ହେଡଲାଇନସ୍:

ଇତିହାସ ରଚିଲେ ନବୀନ : ୯୦ ବର୍ଷର ସ୍ଥାଣୁତାରେ  ୯୦ ମିନିଟରେ ପୂର୍ଣ୍ଣଛେଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଓଡ଼ିଶାରେ ପଛୁଆ ବର୍ଗଙ୍କ ସଂଖ୍ୟା ଗଣନା  କରିବେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କୁ ଆଉ କାକୁତି ମିନତୀ ବା  ଅଯଥା ଆନୁରୋଧ କରିବା ବଦଳରେ ରାଜ୍ୟ ସରକାର ଖୋଦ କରିବେ ଏହି ଗୁରୁତ୍ୱପୂର୍ଣ ଜନଗଣନା  |  ସାମାଜିକ ଏବଂ ଶିକ୍ଷାକ୍ଷେତ୍ରରେ ପଛୁଆ ବ୍ୟକ୍ତିଙ୍କ ସର୍ବେକ୍ଷଣ ତାଲିକା ଖୋଦ ରାଜ୍ୟ ସରକାର ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାଙ୍କୁ କ୍ଷମତା ଦେବା ସଂପର୍କିତ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ନିୟମାବଳୀ,୧୯୯୩ର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ  ଆଗତ କରିଥିବା ସଂକଳ୍ପ ସଂକଳ୍ପ ସର୍ବସମ୍ମତିକ୍ରମେ ପାରିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି | 

ଗତ ଜାନୁଆରୀ ୧୧ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ଏହି ସଂଶୋଧନ ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଆଜି ବିଧାନସଭାର ସଂକଳ୍ପ ରୂପେ ଗୃହୀତ ହେବ ପରେ ଆଇନ ସଂଶୋଧନର ପାଠ ଉନ୍ମୁକ୍ତ ହୋଇଛି । ଆଉ ଏହା କରି ଇତିହାସ ରଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ୯୦ ବର୍ଷ ଧରି ଅଚଳ ରହିଥିବା ସର୍ବେକ୍ଷଣ କାର୍ଯ୍ୟର ଉପରେ ନିଷ୍ପତ୍ତି ମାତ୍ର  ୯୦ ମିନିଟରେ ସମ୍ଭବ କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାକରି ମୁଖ୍ୟମନ୍ତ୍ରୀ ନିଜ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି |  ଏହା ଏକ ଐତିହାସିକ ପଦକ୍ଷେପ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସଂକଳ୍ପଟିକୁ ଆଗତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପୂର୍ବରୁ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ମାନ୍ୟତା ପାଇଥିଲା  ଓଡ଼ିଶା ।  ସ୍ୱଧୀନୋତ୍ତର ଓଡ଼ିଶା ଏଥିପାଇଁ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବା ସହ ରାଜ୍ୟକୁ ବିକାଶ ପଥରେ ଆଗକୁ ବଢ଼ାଇଥିଲା । ତେବେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଛୁଆ ବର୍ଗଙ୍କ ତଥ୍ୟର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ  ମଧ୍ୟ ବିବିନ୍ନ ସମୟରେ କେନ୍ଦ୍ରରେ ଶାସନ କରିଥିବା ସରକାରଙ୍କ ଆନ୍ତରିକତା ଅଭାବ ଓ ଅସହଯୋଗ କାରନାରୀ ୯୦ ବର୍ଷ ମଧ୍ୟରେ ତାହା ହୋଇପାରିନାହିଁ  । ଶେଷଥର ପାଇଁ ୧୯୩୧ ମସିହାରେ ଏହି ଜନଗଣନା ହୋଇଥିବାରୁ ବାସ୍ତବରେ ବର୍ତ୍ତମାନ ସ୍ଥିତି କଣ ତାହାକୁ ନେଇ ସରକାର ଅନ୍ଧାରରେ । ସାମାଜିକ,ଶିକ୍ଷାଗତ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ନ ଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ନିରୂପଣ କରାଯାଇପାରୁନି ଓ  ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମରେ ଅନ୍ତରାୟ ସୃଷ୍ଟି ହେଉଛି ।

ଭାରତ ସରକାର  ଏହି ସର୍ବେକ୍ଷଣର  ଆବଶ୍ୟକତା ଉପବଲବ୍ଧ କରିବା ପରେ ୨୦୧୧ ମସିହା ଜନଗଣନାରେ ସାମାଜିକ-ଅର୍ଥନୈତିକ ଏବଂ ଜାତି ଗଣନା କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ହେଲେ ଏହାଦ୍ୱାରା ପୂର୍ଣ୍ଣାଙ୍ଗ ତଥ୍ୟ ହସ୍ତଗତ ହୋଇପାରିଲା ନାହିଁ |  ୨୦୧୭ ମସିହାରେ କେନ୍ଦ୍ର ସରକାର ଅଳ୍ପ କିଛି ସରକାରୀ ଯୋଜନାର ହିତାଧିକାରୀ ଚିହ୍ନଟ ପାଇଁ ଆଶିଂକ ତଥ୍ୟ ଦେଇ କାମ ଚଳେଇ ଦେଇଥିଲେ । ତତ୍କାଳୀନ  ସ୍ବରାଷ୍ଟ୍ର ମନ୍ତ୍ରୀ  ରାଜନାଥ ସିଂ ପଛୁଆ ବର୍ଗ ସର୍ଭେ ତାଲିକାକୁ ନିଜେ ମନିଟରିଂ କରୁଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ସେମିତି କିଛି ଅନୁଭବ ହୋଇପାରିଲା ନାହିଁ ।

ଅପରପକ୍ଷରେ ୨୦୨୧ ମସିହାରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ଜନଗଣନା ସର୍ଭେ  ସାରଣୀରେ ପଛୁଆ ବର୍ଗ ତାଲିକା ସ୍ଥାନ ପାଇନାହିଁ । ଗତ ଜାନୁଆରୀ ୧୧ ତାରିଖର କ୍ୟାବିନେଟ୍ ବୈଠକରେ ପାରିତ ଏକ ସଂକଳ୍ପ ଜରିଆରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଛୁଆ ବର୍ଗ ତାଲିକାକୁ ଫର୍ମାଟରେ ସ୍ଥାନିତ କରିବା ପାଇଁ ଅନୁରୋଧ କରାଯାଇଥିଲା । ନିକଟରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡ଼ି ସାଂସଦମାନେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କିଛି ସୁଫଳ ମିଳିପାରିନାହିଁ  ।

ପଛୁଆ ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ସ୍ୱରୂପ  ଗତ ୧୨ ତାରିଖରେ ରାଜ୍ୟ ସରକାର ଓଡ଼ିଶା ପଛୁଆ ବର୍ଗ କମିଶନ ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ |  ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ ଜନ୍ମବାର୍ଷିକୀ ପାଳନ କରୁଥିବା ବେଳେ ସମାଜରେ ଅବହେଳିତ, ପଛୁଆ ବର୍ଗ ସଶକ୍ତ ହେଲେ ଯାଇ ଭାରତ ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିବ ବୋଲି ଗାନ୍ଧୀଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେଦିଗରେ ପ୍ରତିବଦ୍ଧତା ଦେଖାଇବା ଆବଶ୍ୟକତା ରହିଛି |  ଗାନ୍ଧୀଜୀଙ୍କ ଏହି ସ୍ୱପ୍ନ ଓ ଆଦର୍ଶକୁ ରାଜ୍ୟ ସରକାର ପାଥେୟ କରି ଅଗ୍ରସର ହୋଇ ଚାଲିଥିବା ବେଳେ ବିଧାନ ସଭାରେ ସଂଶୋଧନ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ କରାଇ  ପଛୁଆ ଶ୍ରେଣୀଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ରାଜ୍ୟ ସରକାର ନିଜ ହାତକୁ କ୍ଷମତା ଆଣିବା ଜାତିର ପିତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

0
0
0
s2sdefault