ହେଡଲାଇନସ୍:

ଜୁନାଗଡ ପୁଲିସକୁ ମିଳିଲା  ବଡ ସଫଳତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କପାଚାଷୀଙ୍କ ଠାରୁ ଛ ଲକ୍ଷ ଲୁଟ ଓ ଘଟଣାର ପର୍ଦ୍ଦାଫାସ, ୪ ଗିରଫ 

ଜୁନାଗଡ / ଆଦିତ୍ୟ ମହାନ୍ତି : ଗତ ଜାନୁୟାରୀ ମାସ ନ ତାରିଖରେ ଜୁନାଗଡ ଥାନା ବୋରଗୁଡା କପାଚାଷିଙ୍କ ଠାରୁ ଛଅ ଲକ୍ଷ ଟଙ୍କା ଲୁଟ୍ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ । ଆଜି ଜୁନାଗଡ ଥାନା ପରିସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ଦେଶୀ ବନ୍ଧୁକ,ଏକ ଛୁରି, ଲୁହାରଡ, ଲୁଟରେ ବ୍ୟବହାର ହୋଇଥିବା ଏକ ଆପାଚି ମୋଟରସାଇକେଲ ଓ ଲକ୍ଷେ ତିରିଶ ହଜାର ଟଙ୍କା ଜବତ କରିଛି ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା  ଛ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କୁ ଧରିବାରେ ସଫଳ ହୋଇ ଥିବାବେଳେ ଆଉ ଦୁଇ ଜଣଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି. ପୋଲିସ ଗିରଫ କରିଥିବା ଲୁଟେରାମାନେ ହେଲେ ଜୁନାଗଡ ଥାନା ଅନ୍ତର୍ଗତ ଖର୍ଲାବେଡl ଗ୍ରାମର ଉମାକାନ୍ତ ମାଝୀ ( 27) ,ରାୟଗଡା ଜିଲ୍ଲା ଆମ୍ବlଦୋଲା ଗ୍ରାମର ରାଜେନ୍ଦ୍ର ମାଝୀ (26) , ଜୁନାଗଡ ଥାନା ଅନ୍ତର୍ଗତ ତେନ୍ତୁଳି ଖୁଣ୍ଟି ଗ୍ରାମର ଲକ୍ଷ୍ମୀଧର ନାଏକ (୨୮), ମଦନପୁର୍ ରାମପୁର ଥାନା ଅନ୍ତର୍ଗତ ସରାବାହିଲି ଗ୍ରାମ ର ସମାରୁ ସାହୁ (25) । 

ସୁଚନା ଥାଉ କି ଗତ ଜାନୁୟାରୀ ମାସ ନଅ  ତାରିଖ ଦିନ ବୋରଗୁଡା ଗ୍ରାମର ଜଣେ କପାଚାଷି ଭବାନୀପାଟଣା ଏଚ୍ ଡି ଏଫ୍ ସି ବ୍ୟାଙ୍କ ରୁ ଛଅଲକ୍ଷ ଟଙ୍କା ଧରି ନିଜ ଗ୍ରାମକୁ ଫେରୁଥିବା ସମୟରେ ଅପରାହ୍ନ ଚାରିଟା ସମୟରେ ବୋରଗୁଡା ଛକ ଠାରେ ଅତର୍କିତ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଛଅଲକ୍ଷ ଟଙ୍କା ଲୁଟ କରି ପଳାଇ ଯାଇଥିଲେ  | ଆକ୍ରମଣରେ ପୁଅ ବଳଭଦ୍ର ନାଏକ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଦୁବୃର୍ତ୍ତମାନେ ଆଗରୁ ମଧ୍ୟ ଅନେକ ଘଟଣାରେ ସମ୍ପୃକ୍ତ ଥିବା ସହ ଜେଲ ମଧ୍ୟ  ଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଦୁଇ ଜଣ ଦୁର୍ବୃତ୍ତ  କପାଚାଷିଙ୍କୁ ବନମାଳୀପୁରଠାରୁ ପିଛା କରିବା ସହ ଆଗପଟରେ ଛକିଥିବା ସହଯୋଗୀମାନଙ୍କୁ ସୁଚନା ଦେବାସହ ଅତି ଚତୁରତାର ସହ ଘଟଣା ଘଟାଇଥିବା ପ୍ରକାଶ କରିଛନ୍ତି ଏସପି ଶ୍ରୀ ଗଙ୍ଗାଧର । ଏକ ଚର୍ଚ୍ଚିତ ଲୁଟ ଓ ହତ୍ୟା  ଘଟଣାର ପର୍ଦ୍ଦାଫାସ କରି ଆସାମୀମାନଙ୍କୁ ଧରିଥିବାରୁ କଳାହାଣ୍ଡି ପୋଲିସ୍ କୁ ବିଭିନ୍ନ ମହଲରେ ପ୍ରଶଂସାର ଛୁଅ ଛୁଟୁଛି ।

0
0
0
s2sdefault