ହେଡଲାଇନସ୍:

ଏମିତି ହୃଦୟହୀନ କଣ ଜଣେ ଶିକ୍ଷୟିତ୍ରୀ ହୋଇପାରେ !!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଶିକ୍ଷୟତ୍ରୀଙ୍କ ବେତ ମାଡରେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଆହତ : କାର୍ଯ୍ୟାନୁଷ୍ଠାନ ଦାବୀରେ ଗ୍ରାମବାସୀ

ମେଲଛାମୁଣ୍ଡା/ ମନୋଜ ଭୋଇ-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ତେଲମହୁଲ ଗ୍ରାମସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଲବାର ଦିନ ଏକ ଅଭାବନିୟ ଘଟଣା ଦେଖାଯାଇଥିଲା । ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କ ବାଡି ମାଡରେ ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ର ଆହତ ହୋଇ ଦୀର୍ଘ ଚାରି ଘଂଟା ପରେ ୧୦୮ ଅମ୍ବୁଲାନସ ଯୋଗେ ଚିକିତ୍ସା ପାଇଁ ପଦ୍ମପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବା ଘଟଣା ତେଲମହୁଲ ଗ୍ରାମବାସୀଙ୍କ ମନକୁ ଆନ୍ଦୋଳିତ  କରିଦେଇଛି । ଗ୍ରାମବାସୀ ଶିକ୍ଷୟତ୍ରୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ତାଙ୍କ ବିରୁଦ୍ଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗେଟ ସମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ହୋ ହାଲ୍ଳା କରିଥିଲେ । ଘଟଣା ବିଷୟରେ ମେଲଛାମୁଣ୍ଡା କ୍ଳଷ୍ଟର ସିଆରସିସି ସଂଜିବ ବାରିକଙ୍କ ଠାରୁ ଅବଗତ ହୋଇ ପଦ୍ମପୁର ବିଇଓ କାର୍ଯ୍ୟାଳୟ ତରଫରୁ ବିଦ୍ୟାଳୟକୁ ଏବିଇଓ ବିପିନ ବିହାରି ମିଶ୍ର, ଏବିଇଓ ଜୟକୁମାର ସାହୁ, ମୁଖ୍ୟ କିରାଣି ମର୍ସି ନାଗ ପ୍ରମୁଖ ପହଂଚି ଘଟଣାର ତଦନ୍ତ କରିବା ସହ ମାଡ ମାରିଥିବା ଶିକ୍ଷୟତ୍ରୀ ଏବଂ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ  କାର୍ଯ୍ୟାନୁଷ୍ଠାନର ମୌଖିକ ପ୍ରତିଶୃତି ପରେ ଗ୍ରାମବାସୀ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍କୁଲରୁ ଛାଡିଥିଲେ । ପ୍ରାପ୍ତସୂଚନାନୂସାରେ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୨୮ ଜଣ ପିଲାକୁ ୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢାନ୍ତି । ପ୍ରତିଦିନ ଭଳି ମଙ୍ଗଲବାର ଦିନ ମଧ୍ୟ ଦ୍ୱିତୀୟ ଶ୍ରେୀଣିରେ ପାଠ ପଢୁଥିବା ତ୍ରିନାଥ ସାହୁଙ୍କ ପୁଅ ଆଶିଷ ସାହୁ(୭) ପାଠ ପଢିବାକୁ ଆସିଥିଲା । କୁଆଡେ ତାଙ୍କ ଶ୍ରେଣୀ ଶିକ୍ଷୟତ୍ରୀ ଅନିତା ସାଗର ପାଠ ନ ପଢାଇ ମୋବାଇଲରେ କଥା ହେଉଥିବା ବିଷୟ ପ୍ରଧାନ ଶିକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲା । ଅଭିଯୋଗ ହେବା ଖବର ପାଇ ଶିକ୍ଷୟତ୍ରୀ ଜଣକ ରାଗରେ ଏକ ବାଡି ସାହାଯ୍ୟରେ ଛାତ୍ରକୁ ମାଡ ମାରିବାରୁ ପିଠିରେ ଦାଗ ଆସି ଯାଇଥିଲା । ଘଟଣାଟି ଜଣା ପଡିବା ପରେ ଛାତ୍ରର ପରିବାର ବର୍ଗ ଏବଂ ଗ୍ରାମବାସୀ ବିଦ୍ୟାଳୟ ପରିସରକୁ ମାଡିଆସି ଘଟଣା ଘଟାଇଥିବା ଶିକ୍ଷୟତ୍ରୀ ଅନିତା ସାଗର ଏବଂ ଚିକିତ୍ସା ବଦଳରେ ଘଟଣାକୁ ଚପାଇଦେବାକୁ ଚେଷ୍ଟା କରିବା ପାଇଁ ପ୍ରୟାସ କରିଥିବା ଅଭିଯୋଗ କରି ପ୍ରଧାନ ଶିକ୍ଷକ ରସିକ କଲେତଙ୍କ ବିରୁଦ୍ଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ।

ସେମାନେ ଯାହା କହନ୍ତି...

୧-ମାଡ ମାରିଥିବା ଶିକ୍ଷୟତ୍ରୀ ଅନିତା ସାଗର ଏବଂ ଚିକିତ୍ସାରେ ଅବହେଲା କରିଥିବା ପ୍ରଧାନ ଶିକ୍ଷକ ରସିକ କଲେତଙ୍କ ବିରୁଦ୍ଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ନ ହେଲେ ସ୍କୁଲରେ ତାଲା ଝୁଲାଇବା ସହ ଆନ୍ଦୋଳନ ଯୋରଦାର ହେବ ।(ପ୍ରଭାତ ନାଏକ, ଗ୍ରାମବାସୀ)

 ୨-ଛାତ୍ର ଜଣକ ହୋମ ଓାର୍କ କରି ନ ଥିବାରୁ ରାଗରେ ମାଡ ମାରି ଭୁଲ କରିଦେଇଛି । (ଶିକ୍ଷୟତ୍ରୀ ଅନୀତା ସାଗର)

୩- ଘଟଣା ସଂପର୍କରେ ତଦନ୍ତ କରିଛୁ ରିପୋଟ ବିଇଓଙ୍କୁ ଜଣାଇଲା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ  ହେବ ।(ଏବିଇଓ ବିପିନ ବିହାରୀ ମିଶ୍ର)

 

0
0
0
s2sdefault