ହେଡଲାଇନସ୍:

ଧାରଣୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଲଖନା ଚମ୍ପିଆନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ) : ପାଇକମାଲ ବ୍ଳକ ଅନ୍ତର୍ଗତ ବାରପଲିଆ ଠାରେ ଚାଲିଥିବା ୧୭ତମ ଧାରଣୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳରେ ଇଛାପୁର ଦଳକୁ ୯୮ ରନରେ ପରାସ୍ତ କରି ଲଖନା ଦଳ ଚମ୍ପିଆନ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ  ହରାଇ ୧୬୪ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଇଛା ପୁର ଦଳ ୫ ୱିକେଟରେ ୯୯ ରନ ସଂଗ୍ରହ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବ ମୋଟ ୧୬ ଗୋଟି ଦଳ ଭାଗ ନେଇଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରଜନୀ କାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ପଦ୍ମନ ଛତ୍ରିଆ, ଯୁଗ ଛତ୍ରିଆ, ଗଜ ଛତ୍ରିଆ, ରାଏ ସିଂ ଛତ୍ରିଆ,ହରି ମାଝୀ, ନବୀନ ସାହୁ ପ୍ରମୁଖ ଯୋଗଦେଇ ଥିଲେ  । ମ୍ଯାନ ଅଫ ଦି ମ୍ଯାଚ ଭାବରେ ଲଖନା ଦଳର ରୋହିତଙ୍କୁ ମ୍ୟାନଅଫ ଦି  ସିରିଜ ଭାବରେ ଇଚ୍ଛାପୁର ଦଳର ବିହାରୀ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଆୟୋଜକ କମିଟିର ସଭାପତି ହେମରାଜ ଛତ୍ରିଆ, ଭୂଜବଳ ଛତ୍ରିଆ ଓ ଅନ୍ୟାନ୍ୟ  ସଦସ୍ୟ  ଉପସ୍ଥିତ ରହି ସହଯୋଗ କରିଥିଲେ ।

0
0
0
s2sdefault