ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ-ବିଧାୟକ-ମେୟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱସ୍ତରୀୟ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର

14-03-18-bmc-bbsr-1.JPG - 664.31 kB
ଭୁବନେଶ୍ୱର,୧୪/୩/୨୦୧୮: ଇଂଲଣ୍ଡର ଗବେଷଣା ସଂସ୍ଥା ଜୁନିପର୍‍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସର୍ଭେ କରାଯାଇଥିବା ବିଶ୍ୱର ଶ୍ରେଷ୍ଠ  ୨୦ଟି ଉତ୍ତମ ପ୍ରଦର୍ଶନକାରୀ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ସ୍ଥାନିତ ହୋଇଛି । ସୁରକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ଓ ଉପôାଦନ, ଏହି ଚାରିଟି ବର୍ଗ ମଧ୍ୟରୁ ସୁରକ୍ଷିତ ସହର ବର୍ଗରେ ବାର୍ସାଲୋନା, ବର୍ଲିନ୍‍, ପୋର୍ଟଲ୍ୟାଣ୍ଡ, ଟୋକିଓ ଭଳି ସହରକୁ ପଛରେ ପକାଇ ଭୁବନେଶ୍ୱର ବାଜିମାତ କରିଛି । ଏଭଳି କୃତିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାବଦ୍ଧ କାର୍ଯ୍ୟ ଯୋଗୁ ସମ୍ଭବ ହୋଇପାରିଛି । ଏହିକ୍ରମରେ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର୍‍, ବିଏମ୍‍ସିର କର୍ମଚାରୀ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗମନାଗମନ, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ଭୁବନେଶ୍ୱରର ଉଲ୍ଲେଖନୀୟ ବିକାଶ ଯୋଗୁ ଏହି ସହର ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ  ନେତୃତ୍ୱକୁ ଉପସ୍ଥିତ ନେତୃବୃନ୍ଦ ଧନ୍ୟବାଦ ଜଣାଇଥିଲେ । ମେୟର ଶ୍ରୀ ଜେନା କହିଥିଲେ ଯେ ସ୍ମାର୍ଟସିଟି ପ୍ରକଳ୍ପରେ ଭୁବନେଶ୍ୱରର ଗମନାଗମନ, ପରିବହନ, ଯୋଗାଯୋଗ, ସାମାଜିକ ସୁରକ୍ଷା, ମହିଳା ସୁରକ୍ଷା ଓ ଶିଶୁଙ୍କ କଲ୍ୟାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ଆଗକୁ ଏହି ସହର ଆହୁରି ଉନ୍ନତି କରିବ । ଭୁବନେଶ୍ୱର ସହର ଏବେ ଦେଶର ଅନ୍ୟ ସହରଗୁଡିକ ଲାଗି ଅନୁକରଣୀୟ ପାଲଟିଛି, ଯାହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ।

0
0
0
s2sdefault