ହେଡଲାଇନସ୍:

"ଆମ ପିଲାକୁ ଡାକ୍ତରଙ୍କ ଅବହେଳା ମାରିଦେଲା"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡାକ୍ତରଙ୍କ ଅପେକ୍ଷାରେ ପଡି ପଡି ଜୀବନ ଚାଲିଗଲା, ଡାକ୍ତର ଆସିଲେ ତିନିଘଂଟା ଡେରିରେ  

  ସୁନ୍ଦରଗଡ଼/ ହୋରାଚାନ୍ଦ  ଦେଉରିଆ  :- ଆଜି ସକାଳେ ହାତିବାରି ବିର୍ଜାବେର୍ଣା ସାହିର ସାଧୁ ସୋରଙ୍ଗ( ୨୦) ନାମକ ଜଣେ ଯୁବକ ଚୁନପଥର ସଂଗ୍ରହ କରିବା ପାଇଁ ଚୂନପଥର ବାହାରୁ ଥିବା ଜାଗାକୁ ଯାଇଥିଲେ | ଚୂନ ସଂଗ୍ରହ କରୁଥିବା ସମୟରେ ତାଙ୍କର ଗୋଡ଼ ଚୁନଥିବା ଦଲଦଲରେ ଫସି ଯାଇଥିଲେ ଓ ଉପରପଟୁ ତାଙ୍କ ଦେହରେ ଚୂନ ଭେଳା ପଡ଼ିଥିଲା ସେଥିରେ ସେ ଗୁରୁତର ଆହତ ହୋଇଥିଲେ | ତାଙ୍କୁ ସ୍ଥାନୀୟ ଜନସାଧାରଣ ତୁରନ୍ତ ହାତିବାରୀ ସିଏଚସି କୁ ଆଣିଥିଲେ ଚିକିତ୍ସା ପାଇଁ କିନ୍ତୁ ହସ୍ପିଟାଲରେ ଡାକ୍ତର ନଥିବା ଯୋଗୁ ପ୍ରାୟ ୩ଘଣ୍ଟା ସେମିତି ପଡି ରାହିବା ଫଳରେ ସାଧୁଙ୍କ ଅବସ୍ଥା ସଙ୍କଟଜଣକ ହେବାରେ ଲାଗିଥିଲା | କ୍ରମଶଃ ଅବସ୍ଥା ଗୁରୁତର ହୋଇଯିବ ସହ ଏତେ ସମୟ ବିନା ଚିକିତ୍ସାରେ  ପଡିରହିବା ଯୋଗୁଁ ଯୁବକ ମୃତ୍ୟୁ ବରଣ କରିଥିଲେ | ଗ୍ରାମବାସୀ ଏବଂ ପରିବାର ବର୍ଗ ଡାକ୍ତରଙ୍କ ଅନୁପସ୍ଥିତି ଆଉ ପହଂଚିବାରେ ଅହେତୁକ ବିଳମ୍ବ ହେବ କାରଣରୁ ସାଧୁଙ୍କ ଜିବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ଏବଂ ହସ୍ପିଟାଲ ରେ ଭଙ୍ଗାରୁଜା କରିଛନ୍ତି |

 ପୋଲିସ ଖବର ପାଇ ତୁରନ୍ତ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ପ୍ରୟାସ ଜାରି ରଖିଛି | ଏହି ବାବଦରେ ହାତିବାରୀ  ହସ୍ପିଟାଲ ତରଫରୁ ଫୋନଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼ଃ ସରୋଜ ମିଶ୍ରଙ୍କୁ ଅବଗତ କରାଯାଇଥିଲା  | ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ବାବଦରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି | ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟତଃ ସିଏଚସି, ପିଏଚସି ଏବଂ ଡାକ୍ତରଖାନାଗୁଡିକରେ  ଡାକ୍ତର ଅଭାବ୍ ଯୋଗୁଁ  ଚିକିତ୍ସା ସେବା ଠପ ହୋଇପଡିଥିବା କାରଣରୁ  ୬ ମାସ ତଳେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିରୁ ପାଖାପାଖି ,୬୦ ରୁ ଉର୍ଦ୍ଧ୍ବ ଡାକ୍ତର ପୋଷ୍ଟିଂଙ୍ଗ କରାଯାଇଛି |

 

0
0
0
s2sdefault