ହେଡଲାଇନସ୍:

କେତେ ପଡିକି ମଲେ କି ଗୁରୁତର ହେଲେ ପ୍ରଶାସନର ଚେତା ପଶିବ !! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଆଇନ ହମ୍ପସ୍ ନିର୍ମାଣ ବୃଦ୍ଧି, ବାଇକରୁ ଖସି ମହିଳାଙ୍କ ମୃତ୍ୟୁ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ ଅଂଚଳରେ ବେଆଇନ୍ ହମ୍ପସ୍ ନିର୍ମାଣ ବୃଦ୍ଧି ପାଇଥିବା ବେଳେ ବାଇକ ପଛରେ ବସିଥିବା ଜଣେ ମହିଳା ଖସି ପଡିବାରୁ ତାଙ୍କର ପଛପାଖ ମୁଣ୍ଡରେ ଆଘାତ ଲାଗିବା କାରଣରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମହିଳା ଜଣକ ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଂଚାୟତ ଝାଡସାହି ଅନ୍ତର୍ଗତ ଶାଳୁଆପଲ୍ଲୀର ଗ୍ରାମର ସ୍ୱର୍ଗତ ଅନନ୍ତ ବିଶୋଇଙ୍କ ସ୍ତ୍ରୀ ମାଳତୀ ବିଶୋଇ(୬୫) ବୋଲି ଜଣାଯାଇଛି । ମାଳତୀ ବିଶୋଇ ମଙ୍ଗଳବାର ମଧ୍ୟାହ୍ନରେ ଧଝୋଲା ଥିବା ଏକ କିଓସ୍କୋରୁ ବ୍ୟାଙ୍କ କାର୍ଯ୍ୟସାରି ପୁଅ ସହିତ ବାଇକରେ ଗାଁକୁ ଫେରୁଥିଲେ । ସୁନାମୁହିଁ ସନିକଟ ଅନ୍ଧାର ବାଉତୀ ଠାକୁରାଣୀ ମନ୍ଦିର ନିକଟରେ ବେଆଇନ ଭାବେ ନିର୍ମାଣ କରାଯାଇଥବା ହମ୍ପସ୍ ଯୋଗୁ ନିୟନ୍ତ୍ରଣ ହରାଇ ବାଇକରୁ ଖସିପଡିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଅଂଚଳରେ ରାସ୍ତାକାମ ଚାଲିଥିବା ବେଳେ ରାସ୍ତାକଡରେ ଘରକରି ରହୁଥିବା କିଛି ଅସାଧୁ ବ୍ୟକ୍ତି ଅନ୍ୟର ସୁକ୍ଷା ପ୍ରତି ଦୃଷ୍ଟି ନଦେଇ ନିଜର ସୁରକ୍ଷା ପାଇଁ ହମ୍ପସ୍ ନିର୍ମାଣ କରିଚାଲିଛନ୍ତି । ଏପରିକି ପ୍ରାଶାସନ ପାଖରୁ ବେଆଇନ ନିର୍ମାଣକୁ ରୋକାଯାଉନାହିଁ । ଗୋଡିପଲ୍ଲୀ ଠାରୁ କୁରାଳ, ରଙ୍ଗଣୀପାଟଣା ଠାରୁ ସୁନାମୁହିଁ ଓଡ଼ଗାଁ ଠାରୁ ବାହାଡ଼ାଝୋଲା ଏହିପରି ଅନେକ ରାସ୍ତାରେ ଅନାବଶ୍ୟକ ସ୍ଥଳେ ବେଆଇନ ହମ୍ପସ୍ ନିର୍ମାଣ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇଛି । ଏଥିପ୍ରତି କାହାର ନଜରନାହିଁ । ଜିଲ୍ଲାପାଳ ହସ୍ତକ୍ଷେପ କଲେ ଏହାର ପ୍ରତିକାର ହୋଇ ପାରିବ ବୋଲି ସ୍ଥାନୀୟ ଅଂଚଳବାସୀ ଦୁଃଖର ସହିତ ଆସ୍ଥା ପ୍ରକଟ କରିଛନ୍ତି । 

0
0
0
s2sdefault