ହେଡଲାଇନସ୍:

ଓଡ଼ିଶାବାସୀ ମୋ ସରକାରଙ୍କ ନୀତିର ମାର୍ଗଦର୍ଶକ : ନବୀନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଆମେ ଯେତିକି ପାରିବୁ ସେଇ ପ୍ରତିଶ୍ରୁତି ଦେଇଛୁ, ଆଉ ଯାହା ପ୍ରତଶ୍ରୁତି ଦେଇଛୁ ତାକୁ ପୂରଣ ବି କରିଛୁ"

ଭୁବନେଶ୍ୱର : " ମୋ ସରକାରର ନୀତି ପ୍ରସ୍ତୁତ ପାଇଁ ମାର୍ଗଗଦର୍ଶନ ଦେବାରେ ଓଡ଼ିଶାର ଜନସାଧାରଣ ସବୁଠୁ ବଡ ଶକ୍ତି | ଗୋଟାଏ ସମୟ ଥିଲା, ଓଡିଶା ପରିଚୟ ଥିଲା ବିକଟ ଦାରିଦ୍ର୍ୟ ଆଉ ଦୁର୍ବିପାକ | ହେଲେ ଆଜି ଆମର ପରିଚୟ ପାଲଟିଛି ଆମର ସର୍ବାଧିକ ଦାରିଦ୍ର୍ୟ ଦୂରୀକରଣ ସଫଳତା ଆଉ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରର ମାନ୍ୟତା | ନୂଆ ଓଡିଶା ଗଠନ କରିବାର ପ୍ରିତିଶ୍ରୁତିରେ ଆମେ ପ୍ରତିବଦ୍ଧ | ଗତ ୨୦ ବର୍ଷର ଶାସନରେ ଆମେ ଯାହା କରିପାରିବୁ ସେଇ ପ୍ରତିଶ୍ରୁତି ଦେଇଛୁ ଆଇ ଯାହା ପ୍ରତଶ୍ରୁତି ଦେଇଛୁ ତାକୁ ପୂରଣ ବି କରିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଆଜି ନିଜ ଉତ୍ତର ରଖି ମତବ୍ୟକ୍ତ କରିଛନ୍ତି |

ମୁଖ୍ୟଣନ୍ତି କହିଛନ୍ତି ଯେ  ଆମେ ହେଉଛୁ ଏକମାତ୍ର ରାଜ୍ୟ ଯିଏ କି ଚାଷୀଙ୍କ ରୋଜଗାରକୁ ଦୁଇଗୁଣ କରିପାରିଛୁ | ଆଉ ଗତ ଏକ ଦଶନ୍ଧୀ ଭିତରେ   ଆମେ ୮ ନିୟୁତ ଲୋକଙ୍କୁ ଦାରିଦ୍ର୍ୟର ବଳୟ ଭିତରୁ ବାହାରକୁ ଆଣିଛୁ | ଚାଷୀମାନଙ୍କ ରୋଜଗାରକୁ ବୃଦ୍ଧି କରିନପାରିଥିଲେ ଏହା ସମ୍ଭବ ହୋଇନଥାନ୍ତା | ଏଠି ମୁ କାଳିଆ ସ୍କିମର ନାମ ଉଲ୍ଲେଖ କରିବି | ଏହା ଚାଷୀଙ୍କ ଆବଶ୍ୟକତାକୁ ପୁରାଣ କରିବା ସକାଶେ ଅନନ୍ୟ ସ୍କିମ, ଯାହାକି ଏବେ ଦେଶ ପାଇଁ ଏକ ମଡେଲ ପାଲଟିଛି | କାଳିଆ ମାଧ୍ୟମରେ ଆମେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୨୫ ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ଯୋଗାଇ ଦେଇପାରିଛୁ | 

ଆମେ ସବୁ ବର୍ଗର ଲୋକଙ୍କୁ ଉନ୍ନତ ସାର୍ବଜନୀନ ସରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସକ୍ଷମ ହୋଇପାରିଛୁ ଆମର ମହତ୍ୱାକାଂକ୍ଷୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ | ମ୍ୟାଲେରିଆର ପ୍ରାଦୁର୍ଭାବ ରୋକିବାରେ ବା ହ୍ରାସ କରିବାରେ ଆମେ ବେଶ ସଫଳ ହୋଇଛୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ପ୍ରଦାନ କରିଛି |

 ମହିଳା ମାନଙ୍କ ସଶକ୍ତିକରଣ ମୋ ହୃଦୟର ସବୁଠୁ ନିକଟ | ମହିଳା ସଶକ୍ତ ହେଲେ ପରିବାରର ସାମାଜିକ ତଥା ଅର୍ଥନୈତିକ ବିକାଶ ସମ୍ଭବ | ଏବେ ଆମ "ମିଶନ ଶକ୍ତି" କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର କୋଣ ଅନୁକୋଣରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ରିୟ | ପ୍ରାୟତ ୪୦ଲକ୍ଷ ମା ଆମର "ମମତା " କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଛନ୍ତି |

ଆମେ ନ୍ୟୁଟ୍ରିସନରେ ଚାମ୍ପିୟନ ରାଜ୍ୟ ଭାବେ ମାନ୍ୟତା ବି ପାଇଛୁ | ସହରାଞ୍ଚଳର ସବୁ ଘରକୁ ପିଇବାପାଣି ଆମେ ନିଶ୍ଚିତ କରିବାରେ ସକ୍ଷମ ହୋଇଛୁ |   ଜାଗା ମିଶନରେ ଆମେ ୧୦୯ଟି ପୌରାଞ୍ଚଳରେ ୫୭କାଜାର ପରିବାରକୁ ଆମେ ଭୂମି ଅଧିକାର ପ୍ରାଦନ କରିପାରିଛୁ ଓ ୱାର୍ଲଡ ହାବିଟାଟ ଆୱାର୍ଡ ହାସଲ କରିପାରିଛୁ| 

 ୫ଲକ୍ଷ ଏସଟି ଏସସି ଛାତ୍ରଛାତୀଙ୍କୁ  ଆମେ ଛାତ୍ରାବାସ ଯୋଗାଇଦେବାରେ ଆମେ ସକ୍ଷମ ହୋଇପାରିଛୁ | ଆମେ ଅନୁଭବ କରିଛୁ ଆମ ପରବର୍ତ୍ତୀ ପିଢ଼ି ଉଚ୍ଚାଭିଳାଷୀ | ସେମାନଙ୍କ ସ୍ବପ୍ନ ଯେ ସେମାନଙ୍କ ରାଜ୍ୟ ଆତ୍ମା ବିଶ୍ୱାସର ସହ  ଶୀର୍ଷରେ ପହଂଚୁ |  ସେମାନଙ୍କ ସେ ସ୍ୱପ୍ନକୁ ପୁରାଣ କରିବା ପାଇଁ ମୋ ସରକାର ୫ ଟି ମନ୍ତ୍ରକୁ ପାଥେୟ କରି କଠିନ ପରିଶ୍ରମ କରିବାକୁ ସଙ୍କଳ୍ପବଦ୍ଧ |

 ଆମେ ସ୍ବପ୍ନ ରଖିଛୁ ଚଳିତ ବର୍ଷ ଅଗଷ୍ଟ ୧୫ ସୁଦ୍ଧା ଆମେ ଏଭଳି ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବୁ ଯାହାଫଳରେ ଲୋକମାନଙ୍କୁ ସରକାରୀ  ସେବା ପାଇବା ପାଇଁ କୌଣସି କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି | ସେମାନେ ସେ ସବୁ ସେବା ଅନଲାଇନରେ ପାଇପାରିବେ ଅବା ସେମାନଙ୍କ ଦ୍ୱାର ମୁହଁରେ ଉପଲବ୍ଦ ହୋଇପାରିବ | ଏପ୍ରିଲ ୧ ସୁଦ୍ଧା ଦରମା ପ୍ରଦାନ ସମ୍ପୂର୍ଣ ଭାବେ ଆଲଲାଇନ ମାଧ୍ୟମରେ ପ୍ରଦାନ କରିବାକୁ ଲକ୍ଷ ରଖିଛୁ | ସବୁ ବିଭାଗ ମାର୍ଚ୍ଚ ୫ ତାରିଖ ସୁଦ୍ଧା ମୋ ସରକାରରେ ସାମିଲ କରାଯିବ  ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ଉଲ୍ଲେଖ କରିଥିଲେ | 

 

0
0
0
s2sdefault