ହେଡଲାଇନସ୍:

ଅସହାୟଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ପ୍ରତାପ ମେହେର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ବୈକୁଣ୍ଠପୁର  ଗ୍ରାମର ଜେମା ଦୀପ । ୨୦୧୪ ମସିହାରୁ ସ୍ବାମୀଙ୍କ ପାଖରୁ ଛାଡ଼ପତ୍ର ପାଇବା ପରେ ବାପଘରେ ଅଛନ୍ତି । ଭାଇ ମାନେ ଦୟା କରି ଏକ ମାଟି ଘର ଦେଇଥିଲେ ଗତ ବର୍ଷାରେ ଘରଟି ଭାଙ୍ଗିଗଲା । ଏବେ ବାପା କାଳିନ୍ଦୀ ଦୀପ  (୬୦) ମାଁ ସହିତ ନିଜେ ରହିବା ସହିତ ଛୋଟ ଝିଅ (୯) ରୁହନ୍ତି  ଏବଂ ଛୋଟ ଭାଇ ଜଣେ । ବୁଢ଼ା ବାପା ସହିତ ଝିଅ ଏବଂ ନାତୁଣୀର ଚିନ୍ତା । ବାପାଙ୍କ ବୟସ ହେତୁ ଝିଅ ଉପରେ ପରିବାର ଚିନ୍ତା । ମାଟି ଘର ଗୋଟିଏ ବଖରା ସହିତ ସମସ୍ତେ ରୁହନ୍ତି । ସାମାନ୍ୟ ବର୍ଷାରେ ପାଣି ଗଳିଥାଏ ଯାହା ଫଳରେ ଚାଳ ଘର ଉପରେ ଏକ ଜାରି ଟାଣି ରହୁଛନ୍ତି । ସରକାରଙ୍କୁ ନିବେଦନ ଜେମା ଦୀପଙ୍କ ନାମରେ ଏକ  ସରକାରୀ ବାସ ଗୃହ ଅନୁଗ୍ରହ କରି ପ୍ରଦାନ କଲେ ଜେମା ଦୀପ ଉପକୃତ ହୁଅନ୍ତେ ।

 

0
0
0
s2sdefault