ହେଡଲାଇନସ୍:

ଜିଲ୍ଲାପାଳ ୧୦ ମିନଟ୍ ଯାଏ ହସିଲେ....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ୪ର୍ଥ ବାର୍ଷିକ ଉତ୍ସବ 

 ରାୟଗଡ(ସରୋଜ ସାହୁ) ଜିଲ୍ଲା ବରିଷ୍ଠ  ନାଗରିକ ସଂଘର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ବହୁ ଆଡମ୍ବର ସହକାରେ ୪ର୍ଥ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଘର ଶତାଧିକ ସଭ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସଂଘର ପତାକାକୁ ସଂଘର ଉପଦେଷ୍ଟା ନରସିଂହ ନାଥ ପାଢୀ ଉତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରିଥିବା ବେଳେ ସଭ୍ୟମାନଙ୍କୁ ଉଦବୋଧନ ଦେଇଥିଲେ । ପରେ ସଂଘର ସଭ୍ୟ ମାନଙ୍କ ଦ୍ୱାରା ପ୍ଲାକାର୍ଡ ଧରି ସହର ପରିକ୍ରମା କରି ସ୍ଲୋଗାନ ମାଧ୍ୟମରେ ସମାଜକୁ ସଚେତନ ପୂର୍ବକ ବାର୍ତା ପ୍ରଦାନ କରିଥିଲେ । ଏଥି ସହ ଦିବା ୧୧ଟା ସମୟରେ ଏକ ସାଧାରଣ ସଭା ସଂଘ କାର୍ଯ୍ୟାଳୟ ପରିସରେର  ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ମଂଚାସୀନ ଥିଲେ ଉପଦେଷ୍ଟା ନରସିଂହ ନାଥ ପାଢୀ, ସଂପାଦକ ଦେବେନ୍ଦ୍ର ନାଥ ମହାପାତ୍ର । ପରେ ଇମ୍ପା କଂପାନୀର ଉପ-ସଭାପତି କେ.ଭି.ରାଓ, ଲୋକ ସଂପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ମଧ୍ୟ ମଂଚାସୀନ ଥିଲେ । ଜିଲ୍ଲାପାଳ ଓ ଇମ୍ପା କଂପାନୀର ଉପ-ସଭାପତି ଶ୍ରୀ ରାଓ ବରିଷ୍ଠ  ନାଗରିକ ମାନଙ୍କ ଭୂମିକା ସମାଜର ପ୍ରଗତିରେ ବିନିଯୋଗ କଲେ ବିକାଶ ଘଟିବ ବୋଲି କହିବା ସହ ବରିଷ୍ଠ  ନାଗରିକ ମାନଙ୍କ ଅଧିକାର, ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ସଂଘର ସଂପାଦକ ଦେବେନ୍ଦ୍ର ନାଥ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଘର ସଭାପତି ଶ୍ରୀ ପଣ୍ଡା ସଭା ପରିଚାଳନା କରିବା ସହ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଆଇନ ଓ ନିୟମାବଳୀ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଓ ଉପସ୍ଥିତ ସଦସ୍ୟ ମାନଙ୍କୁ ସହଯୋଗ କାମନା କରିବା ପାଇଁ ଅନୁରୋଧ କରିଥିଲେ । ସଂଘର ଉପଦେଷ୍ଟା ଶ୍ରୀ ପାଢୀ ଜିଲ୍ଲାରେ ବାସ କରୁଥିବା ବରିଷ୍ଠ  ନାଗରିକ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଅଧିକାର ସଂପର୍କରେ ସଚେତନା କରିବା ନିମନ୍ତେ ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ କରିଥିଲେ । ଏତଦବ୍ୟତୀତ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଅଧିକାର ସଂପର୍କରେ ଗଠନ କରାଯାଇଥିବା ଯୁଗ୍ମ କମିଟିରେ ସଂଘର ସଭାପତି ଶ୍ରୀପଣ୍ଡାଙ୍କୁ ସ୍ଥାନିତ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା ।  ଜିଲ୍ଲାକୁ କ୍ରୀଡା ପାଇଁ ଆସୁଥିବା ପାଣ୍ଠିରୁ  ବରିଷ୍ଠ ନାଗରିକ ମଙ୍ଗଳ ସଂଘ କାର୍ଯ୍ୟାଳୟରେ ଏକ ବ୍ୟାୟମ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସଂଘର ସହକାରୀ ସଂପାଦକ ବଳରାମ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ  ଦିଲ୍ଲୀପ କୁମାର ପଟ୍ଟନାୟକ, ହୃଦୟାନନ୍ଦ ବାରିକ, ରମେଶ ପଣ୍ଡା, ନବୀନ ପଣ୍ଡା, ନରସିଂହ ପରିଡା, ପଦ୍ମନାଭ ଦୋରା, ବ୍ରଜମୋହନ ମାଦଳା, ଚନ୍ଦ୍ର ଶେଖର ପାତ୍ର, କେ.ସି.ସାମନ୍ତରାୟ, ଗଣେଶ୍ୱର ଭାରିମଲ, କିଶୋର ପଣ୍ଡା ପ୍ରମୁଖ ।  ସଂଘ ପରିସରରେ ଥିବା ହସ କ୍ଲବରେ ଜିଲ୍ଲାପାଳଙ୍କ ସମେତ ସଂଘର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ୧୦ ମିନଟ୍ ଯାଏ ହସିଥିଲେ । 

0
0
0
s2sdefault