ହେଡଲାଇନସ୍:

ସୋଆ ଏନ୍ଏସ୍ଏସର  ସ୍ୱତନ୍ତ୍ର ଆବାସିକ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,(ଶାସକ ପ୍ରଶାସକ): ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଓ ସମ୍ ନର୍ସିଂ କଲେଜର ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ଶାଖା ପକ୍ଷରୁ ଏକ ସପ୍ତାହବ୍ୟାପି  ସ୍ୱତନ୍ତ୍ର ଆବାସିକ ଶିବିର ଆୟୋଜିତ ହୋଇଯାଇଛି । 

ଏହି ଶିବିରରେ ଆଇଟିଇଆର୍ର ୬ଟି ୟୁନିଟର ଶତାଧିକ ଓ ନର୍ସିଂ କଲେଜର ୫୦ ରୁ ଅଧିକ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ । ଏହି ସ୍ୱେଚ୍ଛାସେବୀମାନେ ମଳିପଡ଼ା, ଜାମୁଝରି ଓ ଛତାବର ଗାଁର ସ୍କୁଲ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଗାଁ ସର୍ଭେ କାମ ହାତକୁ ନେଇଥିଲେ । ଉନ୍ନତ ଭାରତ ଅଭିଯାନ ଦ୍ୱାରା ଉପଲବ୍ଧ ଏକ ଆପ୍ ମାଧ୍ୟମରେ ଘର ଘର  ବୁଲି ସର୍ଭେ କାମ କରାଯାଇଥିଲା । ସ୍ୱେଚ୍ଛାସେବୀମାନେ କରୋନା ଭାଇରସ୍ ସଚେତନତା, ହାତ ପରିଷ୍କାର, ପୋଖରୀ ସଫେଇ, ଗାଁ ଦାଣ୍ଡ ସଫେଇ, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ହିତାଧିକାରୀଙ୍କୁ ଅବଗତ କରାଇବା ସହ ରେକି, ପୋଷ୍ଟର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି ଅନେକେ କାର୍ଯ୍ୟ ହାତକୁ ନେଇଥିଲେ । 

ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ମଳିପଡ଼ା ପୋଖରୀ ଭିତରୁ ପଙ୍କ ଓ ଦଳ ସଫା କରିବା ଭଳି କାମର ଉଚ୍ଚ ପ୍ରଶଂସା କରିଥିଲେ ରାଜ୍ୟ ଏନ୍ଏସ୍ଏସ୍ ସେଲରୁ ପରିଦର୍ଶନରେ ଆସିଥିବା ଏଏସ୍ଓ ଶ୍ରୀ ଅଭିଜିତ ମିଶ୍ର । 

ଏହି ଶିବିରର ସବୁଠାରୁ ବଡ଼ ଆକର୍ଷଣ ଥିଲେ ସୋଆରେ ପାଠପଢ଼ୁଥିବା ଆନ୍ତର୍ଜାତିକ ଛାତ୍ରଛାତ୍ରୀ । ଏହି ଛାତ୍ରଛାତ୍ରୀମାନେ ଶିବିରରେ ଭାଗ ନେଇ ଅନେକ ଜନହିତକର କାର୍ଯ୍ୟ ହାତକୁ ନେଇଥିଲେ । ଏହି ଅବସରରେ ରାତି୍ର ସମୟରେ କ୍ୟାମ୍ପ ଫାୟାର କରିବା ଓ ଗ୍ରାମବାସୀଙ୍କ ସହିତ ମିଶି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ଏକ ନିଆରା ଅନୁଭୂତି ବୋଲି କହିଛନ୍ତି ଉଗାଣ୍ଡାରୁ ଆସିଥିବା ସୋଆର ଆନ୍ତର୍ଜାତିକ ଛାତ୍ର ମୁରୁଙ୍ଗୀ ଜନ୍ ଓ ଜୟେସ କ୍ୟାଞ୍ଜ । ସେହିପରି ନେପାଳର ଅମୃତ କାଫ୍ଲେ, ଧୀରନ୍ ଜଏସ୍ୱାଲ୍, ଭୂଟାନର ସଂଗୀତା ରାଏ, ସିରିଆର ଅଲି ହାଏକ୍ ସମେତ ଅନେକ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ପ୍ରଥମଥର ପାଇଁ ସ୍ୱତନ୍ତ୍ର ଏନ୍ଏସ୍ଏସ୍ ଶିବିରରେ ଭାଗ ନେଇଥିଲେ । 

ଶିବିରର ପ୍ରଥମ ଦିନରେ  ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଏନଏସ୍ଏସ୍ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ଶିବିର ପରିଦର୍ଶନ କରିଥିଲେ । କ୍ୟାମ୍ପ ପରିଚାଳନାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ ମହାନ୍ତ, ଡ. ଶାନ୍ତିଲତା ଚମ୍ପତି, ଡ. ପିଜିଆର୍ ଆଚାରୀ, ଶ୍ରୀ ଜୀବନ ଜ୍ୟୋତି ମହାକୁଡ, ଡ. ବିନୀତା ନନ୍ଦ, ଡ. ଅବନ୍ତୀ ପ୍ରଧାନ, ଶ୍ରୀମତି ମଧୁସ୍ମିତା ନାୟକ, ଶ୍ରୀମତି କସ୍ତୁରୀ ମହାନ୍ତି ଓ ଶ୍ରୀ ଦିନବନ୍ଧୁ ବରାଡ଼ ।

0
0
0
s2sdefault