ହେଡଲାଇନସ୍:

ଅମରପାଲି କ୍ରିକେଟ କପ:ବଡମାଳକୁ ହରାଇ ମୃଷୁଣ୍ଡି ଚାମ୍ପିଅନ୍ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଠାରେ ଚାଲିଥିବା ୨୭ ତମ ଅମରପାଲି କପ୍ ଉଦଯାପିତ ହୋଇଯାଇଛି । ଫ୍ରେଣ୍ଡସ୍ କ୍ଳବ୍ ଓ ଜେମ ଷ୍ଟାର କ୍ରିକେଟ କ୍ଲବ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ।ଆଜିର ଫାଇନାଲ ମ୍ୟାଚରେ (ରେଢ଼ାଖୋଲ )ବଡମାଳ ଦଳ ସହ ମୃଷୁଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୃଷୁଣ୍ଢି ଦଳ ୨୭ ତମ ଅମରପାଲି କ୍ରିକେଟ ଚାମ୍ପିଅନ ହୋଇଥିଲା । ପ୍ରଥମ ଫର୍ମାଟ ମ୍ୟାଚରେ ଟଚ୍ ଜିଣି ମୃଷୁଣ୍ଢି ଦଳ ୮ ଓଭରରେ ୫ ଉଇକେଟ ହରାଇ ୮୯ ରନ ସଂଗ୍ରହ କରିଥିଲା ।ଜବାବରେ ବଡମାଳ ଦଳ ୬ ଉଇକେଟ ହରାଇ ୬୧ ରନ ସଂଗ୍ରହ କରି କରିଥିଲେ ।ଦ୍ବିତୀୟ ଫର୍ମାଟ ରେ ୫-୫ ଓଭର ବିଶିଷ୍ଟ ମ୍ୟାଚ ରେ ମୃଷୁଣ୍ଢି ଦଳ ୫୧ ରନ ସଂଗ୍ରହ କରିଥିବା ବେଳେ ବଡମାଳ ଦଳ ୩୭ ରନ କରିଥିଲା । ବଡମାଳ ଦଳକୁ  ଉଭୟ ଫର୍ମାଟ ରେ ପରାଜିତ କରି ମୃଷୁଣ୍ଢି ଦଳ ୨୭ ତମ ଅମରପାଲି କ୍ରିକେଟ କପ ଚାମ୍ପିଅନ୍ ହୋଇଛି । ପୁରସ୍କାର ବିତରଣ ଉତ୍ସବରେ ପ୍ରାଣବନ୍ଧୁ ସାହୁ ସଭା ସଂଯୋଜନା କରିଥିଲାବେଳେ ବହଳପଦର ସରପଞ୍ଚ ଚନ୍ଦ୍ରକାନ୍ତ ଦନ୍ତା ମୁଖ୍ୟ ଅତିଥି ଓ  ଦୁର୍ଯ୍ୟନତୈଲା ସରପଞ୍ଚ ରଣଜିତ କ୍ଷେତି, ବହଳପଦର ସମିତି ସଭ୍ଯ ପୀତାମ୍ବର ସାହୁ , ପୂର୍ବତନ ସରପଞ୍ଚ ସୁପ୍ରଭା କ୍ଷେତି, ସ୍ବେଚ୍ଛାସେବୀ ଅନୁଷ୍ଠାନ ର "ପ୍ରାୟାସ "ର ସଭାପତି ରାଧେଶ୍ୟାମ ମିଶ୍ର, ଶିକ୍ଷକ ବସନ୍ତ ସାହୁ, କ୍ରୀଡାବିତ୍ ବିମ୍ବାଧର ସାହୁ, ଦୁଃଖନାଶନ ସାହୁ, କହ୍ନେଇ ଚରଣ ସାହୁ ଓ ଚନ୍ଦ୍ରଶେଖର ପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୃଷୁଣ୍ଢି ଦଳ ଅଭୟଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍, ହରିଙ୍କୁ ମ୍ୟାନ ଅଫ ଦି ସିରିଜ୍,  ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ସଚିନ, ଶ୍ରେଷ୍ଠ ବୋଲର ମୁକେଶ ସେଠ ଙ୍କୁ  ଅତିଥି ପୁରସ୍କୃତ କରିଥିଲେ । ବଡମାଳ ଦଳକୁ ତ୍ରିଲୋଚନ ସାହୁ ସ୍ମାରକୀ ଟ୍ରଫି ସହ ଚାମ୍ପିଅନ୍ ଦଳକୁ ନବୀନ ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା । ଫାଇନାଲ ମ୍ୟାଚରେ ସୁରେଶ ବିଶି ଓ ନାରାୟଣ ପରିଚାଳନା କରିଥିବା ବେଳେ ରଞ୍ଜନ ପଧାନ, ବନମାଳୀ ଗତିଆ ସ୍କୋରର, ରିମନ ସାହୁ ଓ ସୁରେନ୍ଦ୍ର ସାହୁ ଙ୍କ ସହ ନିହାର ରଞ୍ଜନ, ବରୁଣ ନାଏକ ଧାରାବିବରଣୀ ପ୍ରଦାନ କରିଥିଲେ । କମିଟି ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।

0
0
0
s2sdefault