ୍ୱରଧ୍ୱନୀ କରିଥିଲେ I ଅଲେଖ ମହିମା ଶରଣଂ ଧ୍ୱନୀରେ ମଧୁପୁର ଗ୍ରାମ ପ୍ରକମ୍ପିତ ହୋଇଥିଲା I ବାବା ଦେବେନ୍ଦ୍ର ଦାଶ ଭୀମଭୋଇ ଙ୍କର ଲିପିବଦ୍ଧ ହୋଇଥିବା ସ୍ମୁତିକୁ ଯଜ୍ଞ ସ୍ଥଳରେ ପାଠ କରିଥିଲେ I 

" ଜଗତ ଧାରଣ ମୁକତି କାରଣ , ତୁମ୍ଭେ ବ୍ରହ୍ମାଣ୍ଡ କରତା I ପିଣ୍ଡ ପ୍ରାଣ ଆଦି ଲାଗିଲା ଅନାଦି , ଦୁଃଖ ,ସୁଖ ସର୍ବ ଚିନ୍ତା I "

ବାବା ମହେନ୍ଦ୍ର ଦାଶ ଭୀମଭୋଇ ଙ୍କ ସ୍ମୁତି , ସୁସ୍ରୁତିକୁ ଉପସ୍ଥିତ ଭକ୍ତ ଙ୍କ ମେଳରେ ଗାନ କରିଥିଲେ I ଯଥା - " ମହିମା ସାଗର ଧ୍ୱନୀ ତିନିପୁର  , ନାମ ଯେବେ ଅନାହତ ବଚନ ନ ମେଣ୍ଟି ପାଦ ତଳେ ଖଟି ଶତ୍ରୁ ଅାସି ହେବେ ମିତ୍ର I ଧର୍ମ ପ୍ରାଣ ଜଗତ ଭକତ ସଜନ ବ୍ରୁନ୍ଦ ଙ୍କୁ ଉତ୍ସାହ ଓ ନୀତି ଶିକ୍ଷା ପାଇଁ ପ୍ରବଚନ କରିଥିଲେ I ଉକ୍ତ ମଧୁପୁର ଗ୍ରାମରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଶାନ୍ତି ଅଖଣ୍ଡ ମହାଯଜ୍ଞ ରେ  ରେଢାଖୋଲ ବ୍ଲକ ର ସମିତି ସଭ୍ୟ  ଅଧ୍ୟକ୍ଷ ପ୍ରଦିପ ପ୍ରଧାନ ଓ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ I ମଧୁପୁର ଗ୍ରାମର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ସଂପାଦକ ତ୍ରୀନାଥ ପ୍ରଧାନ , ନରହରି ପ୍ରଧାନ , କେଶବ ଚନ୍ଦ୍ର ପ୍ରଧାନ , ବିମ୍ବଧର ରାଉଳ , ଦୟାନିଧି ପ୍ରଧାନ , କନ୍ଦର୍ପ ରାଉଳ , ସିଲୁ ସାହୁ , କୁନା ସାହୁ , ସନାତନ ପ୍ରଧାନ ପ୍ରମୂଖ ଏବଂ ଗ୍ରାମ ବାସୀ ଉପସ୍ଥିତ ରହି ଅଖଣ୍ଡ ନାମ ଯଜ୍ଞ କୁ ସହଯୋଗ କରିଥିଲେ I

 

0
0
0
s2sdefault