ହେଡଲାଇନସ୍:

ଅରୁଣଙ୍କ ଆଉଏକ ଷ୍ଟ୍ରୋକ : ଭଲ ହେଲା, ଦରକାର ବି ଥିଲା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)  ରାଜ୍ୟରେ ବିଗିଡି ଯାଇଥିବା ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରି ଶଗଡ଼ ଗୁଳାକୁ ଫେରାଇ ଆଣିବାକୁ ଗତକିଛି ମାସ ହେବ ଉଦ୍ୟମ ଜାରି  କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ | କେବଳ ଲୋକ ସେବା ଭବନ ଭିତର ଶୀତ ତାପ କୋଠରୀରେ ବସି ବା ଭାଷଣ ମଧ୍ୟମରେ ନୁହେଁ, ନିଜେ ମନ୍ତ୍ରୀ ଡ଼ ସାହୁ ସଘନ ଉଦ୍ୟମ ଜାରି ରଖିଛନ୍ତି | ଅଚାନକ ବିଭିନ୍ନ କଲେଜକୁ  ବିଶ୍ୱ ବିଦ୍ୟାଳୟକୁ ଘନ ଘନ ଗସ୍ତ କରୁଛନ୍ତି  | ଆଉ ଏହାକୁ କେହି ଅସ୍ଵୀକାର କରିପାରିବେନି ଯେ ମନ୍ତ୍ରୀ ଡ଼ ସାହୁ ହେଉଛନ୍ତି ଏକ ମାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଯେ ଅଚାନକ ରାଜ୍ୟର ସବୁଠାରୁ ଅଧିକ କଲେଜ ବୁଲି ପାଠପଢା ବ୍ୟବସ୍ଥାର ସୁଧାର ପାଇଁ ଆନ୍ତରିକତା ଦେଖାଇଛନ୍ତି | ଯାହାର ପ୍ରଭାବ ମହାବିଦ୍ୟାଳୟ ସ୍ତରରେ ପଡିଛି | ମନ୍ତ୍ରୀ ଡ଼  ସାହୁ  କଲେଜରେ ଅଚାନକ ପଶି, ସାରଙ୍କ ସହିତ ବସି, ପିଲାଙ୍କ ସହିତ ମିଶି, ଆଟେଣ୍ଡାନ୍ସ ରେଜିଷ୍ଟାରରେ ପିଲାଙ୍କ ସଂଖ୍ୟା କଷି  ତଥ୍ୟ ଓ ଅନୁଭୂତି ସଂଗ୍ରହ କରିବା ପରେ ପ୍ରଥମ ପର୍ଯ୍ୟାୟରେ ପାଠପଢା ବ୍ୟବସ୍ଥାକୁ ଶୃଙ୍ଖଳିତ ତଥା ନିୟମିତ କରିବା ପାଇଁ ମନସ୍ଥ କଲେ | କଲେଜରେ ଉପସ୍ଥାନ ବଢ଼ାଇବା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୁଳକ କରିବା ପରେ ପ୍ରକ୍ଟୋରିଆଲ କ୍ଲାସ ଓ ମେଣ୍ଟରିଙ୍ଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଲେ |  ଏବେ ସମଗ୍ର ରାଜ୍ୟରେ ସବୁ ବିଶ୍ୱବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଇତ୍ୟାଦିରେ ପରୀକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି | ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ କଲେଜ ଗସ୍ତ କଲା ପରେ ଏବେ ସବୁ କଲେଜରେ ଏକ ସମୟରେ ପରୀକ୍ଷା କରିବା ତଥା ପରୀକ୍ଷାଫଳ ବାହାର କରିବା ପାଇଁ ଏବେ ମଜଭୁତିଆ ପଦକ୍ଷେପଟିଏ ନେଇଛନ୍ତି | ନିହାତି ପକ୍ଷେ ଯଦି ସବୁଠି ଏକ ସାଙ୍ଗରେ ପରୀକ୍ଷା ହେବ ଆଉ ଫଳ ବି ଏକ ସାଙ୍ଗରେ ଠିକଣା ସନତାରେ ବାହାରିବା ତେବେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଅନେକାଂଶରେ ଉପକୃତ ହୋଇପାରିନେ | ଆପାତତଃ ମନ୍ତ୍ରୀ ଡ଼ ସାହୁଙ୍କ ନିର୍ଦ୍ଦେଶରେ ପରୀକ୍ଷା କରିବା ଓ ଫଳ ବାହାର କରିବା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସାରିବା ଉପରେ ତଥ୍ୟ ତତ୍କାଳ ଜଣାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି | 

ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଏମିତି ଯେ ପାଠପଢା ପରୀକ୍ଷା ଓ ଫଳ ବାହାରିବା ନେଇ କାହା ଭିତରେ ସମନ୍ୱୟ ନାହିଁ | ସବୁ "ବିହାର" ନିଜ ସୁବିଧା ଅନୁସାରେ ବିହରଣ କରୁଛନ୍ତି | ଯିଏ ଯାହା ମର୍ଜିର ଚାଲିଛନ୍ତି ଏକସିଙ୍ଗା ହୋଇ  | ଉତ୍କଳର ମୁହଁ ପଛକୁ ହେଲେ ଭଞ୍ଜବିହାରର ମୁହଁ ଆଗକୁ | ଜ୍ୟୋତି ବିହାରର ମୁହଁ ପଶ୍ଚିମକୁ ହେଲେ ଉତ୍ତର ଓଡ଼ିଶାର ମୁହଁ ଉତ୍ତରକୁ |  ଆଉ ଅଟୋନମସ ମହାବିଦ୍ୟାଳୟ କଥା ନକହିଁବା ଭଲ | ପୁରା ଅଟୋ ଗିଅରରେ, ନିଜ ହାତରେ ନିଜେ ଚଉଦ ପା ଆଉ ବିଶ୍ୱ ବିଦ୍ୟାଳୟଠୁଁ ଦି ଚାରି ଇଞ୍ଚ ଅଧିକ ଉଚ୍ଚ ବୋଲି ଭାବିନେଉଛନ୍ତି | ତେଣୁ ସବୁ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସବୁ କଲେଜରେ ପାଠପଢ଼ା କୁ ବ୍ୟବସ୍ଥିତ କରିବା ପାଇଁ ପ୍ରକ୍ଟୋରିଆଲ କ୍ଲାସ ଓ ମେଣ୍ଟରିଙ୍ଗ ବ୍ୟବସ୍ଥାକୁ କଡାକଡ଼ି ଲାଗୁ କରି ଅଚାନକ ପରିଦର୍ଶନ ମାଧ୍ୟମରେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଅଧିକ ଉତ୍ତରଦାୟୀ କରିବାରେ ଅନେକାଂଶରେ ସଫଳ ହୋଇଛନ୍ତି ମନ୍ତ୍ରୀ ଡ଼ ସାହୁ | ଫଳରେ ଅଭିଭାବକମାନଙ୍କ ସହ ଅଧ୍ୟାପକ  ଅଧ୍ୟାପିକା ମାନେ ସିଧା ସଳଖ ଯୋଗାଯୋଗ ନିୟମିତ ହେବ ଦ୍ୱାରା ଶ୍ରେଣୀରେ ପିଲାମାନଙ୍କ ଉପସ୍ଥାନ ବୃଦ୍ଧି ପାଇଛି |  କଲେଜ ଗସ୍ତ ବେଳେ ମନ୍ତ୍ରୀ ଡ଼ ସାହୁ ପାଇଥିବା ପ୍ରତ୍ୟକ୍ଷ ଅନୁଭୂତି ଆଉ ତାଙ୍କ ପାଖରେ ପହଁଚିଥିବା ସୂଚନା ଆଧାରରେ ପରୀକ୍ଷା ଓ ଫଳ ପ୍ରକାଶନ ବ୍ୟସ୍ଥାରେ ସମନ୍ୱୟ ଆଣିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ  ଗତ ସପ୍ତାହରେ ଏକ ଚିଠି    ଚିଠି ଯାଇଛି ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଆଉ ଅଟୋନମସ କଲେଜକୁ | ଆଗରୁ ଏ ନେଇ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବୈଠକରେ କୁହାଯାଇଥିଲେ ମଧ୍ୟ ଏହାର ଅନୁପାଳନ ହୋଇପାରିନାହିଁ | ସେଦିନ ଜାନୁୟାରେ ୨୬ କାର୍ଯ୍ୟକ୍ରମରେ ଛତ୍ରପୁର ଗସ୍ତ କରିବା ବାଟରେ ୨୫ ତାରିଖ ଦିନ ଗଂଜାମ ଜିଲ୍ଲାର ବୁଗୁଡ଼ା ଅତିକ୍ରମ କଲାବେଳେ ବାଟରେ ପଡିଲା ପିପୁଲସ କଲେଜ | ମନ୍ତ୍ରୀଙ୍କ ଗାଡି ହଠାତ ସେଠି ଅଟକି ଗଲା | ସିଧା ପଶିଗଲେ କଲେଜ କ୍ୟାମ୍ପସ ଭିତରେ ଆଉ ମନ୍ତ୍ରୀ ଆସିଥିବା ଦେଖି ସାମାନ୍ୟ ଇତସ୍ତତଃ ହୋଇପଡିଲେ | ମନ୍ତ୍ରୀ ପ୍ରିନ୍ସିପାଲ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ସାଙ୍ଗରେ କଲେଜ ପରିସର ବୁଲିଲେ | ଉପର ମହଲରେ ପିଲାମାନଙ୍କ ପରୀକ୍ଷା ଚାଲିଥାଏ | ସେଠାକୁ ଗଲେ ମନ୍ତ୍ରୀ ଆଉ ଶ୍ରେଣୀ ଭିତରେ ପଶି ଅଳ୍ପ ସେକେଣ୍ଡ ଭିତରେ ପିଲାଙ୍କୁ ଡିଷ୍ଟର୍ବ ନକରି ବାହାରି ଆସିଲେ | ଅଧ୍ୟକ୍ଷଙ୍କୁ ପଚାରିଥିଲେ ଅନ୍ୟଆଡ଼େ ପରୀକ୍ଷା ସରିଲା ବେଳକୁ ଏଠି କଣ ଏବେ ପରୀକ୍ଷା ଚାଲିଛି !!!  ବିଶେଷ ସେ ବିଷୟରେ କିଛି ନକହି ଚାଲି ଯାଇଥିଲେ ସେଠାରୁ ମନ୍ତ୍ରୀ ଡ଼ ସାହୁ | 

ତାପରେ ବାଟରେ ପୋଲସରାର ବିଜ୍ଞାନ ମହା ବିଦ୍ୟାଳୟରେ  ପଶିଲା ବେଳକୁ ବି ସେମିତି ବି ଅବସ୍ଥା | ଅଚାନକ ପଶିଗଲା ବେଳକୁ ସେମିତି ପରୀକ୍ଷା ଚାଲିଛି | ଆଗରୁ ପରୀକ୍ଷା ସମୟରେ ହେନଥିବା କାରଣରୁ ପିଲାମାନେ ସମସ୍ୟା ଭୋଗ କରୁଥିବା ବିଷୟ ମନ୍ତ୍ରୀଙ୍କ ପାଖରେ ଖବର ହସ୍ତଗତ ହୋଇଥିଲା , ଆଉ ସେଦିନ ବି ନିଜେ ଅନୁଭବ କରିଥିଲେ ଯେ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଲଗା ଅଲଗା ସମୟରେ ପରୀକ୍ଷା ହେଉଛି ବୋଲି | ଆଉ ସେଠାରୁ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକରଣରୁ ଫେରିବା ପରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ପରୀକ୍ଷା ବ୍ୟବସ୍ଥା କୁ ବ୍ୟବସ୍ଥିତ କରିବା ପାଇଁ ଓ ଠିକଣା ସମୟରେ ପରୀକ୍ଷା ଯେପରି ହୁଏ ତାହା ନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ | କାରଣ ପରୀକ୍ଷା ବିଳମ୍ବ ବା ଅନିୟମିତ ହେଲେ ପରୀକ୍ଷା ଫଳ ବି ବାହାରିବା ଅନିୟମିତ ହେଉଛି | ଆଉ ଏହାର କୁପ୍ରଭାବ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡୁଛି | ସେମାନେ ଉଚ୍ଚତର ଶିକ୍ଷା ପାଇଁ ବାହାର ରାଜ୍ୟ ବା ବିଦେଶର ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରେ ଆବେଦନ କରିବାରୁ ବଂଚିତ ହେଉଛନ୍ତି | ତେଣୁ ଏହି ଚିରାଚରିତ ସମସ୍ୟାର ଦୁରୀକରବ ପାଇଁ ବିଶ୍ୱବିଦ୍ୟାଳୟ ବା ସ୍ୱୟଂଶାସିତ  ମହାବିଦ୍ୟାଳୟ ମାନଙ୍କୁ ଲେଖିବା ପାଇ ମନ୍ତ୍ରୀ ଡ଼ ସାହୁ ନିର୍ଦ୍ଦେଶ ଦେଇଥିଲେ |

 ଆଉ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ଚିଠି ସଂଖ୍ୟା ୫୩୭୭-୦୫/୦୨/ ୨୦୨୦ ଜାରି କରାଯାଇଛି, ଯାହାକି ସମ୍ବୋଧିତ ହୋଇଛି ସବୁ ସରକାରୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଓ ଅଟୋନମସ କଲେଜର ଅଧ୍ୟକ୍ଷମାନଙ୍କୁ | ସେଥିରେ ଉଲ୍ଲେଖ ଅଛି ଯେ କେତେକ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ସେମିଷ୍ଟାର ପରୀକ୍ଷା ବି ଠିକଣା ସମୟରେ ହେଉନାହିଁ | ପୂର୍ବରୁ ଅନେକ ବୈଠକରେ ଏ ବିଷୟରେ ବିଶ୍ୱବିଦ୍ୟାଳୟ ବା ସ୍ବୟଂଶାସିତ ମହାବିଦ୍ୟାଳୟଙ୍କୁ ଅବଗତ କରାଯିବ ସହ ସେଥିରେ ସୁଧାର ଆଣିବା ପାଇଁ କୁହାଯାଇଥିଲେ ମଧ୍ୟ ତାହା ଏ ଯାଏ ବଳବତ୍ତର ରହିଛି | କାରଣ ପରୀକ୍ଷା ବିଳମ୍ବ ବା ଅନିୟମିତ ହେଲେ ପରୀକ୍ଷା ଫଳ ବି ବାହାରିବା ଅନିୟମିତ ହେଉଛି | ଆଉ ଏହାର କୁପରିଣାମ ଭୋଗୁଛନ୍ତି ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନେ | ସେମାନେ କେବଳ ଯେ  ଉଚ୍ଚତର ଶିକ୍ଷା ପାଇଁ ବାହାର ରାଜ୍ୟ ବା ବିଦେଶର ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରେ ଆବେଦନ କରିବାରୁ ବଂଚିତ ହେଉଛନ୍ତି ତା ନୁହେଁ, ଛାତ୍ରଛାତ୍ରୀମାନଙ୍କ ମନୋବଳ ଉପରେ ନକାରାତ୍ମକ ପ୍ରଭାବ ପଡିଛି | ତେଣୁ ବିଶ୍ୱବିଦ୍ୟାଳୟ ବା ସ୍ବୟଂଶାସିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଗାଇଡ ଲାଇନ ପାଳନ କରି ପରୀକ୍ଷା ଓ ଫଳ ପ୍ରକାଶନ ଠିକଣା ସମୟରେ କରିବା ପାଇଁ  ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି | ଖାସ କରି ଯୁକ୍ତ୩ ଶ୍ରେଣୀ ବିଭିନ୍ନ ସେମିଷ୍ଟାର ପରୀକ୍ଷା ପାଇଁ କେତେ ତାରିଖ ଧାର୍ଯ୍ୟ ହୋଇଛି, ବାସ୍ତବିକ କେତେ ତାରିଖରେ ପରୀକ୍ଷା ଅନିଷ୍ଠିତ ହୋଇ ଶେଷ ହେବ ବା ହୋଇଛି ଓ କେଉଁମାସ କେତେ ତାରିଖ ସୁଦ୍ଧା ପରୀକ୍ଷା ଫଳପ୍ରକାଶ ହେବେ ସେ ସମ୍ପର୍କିତ ଏକ ସଂଲଗ୍ନ ଫର୍ମାଟ ପୁରଣ କରି ରାଜ୍ୟ ପରଫରମନ୍ସ ଟ୍ରାକିଙ୍ଗ ସେଲକୁ ପଠାଇବା ପାଇଁ ଚିଠିରେ ଉଲ୍ଲେଖ ଅଛି |

0
0
0
s2sdefault