ହେଡଲାଇନସ୍:

ଦିନଦ୍ବିପ୍ରହରରେ ବେଆଇନ ଗୋ ଚାଲାଣ : ଗୋରୁ ବୋଝେଇ ପିକଅପ୍ ସହ ଦଲାଲ ଗିରଫ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାପୁର ଠାରୁ ଗୋରୁ ବୋଝେଇ ପିକଅପ୍ ଉଧାର । ପ୍ରତେକ ଦିନ ୧୦ ରୁ ୧୨ଟି ଛୋଟ ବଡ ଗାଡି ସାହାଯ୍ୟରେ ବୀରମହାରାଜପୁର ଓ ସୁବଳୟା ଦୁଇଟି ଥାନା ଦେଇ ଅତି ନିର୍ଦ୍ଦୟ ଭାବରେ ଗୋରୁଙ୍କୁ ଗାଡି ଲଦି ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ଏ ନେଇ ସ୍ଥାନିୟ ପୋଲିସ କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ଯ ଶୁଣୁ ନଥିବା ଅଭିଯୋଗ ହୁଏ । ଆଜି ଚମ୍ପାପୁର ଠାରେ ବଜରଙ୍ଗ ଦଳର ସଦସ୍ୟମାନେ ଦୁଇଟି ପିକଅପ୍ ଗାଡି ନଂ ଓଡି ୧୭ ଆର ୬୬୯୧ ଓ ଓଡି ୧୭-୯୭୫୭ ରେ ୫ ଟି ଗାଇ ଓ ୩ ଟି ବଳଦ ବେଆଇନ ଭାବେ ଚାଲାଣ କରାଯାଉଥିବାରୁ ଏହାକୁ ଅଟକ ରଖି ଓ ୪ ଗୋରୁଚାଲାଣକାରୀ ଙ୍କୁ  ପୋଲିସ ରେ ଜିମା ଦେଇଥିଲେ। ସୂଚନା ଅନୁଯାୟୀ, ଏସ ରାମପୁର ବଜାରରୁ ବାଗବରକୁ ଉକ୍ତ ଭ୍ୟାନରେ ଗୋରୁ ବୋଝେଇ କରି ଅଣାଯାଉଥିଲା । ବାଗବର ଠାରେ ସମସ୍ତ ଗୋରୁ ଏକାଠି କରି ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଜଙ୍ଗଲକୁ ନେଇ ସେଠାରେ ବଡ ଟ୍ରକ ଓ କଣ୍ଟେନରେ ବୋଝେଇ କରି ବାହର ରାଜ୍ୟକୁ ଚାଲାଣ କରିଥାନ୍ତି ।ଆଜି ଚମ୍ପାପୁର ଠାରେ ଗୋରୁ ବୋଝେଇ ଗାଡି କୁ ସମୟରେ ବଜରଙ୍ଗ ଦଳର ଶୁଭମ ପ୍ରିତମ ହୋତା, ରାମ ଭୁକ୍ତା, ଅବିନାଶ ଥନାପତ, ସୁବ୍ରତ ପୁରୋହିତ, ଜିତୁ ବଡମାଳ ଓ କିଶୋର ହୋତା ପ୍ରମୁଖ ଉପସ୍ଥିତ ରହି ଥିଲେ । ଏନେଇ କିଶୋର ହୋତା ଙ୍କ ଅଭିଯୋଗ କ୍ରମେ ବୀରମହାରାଜପୁର ଥାନାରେ ଏକ ମାମଲା (ନଂ.୨୫୵୨୦) ରଜୁ ହୋଇ ଥିବା ଥାନା ଅଧିକାରୀ ପ୍ରଭା ଧନ ସୂଚନା ଦେଇଛନ୍ତି ।

0
0
0
s2sdefault