ହେଡଲାଇନସ୍:

ଶେଷରେ ଧରାପଡିଲା ଡକାୟତ ପାଙ୍ଗାଟିନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡକାୟତି କରି ଜନସାଧାରଣଙ୍କ ମଧ୍ୟରେ ଭୟ ଏବଂ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଥିବା ଦୁର୍ଦାନ୍ତ ଆନ୍ତଃରାଜ୍ୟ ଡକାୟତ ପାଙ୍ଗା /ପାଙ୍ଗାଟିନ୍ / ପ୍ରଭାତ ରାଉତ(୩୦)କୁ ଓଡ଼ଗାଁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଜାମିନି ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଡିମିସର ଗାଁର ପ୍ରଭାତ ରାଉତ /ପାଙ୍ଗାଟିନ୍  ଅଳ୍ପ ବୟଷରୁ ଅପରାଧ ଜଗତରେ ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ସ୍ଥାନୀୟ ଅଂଚଳରେ ଚୋରୀ ଡକାୟତ କରି ଅନେକଥର ଜେଲଯାଇ ଜାମିନିରେ ଆସି ଅପରାଧ ଜଗତରେ କାୟା ବିସ୍ତାର କରିଚାଲିଥିଲା । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ନୟାଗଡ଼, ଓଡ଼ଗାଁ, ଶରଣକୁଳ, ରଣପୁର ଇତ୍ୟାଦି ଥାନା ଅଂଚଳରେ ଚୋରିଡକାୟତ କରିବା ଅଭିଯୋଗରେ ପ୍ରତି ଥାନାରେ ତା ନାମରେ ବହୁ ଅପରାଧିକ ମାମଲା ରହିଛି । ଓଡ଼ଗାଁ ଥାନା ତା.୬.୯.୧୯ ରିଖ ମାମଲା ନମ୍ବର ୧୫୧/୧୯ ଅଭିଯୋଗକୁ ଭିତ୍ତି କରି ଓଡ଼ଗାଁ ଆଦର୍ଶଥାନା ସବଇନ୍ସପେକ୍ଟର ସଞ୍ଜୟ ପରିଡାଙ୍କ ନେତୃତ୍ୱରେ ପୋଲିସ ବାହିନୀ ତାକୁ ଗିରଫ କରିବାକୁ ସଫଳ ହୋଇଥିଲେ । ମାମଲା ଅନୁସାରେ ପାଙ୍ଗାଟିନ୍ ଓଡ଼ଗାଁ ସୈାମ୍ୟରଞ୍ଜନ ଦୋରା ନାମକ ଜଣେ ଯୁବକଙ୍କ ନୂଆ ଆପାଚି ବାଇକ ଛଡାଇନେଇଥିଲା । ତେବେ ପାଙ୍ଗାଟିନ୍ ଅନ୍ୟ ବିଭିନ୍ନ ସ୍ଥାନ ମାନଙ୍କରେ ଘଟାଇଥିବା ଘଟଣା ସମ୍ପର୍କରେ ତଥ୍ୟ ହାସଲ ପାଇଁ   ଆବଶ୍ୟକ ପଡିଲେ ରିମାଣ୍ଡ ରେ ନିଆଯାଇପାରେ ବୋଲି ଜଣାଯାଇଛି ।  

 

0
0
0
s2sdefault