ହେଡଲାଇନସ୍:

ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ପାଣିବୋତଲ ପର୍ଯ୍ୟନ୍ତ : ସରକାରଙ୍କ ଇ-ମାର୍କେଟ ପ୍ଲେସ୍ ଜିଇଏମ୍ ପୋର୍ଟାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏଯାବତ ୭୩୦ କ୍ରେତା, ୩୧୯୦ ବିକ୍ରେତା ଏହି ପୋର୍ଟାଲରେ  ପଞ୍ଜୀକୃତ 

ଏହି ପୋର୍ଟାଲ୍ ଆରମ୍ଭ ମାଧ୍ୟମରେ ହେଲାଣି ୩୫୭ କୋଟି ଟଙ୍କାର ଦ୍ରବ୍ୟ କିଣାବିକା

ସରକାରଙ୍କ ଇ-ମାର୍କେଟ ପ୍ଲେସ୍ ଜିଇଏମ୍ ପୋର୍ଟାଲର ବହୁଳ ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ଶାସକ ପ୍ରଶାସକ): ସରକାରୀ କାର୍ଯ୍ୟାଳୟଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ୨୦୧୬ ଅଗଷ୍ଟ ୯ରୁ ସରକାରଙ୍କ ଇମାର୍କେଟ ପ୍ଲେସ୍ ଜିଇଏମ୍ ପୋର୍ଟାଲର ଶୁଭାରମ୍ଭ ହୋଇଛିା ଏହି ପୋର୍ଟାଲକୁ ବ୍ୟବହାର କରି ସ୍ୱଚ୍ଛତାର ସହିତ ଅଳ୍ପ ସମୟ ମଧ୍ୟରେ ଦ୍ରବ୍ୟ କ୍ରୟ କରାଯାଇପାରୁଛି ଏବଂ ଏଥି ସହିତ ବିକ୍ରେତାମାନେ ମଧ୍ୟ ଉପଯୁକ୍ତ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେଇ ପାରୁଛନ୍ତିା

ଆଜି ଏହି ଏକ ଦିବସୀୟ ମତବିନିମୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଭାରତ ସରକାରଙ୍କ ଇ-ମାର୍କେଟ୍ ପ୍ଲେସ ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ତଲ୍ଲିନ କୁମାର କହିଥିଲେ ଯେ ସରକାରଙ୍କ ଦ୍ରବ୍ୟ ସଂଗ୍ରହ କ୍ଷେତ୍ରରେ ଏହା ଅତ୍ୟନ୍ତ ସ୍ୱଚ୍ଛତାର ସହ ଠିକ୍ ସମୟରେ କାର୍ଯ୍ୟ ସଂପନ୍ନ କରିବାର ଏକ ପ୍ରକୃଷ୍ଟ ମାଧ୍ୟମା ଇ-ବିଡିଂ, ଇ-ଅକ୍ସନକୁ  ସୁରୁଖୁରୁରେ କରାଇବା ସହ ଉପଯୁକ୍ତ ମୂଲ୍ୟରେ ସେବା ଯୋଗାଇ ଦିଆଯାଉଛିା ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟରଠାରୁ ଆରମ୍ଭ କରି ପାଣିବୋତଲ ପର୍ଯ୍ୟନ୍ତ ସବୁ ଦ୍ରବ୍ୟ ସ୍ୱଚ୍ଛତାର ସହ ଠିକ୍ ସମୟରେ ଯୋଗାଯାଇପାରୁଛିା

କର୍ମଶାଳାରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ.କେ. ମୀନା ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଆଜିର ଏହି ମତବିନିମୟ ଅଧି ବେଶନରେ ସେମାନଙ୍କର ଅଭିଜ୍ଞତା ଓ ଅନୁଭୂତି ଏବଂ ଅସୁବିଧା ସଂପର୍କରେ ସମସ୍ତେ ଅବଗତ ହେବୋ ବର୍ତ୍ତମାନ ସୁଦ୍ଧା ୭୩୦ କ୍ରେତା, ୩୧୯୦ ବିକ୍ରେତା ଏହି ଇ-ମାର୍କେଟ ଜିଇଏମରେ  ପଞ୍ଜୀକୃତ ହୋଇଛନ୍ତିା ରାଜ୍ୟ ସରକାର ଜିଇଏମ ପୋର୍ଟାଲ୍ ଆରମ୍ଭ ହେବା ପରେ ୩୫୭ କୋଟି ଟଙ୍କାର ଦ୍ରବ୍ୟ କିଣାବିକା ହୋଇଛିା

ଜିଇଏମ୍ ପୋର୍ଟାଲ୍ ମାଧ୍ୟରେ ଦ୍ରବ୍ୟ ସଂଗ୍ରହ କରାଗଲେ ତାହା ରାଜ୍ୟ ସରକାରଙ୍କ ୫"ଟି' କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ଆମାଜନ ପରି ସରକାରଙ୍କ ଏହା ଅନ୍ଲାଇନ ପୋର୍ଟାଲ୍ ବୋଲି କହିଥିଲୋ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ ଯେ ଏହି ପୋର୍ଟାଲ ଉପଯୋଗ କରି ଜାତୀୟ ସ୍ୱାସ୍ଥ୍ୟ ମିଶନ ସର୍ବାଧିକ କ୍ରୟ କରିଛିା ଏହି ଜିଇଏମ୍ ପୋର୍ଟାଲ୍ ମାଧ୍ୟମରେ ୧୦୦ଟି ଆମ୍ବୁଲାନ୍ସ ଅଦ୍ୟାବଧି  କିଣା ଯାଇଥିବାବେଳେ ଆଉ ଅଧିକ ୧୦୦ଟି ଆମ୍ବୁଲାନ୍ସ କିଣାଯିବା ରାଜ୍ୟର ବିଭିନ୍ନ ପ୍ରଶାସନିକ ବିଭାଗ, ମୁଖ୍ୟ ଦପ୍ତର, ସ୍ୱୟଂଶାସିତ ଅନୁଷ୍ଠାନ, ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନେ କ୍ରେତା ବର୍ଗରେ ଥିବାବେଳେ ଏମ୍ଏସ୍ଏମ୍ଇ, ସ୍ୱୟଂ ସହାୟକ ଗୋଷ୍ଠୀ, ଷ୍ଟାର୍ଟ ଅପ୍, ସ୍ଥାନୀୟ ବୁଣାକାର ଓ କାରିଗରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲୋ

ଅଗ୍ରଣୀ କ୍ରେତା ଭାବେ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ପାଇଁ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ଓଡ଼ିଶା ରାଜ୍ୟ ଔଷଧ ନିଗମ ପାଇଁ ଯାମିନୀ ଷଡଙ୍ଗୀ ପୁରସ୍କାର ଗ୍ରହଣ କରିଥିଲୋ କଟକର ରାଜ୍ୟ ପୋଲିସ୍ ମୁଖ୍ୟ ଦପ୍ତରକୁ ମଧ୍ୟ ପୁରସ୍କୃତ କରାଯାଇଥିଲାା ଆଜିର ଏହି ଦିନିକିଆ ମତବିନିମୟ କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପି.କେ. ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁଗ୍ମ ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲୋ 

0
0
0
s2sdefault