ହେଡଲାଇନସ୍:

 ଦିନକ ପରେ ମ୍ୟାଟ୍ରିକ ପରୀକ୍ଷା:ନୂଆପଡ଼ା ଜିଲ୍ଲାର  ୫୦ ପରୀକ୍ଷାକେନ୍ଦ୍ରରେ ୧୦୫୨ ଛାତ୍ରଛାତ୍ରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

୧୮ ଟି ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା

ନୂଆପଡ଼ା,(ଅମିତ ପୁରୋହିତ): ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା । ଚଳିତ ବର୍ଷ ନୂଆପ ଡ଼ା ଜିଲ୍ଲାରେ ୫୦ଟି ପରୀକ୍ଷା କେନ୍ଦ୍ରରେ ୧୦୫୨ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ରହିଛି । ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷାକୁ ସୁରୁଖୁରୁରେ ସମ୍ପୁର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପ୍ରସ୍ତୁତି ଜୋରସୋର ଚାଳିଛି । 

   ସଦର ବ୍ଲକର ୧୩ଟି ପରୀକ୍ଷା କେନ୍ଦ୍ରରେ ୩୬ଟି ହାଇସ୍କୁଲର ୨୭୨୧ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା ଦେବାକୁ ରହିଛି । ସେହିପରି କୋମନା ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରର ୩୨ଟି ହାଇସ୍କୁଲର ୨୧୩୨ ଜଣ ଛାତ୍ରଛାତ୍ରୀ, ଖଡ଼ିଆଳ ବ୍ଲକର ୧୦ଟି ପରୀକ୍ଷା କେନ୍ଦ୍ରରେ ୨୯ଟି ହାଇସ୍କୁଲର ୨୦୫୩ ଜଣ, ବୋଡେନ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୨୦ଟି ହାଇସ୍କୁଲର ୧୫୬୪ ଜଣ, ସିନାପାଲି ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୨୮ ହାଇସ୍କୁଲର ୧୫୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକ ୁରହିଛି । ଜିଲ୍ଲାରେ ୩୧ ସରକାରୀ ହାଇସ୍କୁଲ, ୩ଟି ସରକାରୀ ଏସ୍ଏସ୍ଡି ହାଇସ୍କୁଲ, ୧୦ଟି ଅନୁଦାନ ପ୍ରାପ୍ତ ହାଇସ୍କୁଲ, ୬ଟି ବ୍ଲକଗ୍ରାଣ୍ଡ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି । ହାଇସ୍କୁଲରେ ପରୀକ୍ଷା ପ୍ରଶ୍ନପତ୍ର ଗଚ୍ଛିତ ରଖିବା ପାଇଁ ଜିଲ୍ଲାର ୫ଟି ବ୍ଲକରେ ୫ଟି ନୋଡାଲ ସେଣ୍ଟର ଖୋଲା ଯାଇଛି । ସଦର ବ୍ଲକ ପାଇଁ ସ୍ଥାନୀୟ ନ୍ୟାସନାଲ ହାଇସ୍କୁଲ, କୋମନା ବ୍ଲକ ପାଇଁ କୋମନା ଜିତାମିତ୍ର ହାଇସ୍କୁଲ, ଖଡ଼ିଆଳ ବ୍ଲକ ପାଇଁ ଖଡ଼ିଆଳ ରାଜା ଏଟି ହାଇସ୍କୁଲ, ବୋଡେନ ବ୍ଲକ ପାଇଁ ବୋଡେନ ସରକାରୀ ଏସ୍ଏସ୍ଡି ହାଇସ୍କୁଲ, ସିନାପାଲି ବ୍ଲକ ପାଇଁ ସିନାପାଲି ନୋଡାଲ ହାଇସ୍କୁଲକୁ ନୋଡାଲ ସେଣ୍ଟର ଭାବେ ଖୋଲା ଯାଇଛି । ଏହି ସବୁ ନୋଡାଲ ସେଣ୍ଟରରେ ସିସି ଟିଭି କ୍ୟାମେରା ଲଗାଯିବା ସହ ବ୍ୟାପକ ପୁଲିସ ମୃତୟନ କରି ସୁରକ୍ଷା ବଳୟ ଭିତରେ ପ୍ରଶ୍ନପତ୍ର ରଖାଯିବ । ସୂଚନା ଥାଉକି, ଗତ ବର୍ଷ ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ର ମାନଙ୍କରେ ବିଭ୍ରାଟ ଦେଖା ଦେଇ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏଣୁ ଚଳିତ ବର୍ଷ ଆସନ୍ତା ମ୍ୟାଟ୍ରିକ ପରୀକ୍ଷାରେ ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ସମ୍ପୁର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୧୮ ଟି ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲଗା ଯାଇଛି । ଏହା ପରୀକ୍ଷାର ଗତିବିଧି ଉପରେ ଅନୁଧ୍ୟାନ କରିବ । ସେହିପରି ପରୀକ୍ଷା କେନ୍ଦ୍ର ଭିତରକୁ କୋଣସି ପରୀକ୍ଷା ପରିଚାଳକ ମାନେ ମଧ୍ୟ ମୋବାଇଲ ନେଇ ପାରିବେ ନାହିଁ  । ମ୍ୟାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ରାଜ୍ୟ ସ୍ତରୀୟ, ଜିଲ୍ଲା ସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଥିବା ଡ଼ିଇଓ ଲକ୍ଷ୍ମଣ ଭୋଇ ସୂଚନା ଦେଇଛନ୍ତି । 

0
0
0
s2sdefault