ହେଡଲାଇନସ୍:

ଆଶାବାଦୀ ଭାରତ , ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ ଆଉ ସମାଜ ପ୍ରତି କର୍ତ୍ତବ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଣ ଅଛି ଏଥର ବଜେଟରେ : ଦେଖନ୍ତୁ କେନ୍ଦ୍ରୀୟ ବଜେଟ 2020-21ର ମୁଖ୍ୟାଂଶ

• ଆୟ- 22.46 ଲକ୍ଷ କୋଟି ଟଙ୍କା

• ବ୍ୟୟ-30.42 ଲକ୍ଷ କୋଟି ଟଙ୍କା

• ଜିଡିପି ଅଭିବୃଦ୍ଧି 10% ରହିବା ଅନୁମାନ

• ବିତିୟ ନିଅଂଟ 3.5%

ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକର ପ୍ରଥମ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ବଜେଟରେ କେତେକ ଯୁଗାନ୍ତକାରୀ ସଂସ୍କାର ସହ ସ୍ୱଳ୍ପମିଆଦୀ, ମଧ୍ୟମମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ।

କେନ୍ଦ୍ରୀୟ ବଜେଟ 2020-21ର ମୁଖ୍ୟାଂଶ ଏହିପରି :-

ବଜେଟର ତିନୋଟି ମୁଖ୍ୟ ଆଧାର ହେଲା –

•        ଆଶାବାଦୀ ଭାରତ – ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟ, ଶିକ୍ଷା ଓ କର୍ମସଂସ୍ଥାନ ।

•        ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ - “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ”

•        ସମାଜ ପ୍ରତି କର୍ତବ୍ୟ – ଉଭୟ ମାନବୀୟ ଓ ସହାନୁଭୂତିଶୀଳ

ତିନୋଟି ମୁଖ୍ୟ କାର୍ଯ୍ୟ - ଦୁର୍ନୀତି ମୁକ୍ତ, ଉତ୍ତମ ନୀତିଯୁକ୍ତ ପ୍ରଶାସନ ଏବଂ ନିର୍ମଳ ଓ ଦୃଢ଼ ଆର୍ଥିକ କ୍ଷେତ୍ର ।

ଭଲ ଭାବେ ବଂଚିବା ପାଇଁ ତିନୋଟି ବିଷୟ କେନ୍ଦ୍ର ବଜେଟ 2020-21ରେ ସନ୍ନିବେଶିତ ହୋଇଛି ।

ଆଶାବାଦୀ ଭାରତର ତିନୋଟି ଉପାଦାନ ହେଲା –

•        କୃଷି, ଜଳସେଚନ ଏବଂ ଗ୍ରାମୀଣ ବିକାଶ

•        ସୁଖସ୍ୱାଚ୍ଛନ୍ଦ୍ୟ, ଜଳ ଓ ପରିମଳ ବ୍ୟବସ୍ଥା

•        ଶିକ୍ଷା ଓ କୌଶଳ ବିକାଶ

କୃଷି, ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ପାଇଁ 16ଟି କାର୍ଯ୍ୟକ୍ରମ

•        ଏହି 16ଟି କାର୍ଯ୍ୟକ୍ରମ ନିମନ୍ତେ 2ଲକ୍ଷ 83 ହଜାର କୋଟି ଟଙ୍କାର ଆବଂଟନ

•        କୃଷି, ଜଳସେଚନ ଓ ତତଜନିତ କାର୍ଯ୍ୟକ୍ରମ ନିମନ୍ତେ 1 ଲକ୍ଷ 60 ହଜାର କୋଟି ଟଙ୍କାର ବ୍ୟୟବରାଦ

•        ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ନିମନ୍ତେ 1 ଲକ୍ଷ 23 ହଜାର କୋଟି ଟଙ୍କା

କୃଷି ଋଣ

•        2020-21 ଆର୍ଥିକ ବର୍ଷ ନିମନ୍ତେ 15 ଲକ୍ଷ କୋଟି ଟଙ୍କାର କାର୍ଯ୍ୟକ୍ରମ

•        ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀମାନେ କିଷାନ କ୍ରେଡିଟ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ ହେବେ

•        ନାବାର୍ଡ ଋଣ ଯୋଜନା ଆହୁରି ସଂପ୍ରସାରିତ ହେବ ।

•        100ଟି ଜଳକଷ୍ଟ ପ୍ରବଣ ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ଯୋଜନା ପ୍ରସ୍ତାବ

•        ବ୍ଲୁ ଇକନୋମି (ସାମୁଦ୍ରିକ ଅର୍ଥନୀତି)

•        ଆଗାମୀ 2024-25 ସୁଦ୍ଧା 1 ଲକ୍ଷ କୋଟି ଟଙ୍କାର ମତ୍ସ୍ୟସମ୍ପଦ ରପ୍ତାନୀ ଲକ୍ଷ୍ୟ

 

•        2022-23 ସୁଦ୍ଧା 2 ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନ ଲକ୍ଷ୍ୟ

 

•        ମତ୍ସ୍ୟଚାଷ ସମ୍ପ୍ରସାରଣ ପାଇଁ ନିୟୋଜିତ ହେବେ 3477 ସାଗର ମିତ୍ର ଏବଂ 500 ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ

•        ଶୈବାଳ, ସାମୁଦ୍ରିକ ଉଦ୍ଭିଦ ଉତ୍ପାଦନକୁ ପ୍ରୋତ୍ସାହନ

•        ସାମୁଦ୍ରିକ ମତ୍ସ୍ୟ ସମ୍ପଦର ସଂରକ୍ଷଣ ଓ ପରିଚାଳନା ନିମନ୍ତେ ବିକାଶ ଖସଡ଼ା

•        ସରକାରୀ ଓ ଘରୋଇ ଭାଗିଦାରୀତାରେ ଭାରତୀୟ ରେଳବାଇ ଦ୍ୱାରା କିଷାନ ରେଲର ବିକାଶ

•        ଦୁଗ୍ଧ, ମାଂସ ଓ ମାଛର ସଂରକ୍ଷଣ ପାଇଁ ଏକ ଜାତୀୟ ଶୀତଳ ଭଣ୍ଡାର ପୁଞ୍ଜ ପ୍ରତିଷ୍ଠା ହେବ

•        ଏକ୍ସପ୍ରେସ ଓ ମାଲ ଗାଡି ଗୁଡିକରେ ଶୀତଳଭଣ୍ଡାର ଯୁକ୍ତ ବଗି ରହିବ

•        କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୃଷି ଉଡାଣ ଯୋଜନା କାର୍ଯ୍ୟକାରୀ ହେବ

•        ଉଭୟ ଜାତୀୟ ଓ ଅନ୍ତର୍ଜାତୀକ ଉଡାଣ ସୀମା ଏଥିରେ ଅନ୍ତର୍ଭୁକ୍ତ ହେବ

•        ଉତରପୂର୍ବାଂଚଳ ଏବଂ ଆଦିବାସୀ ଅଧୁ୍ୟଷିତ ଜିଲ୍ଲାଗୁଡିକରେ ମୂଲ୍ୟଯୁକ୍ତ କୃଷି ଦ୍ରବ୍ୟ ପହଂଚାଯିବ ।

•        ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ତମ ବିପଣନ ଓ ରପ୍ତାନୀ ଦୃଷ୍ଟିରୁ ଗୋଟିଏ ଜିଲ୍ଲାରେ ଗୋଟିଏ କିସମର ଦ୍ରବ୍ୟ ଉପରେ ଗୁରୁତ୍ୱାରୋପ କରାଯିବ

•        ପାରମ୍ପରିକ ଜୈବିକ ଓ ରାସାୟନିକ ସାର ପ୍ରୟୋଗରେ ସନ୍ତୁଳନ ରକ୍ଷା କରାଯିବ

•        ଜୈବିକ, ପ୍ରାକୃତିକ ଏବଂ ସମନ୍ୱିତ କୃଷି ପାଇଁ ପଦକ୍ଷେପ ନିଆଯିବ

•        ଜାତୀୟ ଜୈବିକ ସାମଗ୍ରୀ ବଜାରକୁ ଜାତୀୟ ସ୍ତରରେ ଅନଲାଇନ କରିବା ପାଇଁ ଜୈବିକ ଖେତି ନାମକ ପୋର୍ଟାଲ ସୃଷ୍ଟି ହେବ

•        2019 ଜୁଲାଇ ମାସରେ ହୋଇଥିବା ବଜେଟରେ ସନ୍ନିବେଶିତ ଶୂନ୍ୟ ବଜେଟ ପ୍ରାକୃତିକ କୃଷିକୁ ଅନ୍ତର୍ଭୁକ୍ତ କରାଯିବ

•     ବୃଷ୍ଟିବହୁଳ ଅଂଚଳରେ ସମନ୍ୱିତ କୃଷି ପଦ୍ଧତିର ସଂପ୍ରସାରଣ କରାଯିବ

•       ଅଣ ଫସଲ ଋତୁରେ ବିବିଧ ଶସ୍ୟ, ମହୁଚାଷ, ସୌର ଚାଳିତ ପମ୍ପ ଓ ସୌରଶକ୍ତି ଇତ୍ୟାଦି ଅନ୍ତର୍ଭୁକ୍ତ ହେବ

•        ପ୍ରଧାନମନ୍ତ୍ରୀ କୁସୁମ ଯୋଜନାର ସଂପ୍ରସାରଣ

•        20 ଲକ୍ଷ ଚାଷୀଙ୍କୁ ସୌର ଚାଳିତ ପମ୍ପ ଯୋଗାଇ ଦିଆଯିବ

•        15 ଲକ୍ଷ ଚାଷୀଙ୍କ ବିଦୁ୍ୟତ ସଂଯୋଗ ପମ୍ପକୁ ସୌର ଶକ୍ତି ଦ୍ୱାରା ଚାଲୁ କରିବା ପାଇଁ ସହାୟତା କରାଯିବ

•        ଏହି ଯୋଜନା ଦ୍ୱାରା ଚାଷୀମାନେ ସୌର ଶକ୍ତି ଉତ୍ପାଦନ କରିବା ସହ ସେମାନଙ୍କ ପଡିଆ ଜମିକୁ ଜଳସେଚିତ କରି ବଳକା ଶକ୍ତି ଗ୍ରୀଡକୁ ବିକ୍ରି କରିପାରିବେ

ଗ୍ରାମୀଣ ଭଣ୍ଡାରଣ ଯୋଜନା

•        ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଗ୍ରାମୀଣ ଭଣ୍ଡାରଣଗୁଡିକୁ ଚଲାଯିବା ସହ ଏହାର ରକ୍ଷଣବେକ୍ଷଣ ଖର୍ଚ୍ଚ ହ୍ରାସ କରାଯାଇ ଭଣ୍ଡାରଣ ସାମର୍ଥ୍ୟ ବୃଦ୍ଧି କରାଯିବ

•        ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଗୁଡିକୁ ଧନ୍ୟା ଲକ୍ଷ୍ମୀର ମାନ୍ୟତା ଦିଆଯିବ

•        ନାବାର୍ଡ ଦ୍ୱାରା ଶସ୍ୟ ଗୋଲା, ଶୀତଲ ଭଣ୍ଡାର ଓ ପରିବହନ ବ୍ୟବସ୍ଥାର ତଦାରଖ କରାଯିବ

•        ପଣ୍ୟାଗାର ବିକାଶ ଓ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ନିୟମାବଳୀ ଅନୁସାରେ ପଣ୍ୟାଗାର ଗୁଡିକର ବିକାଶ କରାଯିବ

•        ବ୍ଲକ ଓ ତାଲୁକ ସ୍ତରରେ ସୁଦୃଢ଼ ପଣ୍ୟାଗାର ସ୍ଥାପନ କରାଯିବ

•        ଭାରତୀୟ ଖାଦ୍ୟ ନିଗମ ଓ କେନ୍ଦ୍ର ପଣ୍ୟାଗାର ନିଗମ ଏସବୁ ପଣ୍ୟାଗାର ଭବନ ଗୁଡିକର ଦାୟିତ୍ୱ ହାତକୁ ନେବେ

•        ଇ-ନାମ ସହିତ ଇଏନଡବ୍ଲୁ୍ୟଆରର ସମ୍ମିଶ୍ରଣ ହେବ

•       କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଆଦର୍ଶ ନିୟମାବଳୀଗୁଡିକୁ ତ୍ୱରାନ୍ୱିତ କରୁଥିବା ରାଜ୍ୟ ସରକାରଗୁଡିକୁ ପ୍ରୋତ୍ସାହିତ କରାଯିବ

ପଶୁସଦ :

•        2025 ମସିହା ସୁଦ୍ଧା ଦେଶର ଦୁଗ୍ଧ ଉତ୍ପାଦନ 53.5 ମିଲିଅନ ମେଟି୍ରକ ଟନରୁ 108 ମିଲିୟନ ମେଟି୍ରକ ଟନକୁ ବୃଦ୍ଧି କରାଯିବ

•        କୃତ୍ରିମ ପ୍ରଜନନ ବର୍ତ୍ତମାନ ଶତକଡା 30 ଭାଗ ଥିବା ବେଳେ ଏହାକୁ 70 ଭାଗକୁ ବୃଦ୍ଧି କରାଯିବ

 

•        ଗୋ-ଖାଦ୍ୟ ଯୋଗାଣକାରୀ ଫାର୍ମଗୁଡିକୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ

•        2025 ମସିହା ସୁଦ୍ଧା ଛେଳି, ମେଣ୍ଢା ଓ ଗୋରୁ ଗୁଡିକର ଫାଟୁଆ ରୋଗର ଦୂରୀକରଣ କରାଯିବ

•        ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – 50 ଲକ୍ଷ ପରିବାର ସହିତ 58 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାରିଦ୍ର୍ୟ ଦୂରୀକରଣ ଦିଗରେ ନିୟୋଜିତ କରାଯିବ

ବିକାଶ, ଜଳ ଓ ପରିମଳ

•        ସମୂହ ସ୍ୱାସ୍ଥ୍ୟସେବା କ୍ଷେତ୍ର ନିମନ୍ତେ 69 ହଜାର କୋଟି ଟଙ୍କାର ବ୍ୟୟବରାଦ

•        69 ହଜାର କୋଟିରୁ 6400 କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଖର୍ଚ୍ଚ ହେବ

•        ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ 20 ହଜାରରୁ ଅଧିକ ହସ୍ପିଟାଲ ସାମିଲ ହେବେ

•        କେତେକ ସ୍ଥାନରେ ଅଚଳାବସ୍ଥା ଦୂର ପାଇଁ ସରକାରୀ ଓ ଘରୋଇ ଭାଗିଦାରୀତାରେ ହସ୍ପିଟାଲ ସ୍ଥାପନ ପାଇଁ ପ୍ରସ୍ତାବ

•        ଯାନ୍ତ୍ରିକ ଉପାୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଭିତିକରି ରୋଗ ନିରୂପଣର ବ୍ୟବସ୍ଥା

•        2024 ସୁଦ୍ଧା ଜନ ଔଷଧି କେନ୍ଦ୍ର ଯୋଜନା ଜରିଆରେ 2000 ଔଷଧ ଏବଂ 300 ଶଲ୍ୟ ଚିକିତ୍ସା ପାଇଁ ଲକ୍ଷ୍ୟ

•        2025 ସୁଦ୍ଧା ଦେଶରୁ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ “ଟିବି ହାରେଗା ଦେଶ ଜିତେଗା” ଯୋଜନା ଚାଲୁ

•        ଜଳ ଜୀବନ ମିଶନ ପାଇଁ 3 ଲକ୍ଷ 60 ହଜାର କୋଟି ଟଙ୍କା ଅନୁମୋଦିତ

•        2020-21 ପାଇଁ 11 ହଜାର 500 କୋଟି ଟଙ୍କା ବ୍ୟୟବରାଦ

•        ଜଳରୁ ଲବଣାଂଶ ଦୂର ତଥା ଜଳ ଅମଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରି ସ୍ଥାନୀୟ ଜଳଉତ୍ସ ଗୁଡିକର ଉନ୍ନତିକରଣ

•        ଚଳିତ ବର୍ଷ ସୁଦ୍ଧା 10 ଲକ୍ଷରୁ ଊର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକରେ ଏହି ଲକ୍ଷ୍ୟ ହାସଲ ପାଇଁ ଯୋଜନା

•        2020-21ରେ ସ୍ୱଚ୍ଛ ଭାରତ ମିଶନ ପାଇଁ 12,300 କୋଟି ଟଙ୍କାର ବ୍ୟୟବରାଦ

•        ଓଡିଏଫ ପ୍ଲସ ପାଇଁ ଅଙ୍ଗୀକାରବଦ୍ଧତା

•        ଗୋଳିଆ ଓ ମଇଳା ପାଣିର ନିଷ୍କାସନ ଉପରେ ଗୁରୁତ୍ୱ

•        କଠିନ ବର୍ଜ୍ୟବସ୍ତୁର ପୃଥକୀକରଣ ଓ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ

ଶିକ୍ଷା ଓ କୌଶଳ ବିକାଶ

•      2020-21 ବର୍ଷ ନିମନ୍ତେ ଶିକ୍ଷା ପାଇଁ 99 ହଜାର 300 କୋଟି ଓ କୌଶଳ ବିକାଶ ପାଇଁ 3 ହଜାର କୋଟି ଟଙ୍କାର ବ୍ୟୟବରାଦ

•        ଖୁବ ଶୀଘ୍ର ଘୋଷିତ ହେବ ନୂତନ ଶିକ୍ଷାନୀତି

•        ବିଜ୍ଞାନ, ଅପରାଧ ବିଜ୍ଞାନ ଓ ସାଇବର ଅପରାଧର ମୁକାବିଲା ପାଇଁ ଜାତୀୟ ପୋଲିସ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

•        ଜାତୀୟ ମେଧା ତାଲିକାରେ ଥିବା 100ଟି ଶିକ୍ଷାନୁଷ୍ଠାନ ପକ୍ଷରୁ ସ୍ନାତକସ୍ତର ପର୍ଯ୍ୟପ୍ତ ସମ୍ପୂର୍ଣ୍ଣ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ

•        ସହରାଂଚଳ ସ୍ୱାୟତଶାସନ ସଂସ୍ଥା ପକ୍ଷରୁ ସଦ୍ୟ ଇଂଜିନିୟରିଂ ଶିକ୍ଷା ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଶିକ୍ଷାନବୀଶ ତାଲିମ

•        ସରକାରୀ ଓ ଘରୋଇ ଭାଗିଦାରୀତାରେ ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲକୁ ଏକ ମେଡିକାଲ କଲେଜ ସହ ସଂଯୁକ୍ତ କରିବା ଲାଗି ବଜେଟରେ ପ୍ରସ୍ତାବ

•        ସ୍ୱାସ୍ଥ୍ୟ ଓ କୌଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ବି୍ରଜ୍ କୋର୍ସ

•        ବିଦେଶରେ ଶିକ୍ଷକ, ନର୍ସ ଓ ପାରାମେଡିକାଲ ଷ୍ଟାମ୍ପ ପାଇଁ ଏହା ସହାୟକ ହେବ

•        ଏହା ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଏବଂ କର୍ମଚାରୀ କୌଶଳ ବିକାଶରେ ସହାୟକ ହେବ

•        ମାର୍ଚ୍ଚ 2021 ସୁଦ୍ଧା ଦେଶର 150ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଶିକ୍ଷାନବୀଶ ସୃଷ୍ଟି କରିବେ

•        ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରାଯିବ

•        ଏସୀୟ ଓ ଆଫି୍ରକୀୟ ଦେଶର ଛାତ୍ରଛାତ୍ରୀଙ୍କୁ ଷ୍ଟଡି ଇନ୍ ଇଣ୍ଡିଆ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ ପାଇଁ ପ୍ରସ୍ତାବ

ଆର୍ଥିକ ବିକାଶ

ଶିଳ୍ପ, ବାଣିଜ୍ୟ ଓ ପୁଞ୍ଜିନିବେଶ

•        ଶିଳ୍ପ ଓ ବାଣିଜ୍ୟିକ ବିକାଶ ନିମନ୍ତେ 2020-21 ପାଇଁ 27 ହଜାର 300 କୋଟି ଟଙ୍କାର ବ୍ୟୟବରାଦ

•        ପୁଞ୍ଜିନିବେଶ ଅନୁମତି ସେଲ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

•        ଆମୂଳଚୂଳ ସୁବିଧା ସୁଯୋଗ ପ୍ରଦାନ

•        ଏକ ପୋର୍ଟାଲ ଜରିଆରେ କାର୍ଯ୍ୟକ୍ରମ

•        5ଟି ନୂଆ ସ୍ମାର୍ଟ ସିଟି ବିକଶିତ କରିବାକୁ ପ୍ରସ୍ତାବ

•        ମୋବାଇଲ ଫୋନ, ଇଲେକଟ୍ରୋନିକ ଉପକରଣ ଓ ସେମି କଣ୍ଡକ୍ଟର ପ୍ୟାକେଜିଂକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା

•        ପ୍ରତିଷ୍ଠା ହେବ ଜାତୀୟ ବୈଷୟିକ ବୟନ ମିଶନ

•        ଏହା 2020-21ରୁ 2023-24 ଏହି ଚାରି ବର୍ଷ ମଧ୍ୟରେ ତ୍ୱରାନ୍ୱିତ ହେବ

•        ଏଥି ପାଇଁ 1480 କୋଟି ଟଙ୍କାର ବ୍ୟୟବରାଦ

•        ଭାରତକୁ ବୈଷୟିକ ବୟନ ଶିଳ୍ପ କ୍ଷେତ୍ରରେ ଅଗ୍ରଗାମୀ କରିବା ଲକ୍ଷ୍ୟ

•        ରପ୍ତାନୀର ଅଭିବୃଦ୍ଧି ପାଇଁ ନିର୍ଭୀକ ନାମରେ ନୂତନ ଯୋଜନା

•        ଏଥିରେ ମିଳିବ ଉଚ୍ଚତମ ବୀମା

•        କ୍ଷୁଦ୍ର ରପ୍ତାନୀକାରୀଙ୍କ ପାଇଁ ପ୍ରିମିୟମ ହ୍ରାସ

•        ଦାବି ଓ ବିବାଦ ମିମାଂଶାର ସରଳୀକରଣ

•        ସରକାରୀ ଇ-ମାର୍କେଟ ପ୍ଲେସ ପାଇଁ 3 ଲକ୍ଷ କୋଟି ଟଙ୍କା ପ୍ରସ୍ତାବ

•        ରପ୍ତାନୀ ହେବାକୁ ଥିବା ସାମଗ୍ରୀ ଉପରେ ଟିକସ ଓ ଶୁଳ୍କ ପରିମାଣର ସଂଶୋଧନ ପାଇଁ ଯୋଜନା

•        କେନ୍ଦ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ରପ୍ତାନୀକାରୀ ପଇଠ କରିଥିବା ଶୁଳ୍କ ଓ ଟିକସ ଆବଶ୍ୟକସ୍ଥଳେ ଅନଲାଇନରେ ଫେରିପାଇବେ

•        ପ୍ରଧାନମନ୍ତ୍ରୀଙ୍କ “ଜିରୋ ଡିଫେକ୍ଟ ଜିରୋ ଇଫେକ୍ଟ” ଦୂରଦୃଷ୍ଟି ଅନୁଯାୟୀ ପ୍ରତ୍ୟେକ ମନ୍ତ୍ରଣାଳୟ ଗୁଣାତ୍ମକମାନ ନେଇ ନିର୍ଦ୍ଦେଶାନାମା ଜାରି କରିବେ

ଭିତ୍ତିଭୂମି

•        ଆଗାମୀ 5 ବର୍ଷ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରରେ 100 ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ

•        ଜାତୀୟ ଭିତ୍ତିଭୂମି ପାଇପଲାଇନ

•      31 ଡିସେମ୍ବର 2019 ସୁଦ୍ଧା 103 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ସ୍ଥାପିତ ହୋଇଛି

•       ନିର୍ମାଣଧୀନ ସ୍ଥିତି ଓ ଆକାର ଅନୁସାରେ ବିଭିନ୍ନ କ୍ଷେତ୍ରର 6500ରୁ ଅଧିକ ପ୍ରକଳ୍ପକୁ ବଭିନ୍ନ ଶ୍ରେଣୀଭୁକ୍ତ କରାଯିବ

•        ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ଜାତୀୟ କାର୍ଯ୍ୟାନ୍ୱୟନ ନୀତି

•       କେନ୍ଦ୍ର, ରାଜ୍ୟ ସରକାର ଏବଂ ମୁଖ୍ୟ ନିୟନ୍ତ୍ରକଙ୍କ ଭୂମିକା ସମ୍ପର୍କରେ ବିଶଦ ବିବରଣୀ

•    କମ୍ପ୍ୟୁଟରିକୃତ ବିପଣନ ଓ ଏକକ ଗବାକ୍ଷ ବ୍ୟବସ୍ଥା

•      ଏମଏସଏମଇକୁ ପ୍ରତିଯୋଗୀତାମୂଳକ କରିବା ସହ କର୍ମନିଯୁକ୍ତି ଓ କୌଶଳ ବିକାଶ ଉପରେ ଗୁରୁତ୍ୱ

•        ଭିତ୍ତିଭୂମି ଉପରେ ପର୍ଯ୍ୟବେଶିତ କୌଶଳ ବିକାଶ ସୁବିଧା ସୁଯୋଗ ଦେବାପାଇଁ ଜାତୀୟ କୌଶଳ ବିକାଶ ଏଜେନ୍ସୀର ଗଠନ

•        ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତି

•        ବିଶ୍ୱବିଦ୍ୟାଳୟରୁ ଉତିର୍ଣ୍ଣ ହୋଇଥିବା ଯୁବ ଯନ୍ତ୍ରୀ, ପ୍ରବନ୍ଧନ ସ୍ନାତକ ଓ ଅର୍ଥନୀତି ବିଶେଷଜ୍ଞଙ୍କୁ ବିଶେଷ ଭାବେ ସାମିଲ କରାଯିବ

•        ସ୍ଟାର୍ଟଅପ କ୍ଷେତ୍ରରେ ସରକାରୀ ଭିତ୍ତିଭୂମିଯୁକ୍ତ ସଂସ୍ଥା ଯୁବ ଶକ୍ତିର ବିନିଯୋଗ କରିବେ

•        2020-21ରେ ପରିବହନ ଭିତ୍ତିଭୂମି ସୃଷ୍ଟି ପାଇଁ 1.7 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ

ରାଜପଥ :

•        ରାଜପଥର ବିକାଶ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନିଆଯିବ:

2500 କିମି ପହଁଚ ନିୟନ୍ତ୍ରଣ ରାଜପଥ

9000 କିମି ଅର୍ଥନୈତିକ କରିଡର

2000 କିମି ଉପକୂଳ ସଡ଼କ

2000 କିମି ରଣନୈତିକ ରାଜପଥ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଏବଂ ଦୁଇଟି ଅନ୍ୟ ପ୍ରକଳ୍ପ 2023 ସୁଦ୍ଧା ସମ୍ପୂର୍ଣ୍ଣ ହେବ

ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ୱେ ଆରମ୍ଭ ହେବ

2024 ସୁଦ୍ଧା 6ହଜାର କିମି ଲମ୍ବ 12ଟି ରାଜପଥ ଶୃଙ୍ଖଳା ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ପ୍ରସ୍ତାବ ।

ଭାରତୀୟ ରେଳପଥ

•        5ଟି ପ୍ରମୁଖ ପଦକ୍ଷେପ:

ରେଳ ଲାଇନ କଡ଼ରେ ସୌର ଶକ୍ତିର ଉଚ୍ଚକ୍ଷମତା ପ୍ରତିଷ୍ଠା କରାଯିବ ।

4ଟି ଷ୍ଟେସନର ପୁନର୍ବିକାଶ ପ୍ରକଳ୍ପ ଏବଂ ପିପିପି ମାଧ୍ୟମରେ 150ଟି ଯାତ୍ରୀବାହୀ ଟ୍ରେନ ଚଳାଚଳ

ଆଇକନିକ ପର୍ଯ୍ୟଟନସ୍ଥଳୀକୁ ଯୋଡ଼ିବା ଲାଗି ତେଜସ ଭଳି ଟ୍ରେନ ସୁବିଧା

ମୁମ୍ବାଇ ଓ ଅହମ୍ମଦାବାଦ ହାଇସ୍ପିଡ ଟ୍ରେନ ଲାଇନ ଉପରେ ସକ୍ରିୟତାର ସହ କାର୍ଯ୍ୟ ।

148 କିମି ଲମ୍ବ ବେଙ୍ଗାଲୁରୁ ଉପ-ନଗରାଚଂଳ ପରିବହନ ପ୍ରକଳ୍ପ ଲାଗି 18,600 କୋଟି ଟଙ୍କାର ବ୍ୟୟବରାଦ । କେନ୍ଦ୍ର ସରକାର 20 ପ୍ରତିଶତ ବ୍ୟୟଭାର ବହନ କରିବେ ଏବଂ ପ୍ରକଳ୍ପ ବ୍ୟୟର 60 ପ୍ରତିଶତ ଅର୍ଥ ବାହ୍ୟ ସହାୟତାରୁ ଯୋଗାଡ଼ କରାଯିବ ।

•        ଭାରତୀୟ ରେଳର ଉପଲବ୍ଧି:

550ଟି ଷ୍ଟେସନରେ ୱାଇଫାଇ ସୁବିଧା ।

ମାନବବିହୀନ ଲେଭଲ କ୍ରସିଂ ସମ୍ପୂର୍ଣ୍ଣ ଉଚ୍ଛେଦ ।

27 ହଜାର କିମି ରେଳ ଲାଇନର ବିଦ୍ୟୁତିକରଣ ।

ବନ୍ଦର ଓ ଜଳପଥ

•        ଅତି କମରେ ଏକ ବଡ଼ ବନ୍ଦରକୁ ନିଗମରେ ରୂପାନ୍ତରଣ କରାଯିବ ଓ ଷ୍ଟକ ଏକ୍ସଚେଞ୍ଜରେ ଏହାକୁ ସୂଚୀବଦ୍ଧ କରାଯିବ ।

•        ଅଧିକ କାର୍ଯ୍ୟଦକ୍ଷ ବନ୍ଦର ଲାଗି ବୈଶ୍ୱିକ ମାନଦଣ୍ଡ ଅନୁରୂପ ସରକାରଙ୍କ ନୀତିଗତ ରୂପରେଖ ।

•        ପ୍ରଧାନମନ୍ତ୍ରୀ ‘ଅର୍ଥଗଙ୍ଗା’ ପରିକଳ୍ପନା ଅନୁରୂପ ନଦୀ ତଟରେ ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରାଯିବ ।

ବିମାନ ବନ୍ଦର :

•        ଉଡ଼ାନ ଯୋଜନା ଅନ୍ତର୍ଗତ ଆହୁରି 100ଟି ବିମାନ ବନ୍ଦର 2024 ସୁଦ୍ଧା ପୁନର୍ବିକଶିତ କରାଯିବ ।

•        ଏହି ଅବଧି ସୁଦ୍ଧା ବିମାନ ସଂଖ୍ୟା ବର୍ତ୍ତମାନର 600ରୁ ବୃଦ୍ଧି ପାଇଁ 1200ରେ ପହଁଚିବ ବୋଲି ଆଶା କରାଯାଉଛି ।

ବିଦୁ୍ୟତ :

•        ସ୍ମାର୍ଟ ମିଟର ସଂଯୋଗ ।

•        ବିଦ୍ୟୁତ ବିତରଣ କମ୍ପାନୀରେ ସୁଧାର ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ ।

ଶକ୍ତି :

•        2020-21ରେ ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ 22 ହଜାର କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ।

•        ଜାତୀୟ ଗ୍ୟାସ ଗ୍ରୀଡକୁ ବର୍ତ୍ତମାନର 16,200 କିମିରୁ ବୃଦ୍ଧି କରାଯାଇ 27000 କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଲାଗି ପ୍ରସ୍ତାବ ।

•        ପାରଦର୍ଶୀ ମୂଲ୍ୟ ଏବଂ ନେଣଦେଣରେ ସହଜ ସୁବିଧା ଲାଗି ଆହୁରି ସୁଧାର ।

ନୂତନ ଅର୍ଥବ୍ୟବସ୍ଥା

•        ନୂତନ ପ୍ରଯୁକ୍ତିର ଲାଭ ଉଠାଇବା:

ଘରୋଇ କ୍ଷେତ୍ର ଦ୍ୱାରା ସାରା ଦେଶରେ ଡାଟା ସେଂଟର ପାର୍କ ନିର୍ମାଣ କରିବା ଲାଗି ଖୁବଶୀଘ୍ର ନୀତି ପ୍ରଣୟନ କରାଯିବ ।

ଭାରତନେଟ ମାଧ୍ୟମରେ ଚଳିତ ବର୍ଷ 1 ଲକ୍ଷ ଗ୍ରାମ ପଂଚାୟତକୁ ଫାଇଭର ଟୁ ଦ ହୋମ (ଏଫଟିଟିଏଚ) ମାଧ୍ୟମରେ ଯୋଡ଼ାଯିବ ।

2020-21ରେ ଭାରତ ନେଟ କାର୍ଯ୍ୟକ୍ରମ ଲାଗି 6 ହଜାର କୋଟି ଟଙ୍କାର ପ୍ରସ୍ତାବ ।

•        ଷ୍ଟାର୍ଟଅପ୍ସର ଲାଭ ପାଇଁ ପ୍ରସ୍ତାବିତ ଉପାୟ

ଆଇପିଆରର ଅବାଧ ପ୍ରୟୋଗ ଏବଂ ନିୟନ୍ତ୍ରଣ ସୁବିଧା ଦେବା ଲାଗି ଡିଜିଟାଲ ପ୍ଲାଟଫର୍ମକୁ ପ୍ରୋତ୍ସାହନ ଦିଆଯିବ ।

ନୂଆ ଏବଂ ଉଦୀୟମାନ କ୍ଷେତ୍ର ସମେତ ବିଭିନ୍ନ ପ୍ରଯୁକ୍ତି କ୍ଷେତ୍ରରେ ଜ୍ଞାନ ଅନୁବାଦ କ୍ଲଷ୍ଟର ପ୍ରତିଷ୍ଠା କରାଯିବ ।

ଅବଧାରଣା ପ୍ରମାଣର ଡିଜାଇନିଂ, ନିର୍ମାଣ ଏବଂ ବୈଧିକରଣ ଲାଗି ଏବଂ ପ୍ରଯୁକ୍ତି କ୍ଲଷ୍ଟରକୁ ଆହୁରି ବୃଦ୍ଧି କରିବା ଲାଗି ଟେଷ୍ଟ ବେଡ ଏବଂ କ୍ଷୁଦ୍ର ଧରଣର ବିନିର୍ମାଣ ସୁବିଧା ପ୍ରତିଷ୍ଠା କରାଯିବ ।

ଭାରତର ଜେନେଟିକ ଲ୍ୟାଣ୍ଡସ୍କେପର ମ୍ୟାପିଂ ନିମନ୍ତେ ଏକ ବ୍ୟାପକ ଡାଟାବେସ ସୃଷ୍ଟି କରିବା ନିମନ୍ତେ ଦୁଇଟି ନବୀନ ରାଷ୍ଟ୍ରୀୟ ସ୍ତରର ବିଜ୍ଞାନ ଯୋଜନା ଶୁଭାରମ୍ଭ କରାଯିବ ।

ଷ୍ଟାର୍ଟଅପ୍ସର ପ୍ରଥମ ପର୍ଯ୍ୟାୟର ଉଦ୍ଭାବନ ଏବଂ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ସିଡ ଫଣ୍ଡ ସହିତ ପ୍ରାରମ୍ଭିକ ପାଣ୍ଠି ଯୋଗାଣ ଲାଗି ମଧ୍ୟ ପ୍ରସ୍ତାବ ରହିଛି ।

•        କ୍ୱାଂଟମ ପ୍ରଯୁକ୍ତି ଏବଂ ପ୍ରୟୋଗ ଉପରେ ଜାତୀୟ ଅଭିଯାନ ଲାଗି 5 ବର୍ଷର ଅବଧି ନିମନ୍ତେ 8 ହଜାର କୋଟି ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ରହିଛି ।

ସାମାଜିକ କଲ୍ୟାଣ

•        ବିଶେଷ ଦୃଷ୍ଟି

ମହିଳା ଓ ଶିଶୁ,

ସାମାଜିକ କଲ୍ୟାଣ;

ସଂସ୍କୃତି ଓ ପର୍ଯ୍ୟଟନ

•        2020-21 ଆର୍ଥିକ ବର୍ଷ ଲାଗି ରାଷ୍ଟ୍ରୀୟ ପୋଷଣ ମିଶନ ନିମନ୍ତେ 35, 600 କୋଟି ଟଙ୍କା ଆବଂଟନ କରାଯିବାର ପ୍ରସ୍ତାବ ।

•        ମହିଳା କେନ୍ଦ୍ରୀତ କାର୍ଯ୍ୟକ୍ରମ ଲାଗି 28, 600 କୋଟି ଟଙ୍କାର ବ୍ୟବସ୍ଥା

•        ମାତୃତ୍ୱରେ ପ୍ରବେଶ କରିବା ଲାଗି ମହିଳାଙ୍କ ବୟସ ସଂକ୍ରାନ୍ତ ପ୍ରସଙ୍ଗ ଉପରେ ଦୃଷ୍ଟି ପକାଇବା ଲାଗି ଏକ ଟାସ୍କଫୋର୍ସ ଗଠନ କରାଯିବ । 6 ମାସ ମଧ୍ୟରେ ଏହି ଟାସ୍କଫୋର୍ସ ଆବଶ୍ୟକ ସୁପାରିସ କରିବ ।

•        ସ୍ୱେରେଜ ସିଷ୍ଟମ ଅଥବା ସେପ୍ଟିକ ଟ୍ୟାଙ୍କର ସଫେଇ କାର୍ଯ୍ୟ ମାନୁଆଲ ପଦ୍ଧତିରେ କରାଯିବ ନାହିଁ । ଏହାକୁ ସୁନିଶ୍ଚିତ କରିବା ଲାଗି ଆବାସ ଓ ସହରାଂଚଳ ବ୍ୟପାର ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ଉପଯୁକ୍ତ ପ୍ରଯୁକ୍ତି ଚିହ୍ନଟ କରାଯିବା ସହ ବ୍ୟାପକ ପରିମାଣରେ ଏହାକୁ ମଞ୍ଜୁର କରିବା ନିମନ୍ତେ ଆର୍ଥିକ ସହାୟତା ଦିଆଯିବ ।

•        ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ନିମନ୍ତେ 2020-21 ବର୍ଷ ଲାଗି 85,000 କୋଟି ଟଙ୍କାର ପ୍ରସ୍ତାବ ।

•       ଅନୁସୂଚିତ ଜନଜାତିଙ୍କ ଅଧିକ ବିକାଶ ଓ କଲ୍ୟାଣ ଲାଗି 53,700 କୋଟି ଟଙ୍କା ପ୍ରଦାନ କରାଯାଇସାରିଛି ।

•        ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଲାଗି 2020-21 ବର୍ଷ ପାଇଁ 9,500 କୋଟି ଟଙ୍କା ଆବଂଟନ ।

ସଂସ୍କୃତି ଓ ପର୍ଯ୍ୟଟନ

•        ପର୍ଯ୍ୟଟନର ପ୍ରୋତ୍ସାହନ ଲାଗି 2020-21ରେ 2500 କୋଟି ଟଙ୍କାର ବ୍ୟୟବରାଦ ।

•        2020-21 ବର୍ଷ ଲାଗି ସଂସ୍କୃତି ମନ୍ତ୍ରଣାଳୟ ନିମନ୍ତେ 3150 କୋଟି ଟଙ୍କାର ଆବଂଟନ ପ୍ରସ୍ତାବ ।

•        ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏକ ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟ ଭାବେ ଭାରତୀୟ ଐତିହ୍ୟ ଓ ସଂରକ୍ଷଣ ସଂସ୍ଥାନ ପ୍ରତିଷ୍ଠା ଲାଗି ପ୍ରସ୍ତାବ ।

•        ସଂଗ୍ରହାଳୟ ସହିତ 5ଟି ପ୍ରତ୍ନତାତ୍ୱିକସ୍ଥଳୀକୁ ପ୍ରତିମାନ କେନ୍ଦ୍ର ଭାବେ ବିକଶିତ କରାଯିବ ।

ରାକ୍ଷୀଗଡ଼ି (ହରିୟାଣା)

ହସ୍ତିନାପୁର (ଉତର ପ୍ରଦେଶ)

ଶିବସାଗର (ଆସାମ)

ଧୋଲାବିରା (ଗୁଜରାଟ)

ଆଦିଚାନାଲ୍ଲୁର (ତାମିଲନାଡ଼ୁ)

•        ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାନୁଆରୀ 2020ରେ କୋଲକାତାର ଭାରତୀୟ ସଂଗ୍ରହାଳୟର ପୁନରୁଦ୍ଧାର ପାଇଁ ଘୋଷଣା କରାଯାଇଛି ।

•        କୋଲକାତାରେ ଐତିହାସିକ ପୁରୁଣା ଟକ୍ସାଲ ଭବନରେ ମୁଦ୍ରା ବିଷୟକ ଏବଂ ବ୍ୟବସାୟ ଉପରେ ଏକ ସଂଗ୍ରହାଳୟ ମଧ୍ୟ ରହିବ ।

•        ସାରା ଦେଶରେ ଆହୁରି ଚାରିଟି ସଂଗ୍ରହାଳୟର ନବୀକରଣ କରାଯିବ ।

•       ଝାଡ଼ଖଣ୍ଡର ରାଂଚିରେ ଏକ ଜାତୀୟ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ସହଯୋଗ ।

•        ଅହମଦାବାଦ ନିକଟସ୍ଥ ହରପ୍ପା ସଭ୍ୟତାର ନୌପରିବହନ ସ୍ଥଳୀ- ଲୋଥାଲରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏକ ଜାହାଜ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।

•        ରାଜ୍ୟ ସରକାରଙ୍କ ଦ୍ୱାରା କେତେକ ଚିହ୍ନଟ ସ୍ଥାନ ଲାଗି ଏକ ଯୋଜନା ପ୍ରସ୍ତୁତ କରାଯିବାର ଅନୁମାନ କରାଯାଉଛି । 2021ରେ ଆର୍ଥିକ ଯୋଜନା ପ୍ରସ୍ତୁତ କରାଯିବ, ଯାହାର ଅନ୍ତର୍ଗତ 2020-21ରେ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଆଯିବ ।

ପରିବେଶ ଓ ଜଳବାୟୁ ପରିବର୍ତ୍ତନ

•        ଏଥିପାଇଁ 2020-21 ବର୍ଷରେ 4400 କୋଟି ଟଙ୍କା ଆବଂଟନ କରାଯାଇଛି ।

•        ଅତ୍ୟଧିକ ମାତ୍ରାରେ କାର୍ବନ ନିର୍ଗମନ କରୁଥିବା ବିଦୁ୍ୟତ ଉତ୍ପାଦନ କେନ୍ଦ୍ର ଲାଗି ନିର୍ଦ୍ଧାରିତ ମାନଦଣ୍ଡ ଅନୁରୂପ ସେଗୁଡ଼ିକୁ ଚଳାଇବା ଏବଂ ସେଗୁଡ଼ିକ ଲାଗି ଖାଲି ଥିବା ଜମିର ବିକଳ୍ପ ଉପଯୋଗ ନିମନ୍ତେ ପ୍ରସ୍ତାବ ।

•        10 ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ନଗରରେ ସ୍ୱଚ୍ଛ ବାୟୁ ସୁନିଶ୍ଚିତ କରିବା ଲାଗି ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଯୋଜନା କାର୍ଯ୍ୟକାରୀ କରି ପ୍ରୋତ୍ସାହନ ଦିଆଯିବ ।

•        ପ୍ରଧାନମନ୍ତ୍ରୀ ଦିଲ୍ଲୀ ସଚିବାଳୟ ସହିତ ମିଶି ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ସମ୍ମିଳନୀ (ସିଡିଆରଆଇ)ର ଶୁଭାରମ୍ଭ କରିଛନ୍ତି । ଅନ୍ତର୍ଜାତୀୟ ସୌର ମେଂଟ ଆରମ୍ଭ କରିବା ପରେ ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ପ୍ରୟାସ ।

ପ୍ରଶାସନ

•        ନିରପେକ୍ଷ, ଦୁର୍ନୀତିମୁକ୍ତ, ନୀତି ପରିଚାଳିତ, ସଠିକ ଉଦେ୍ଦଶ୍ୟ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ଠାରେ ବିଶ୍ୱାସ ।

•        ଟିକସ ପ୍ରଶାସନରେ ନିରପେକ୍ଷତା ଏବଂ ଦକ୍ଷତା ଆଣିବା ଲାଗି ଟିକସଦାତା ଚାର୍ଟର ଗଠନ

•        ଦେୱାନୀ ପ୍ରକୃତିର କେତେକ ଆଇନକୁ ଫୌଜଦାରୀ ଦଣ୍ଡବିଧାନରୁ ମୁକ୍ତ କରିବା ଲାଗି କମ୍ପାନୀ ଆଇନରେ ସଂଶୋଧନ ଅଣାଯିବ ।

ଏହିପରି ବ୍ୟବସ୍ଥା ଥିବା ଅନ୍ୟ ଆଇନଗୁଡ଼ିକର ଯାଂଚ ପରେ ସେଗୁଡ଼ିକୁ ଠିକ କରାଯିବ ।

•        ସରକାରୀ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କ ଗେଜେଟେଡ ପଦବୀ ନିଯୁକ୍ତିରେ ପ୍ରମୁଖ ସୁଧାର:

ଏକ ସ୍ୱତନ୍ତ୍ର, ପେସାଦାର, ବିଶେଷଜ୍ଞ ସଂଗଠନ ଭାବେ ଏକ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦିଆଯାଇଛି । ଏହି ସଂସ୍ଥା ଗେଜେଟେଡ ପଦବୀରେ ନିଯୁକ୍ତି ଲାଗି କମ୍ପୁଟର ଆଧାରିତ ଅନଲାଇନ ସାଧାରଣ ଯୋଗ୍ୟତା ପରୀକ୍ଷା ଆୟୋଜନ କରିବ ।

ପ୍ରତ୍ୟେକ ଜିଲ୍ଲାରେ, ବିଶେଷ କରି ଆକାଂକ୍ଷୀ ଜିଲ୍ଲାରେ ଏକ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ ।

•        ସର୍ବଶ୍ରେଷ୍ଠ ମେଧାବୀ ଏବଂ ପେସାଦାର ବିଶେଷଜ୍ଞମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ସଂସ୍ଥାଗୁଡ଼ିକରେ ସିଧାସଳଖ ନିଯୁକ୍ତି ସହିତ ନିଯୁକ୍ତିର ଏକ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିବାର ପ୍ରସ୍ତାବ ।

•        ଚୁକ୍ତି ଆଇନକୁ ସୁଦୃଢ଼ କରାଯିବ ।

ଏଆଇ ସହିତ ନବୀନତମ ପ୍ରଯୁକ୍ତିର ଉପଯୋଗକୁ ପ୍ରୋତ୍ସାହନ ।

ଅତ୍ୟାଧୁନିକ ଡାଟା ସଂଗ୍ରହ, ସମନ୍ୱିତ ସୂଚନା ପୋର୍ଟାଲ ଏବଂ ଧାର୍ଯ୍ୟ ସମୟରେ ସୂଚନା ପ୍ରସାର ଦିଗରେ ଏକ କାର୍ଯ୍ୟ ଯୋଜନା ।

•        ଭାରତରେ 2022ରେ ଆୟୋଜିତ ହେବାକୁ ଥିବା ଜି-20 ବୈଠକ ପ୍ରସ୍ତୁତି ନିମନ୍ତେ ମୋଟ 100 କୋଟି ଟଙ୍କା ଆବଂଟନ ।

•        ଉତ୍ତରପୂର୍ବାଂଚଳର ବିକାଶ :

ସରକାରଙ୍କ ଦ୍ୱାରା ଅନଲାଇନ ପୋର୍ଟାଲର ବ୍ୟବହାର ଫଳରେ ପାଣ୍ଠି ହସ୍ତାନ୍ତରରେ ସୁଧାର ।

•        ବହୁପକ୍ଷୀୟ ଏବଂ ଦ୍ୱିପାକ୍ଷିକ ଅର୍ଥ ଯୋଗାଣ ସଂସ୍ଥାଗୁଡ଼ିକୁ ଆର୍ଥିକ ସହାୟତା

•        କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀର ଏବଂ ଲଦାଖର ବିକାଶ :

2020-21 ଆର୍ଥିକ ବର୍ଷରେ 30, 757 କୋଟି ଟଙ୍କାର ବ୍ୟବସ୍ଥା

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖ ଲାଗି 5958 କୋଟି ଟଙ୍କା ଆବଂଟନ

ଆର୍ଥିକ କ୍ଷେତ୍ର

•        ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସୁଧାର :

10 ବ୍ୟାଙ୍କକୁ 4ଟି ବ୍ୟାଙ୍କରେ ପରିଣତ କରାଗଲା ।

3,50, 000 କୋଟି ଟଙ୍କାର ପୁଞ୍ଜି ନିବେଶ ।

•        ରାଷ୍ଟ୍ରାୟତ ବ୍ୟାଙ୍କରେ ପାରଦର୍ଶିତା ଆଣିବା ଏବଂ ଉନ୍ନତ ପେସାଦାର ବ୍ୟବସ୍ଥା ଲାଗି ଶାସନରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ ।

•        ପୁଞ୍ଜି ସଂଗ୍ରହ ଲାଗି ପୁଞ୍ଜି ବଜାରରେ ପ୍ରବେଶ ନିମନ୍ତେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କକୁ ପ୍ରୋତ୍ସାହିତ କରାଯାଉଛି ।

•        ଜମା ବୀମା ଏବଂ କ୍ରେଡିଟ ଗ୍ୟାରେଂଟି ନିଗମ (ଡିଆଇସିଡିସି) ଜମା ବୀମା ପରିଧିକୁ ପ୍ରତ୍ୟେକ ଜମାକାରୀଙ୍କ ପିଛା 1 ଲକ୍ଷ ଟଙ୍କାରୁ ବଢ଼ାଇ 5 ଲକ୍ଷ ଟଙ୍କା କରିବାକୁ ଅନୁମତି ।

•        ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରଖି, ଏକ ସଶକ୍ତ ବ୍ୟବସ୍ଥା ଦ୍ୱାରା ବିଜ୍ଞପିତ ବାଣିଜି୍ୟକ ବ୍ୟାଙ୍କର ସ୍ଥିତି ଅନୁଧ୍ୟାନ ବ୍ୟବସ୍ଥା ।

•        ବ୍ୟାଙ୍କିଙ୍ଗ ନିୟାମକ ଆଇନରେ ସଂଶୋଧନ ଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକର ସଶକ୍ତିକରଣ:

ପେସାଦାର ବ୍ୟବସ୍ଥା ସୁଦୃଢ଼ ।

ସହଜ ପୁଞ୍ଜି ଉପଲବ୍ଧତା ।

ପ୍ରଶାସନରେ ସୁଧାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ ଦୃଢ଼ କାରବାର ପାଇଁ ନିର୍ଦ୍ଦେଶ ।

•        ଋଣ ଆଦାୟ ନିମନ୍ତେ ଏନବିଏଫସିର ଯୋଗ୍ୟତା ସୀମା ହ୍ରାସ କରାଗଲା:

500 କୋଟି ଟଙ୍କାରୁ 100 କୋଟି ଟଙ୍କାର ସମ୍ପତ୍ତି ଆକାର

1 କୋଟି ଟଙ୍କାରୁ 50 ଲକ୍ଷ ଟଙ୍କା ପଯ୍ୟନ୍ତ ଋଣ ଆକାର

•        ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଘରୋଇ ପୁଞ୍ଜି:

ସରକାର ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଆଇଡିବିଆଇ ବ୍ୟାଙ୍କରେ ନିଜର ଅବଶିଷ୍ଟ ଅଂଶଧନ ଘରୋଇ, ଖୁଚୁରା ଏବଂ ସଂସ୍ଥାଗତ ନିବେଶକଙ୍କୁ ବିକ୍ରି କରିବେ ।

•        ନିଯୁକ୍ତି ସମୟରେ ଯାତୟାତରେ ସୁବିଧା:

•        ସାର୍ବଜନିନ ପେନସନ ସୁରକ୍ଷାରେ ସ୍ୱତଃପଞ୍ଜିକରଣ

•        ଅର୍ଥ ସୁରକ୍ଷା ଲାଗି ଆନ୍ତଃ-ପରିଚାଳିତ ପ୍ରଣାଳୀ ।

•        ଭାରତୀୟ ପେନସନ ପାଣ୍ଠି ନିୟାମକ ବିକାଶ ପ୍ରାଧିକରଣରେ ସଂଶୋଧନ କରି :

•        ପିଏଫଆରଡିଏଆଇର ନିୟାମକ ଭୂମିକାକୁ ମଜବୁତ କରାଯିବ ।

•        ପିଏଫଆରଡିଏଆଇରୁ ସରକାରୀ କର୍ମଚାରୀଙ୍କ ଲାଗି ଏନପିଏସ ଟ୍ରଷ୍ଟକୁ ପୃଥକ କରିବାର ସୁବିଧା ପ୍ରଦାନ କରାଯିବ ।

•        ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ପେନସନ ଟ୍ରଷ୍ଟ ପ୍ରତିଷ୍ଠା ହୋଇପାରିବ ।

•        ଉପାଦାନ ନିୟାମକ ଆଇନ 2011ରେ ସଂଶୋଧନ ଦ୍ୱାରା:

•        ଟିଆରଇଡିଏସ ମାଧ୍ୟମରେ ଏମଏସଏମଇକୁ ପାଣ୍ଠି ଯୋଗାଣ ବୃଦ୍ଧିରେ ଏନବିଏଫସି ସକ୍ଷମ ହୋଇପାରିବ ।

•        ବ୍ୟାଙ୍କଗୁଡ଼ିକ ଦ୍ୱାରା ଏମଏସଏମଇ ଉଦ୍ୟମିଙ୍କ ଲାଗି ସହାୟକ ଋଣ ପ୍ରଦାନ ନିମନ୍ତେ ନୂଆ ଯୋଜନା:

•        ଏହାକୁ ଅର୍ଧ ପ୍ରତିଭୂତି ଭାବେ ବିବେଚନା କରାଯିବ ।

•        ଏମଏସଏମଇ ଲାଗି କ୍ରେଡିଟ ଗ୍ୟାରେଂଟି ଟ୍ରଷ୍ଟ ମାଧ୍ୟମରେ ସମ୍ପୂର୍ଣ୍ଣ ଗ୍ୟାରେଂଟି ଦିଆଯିବ ।

•        ସରକାରଙ୍କ ଦ୍ୱାରା ତଦନୁସାରେ ସିଜିଟିଏମଏସଇ ଲାଗି ପାଣ୍ଠି ଯୋଗାଡ଼ କରାଯିବ ।

•        ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏମଏସଏମଇ ଋଣ ପୁନର୍ଗଠନ ନିମନ୍ତେ ୱିଣ୍ଡୋକୁ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ଗୋଟିଏ ବର୍ଷ ଲାଗି ବୃଦ୍ଧି କରାଯିବ ।

•        ବର୍ତ୍ତମାନ ସୁଦ୍ଧା 5 ଲକ୍ଷରୁ ଅଧିକ ଏମଏସଏମଇକୁ ଲାଭ ମିଳିସାରିଛି ।

•        ଏମଏସଏମଇ ଲାଗି ଆପ ଆଧାରିତ ଇନଭଏସ ଫାଇନାନ୍ସି ଲୋନ ପ୍ରଡକ୍ଟର ଶୁଭାରମ୍ଭ ।

•        ପରିଶୋଧରେ ବିଳମ୍ବ ସମସ୍ୟା ନିରାକରଣ ଲାଗି ନିଆଯାଇଛି ପଦକ୍ଷେପ ।

•        ଏମଏସଏମଇ ପାଇଁ ରପ୍ତାନି ପ୍ରୋତ୍ସାହନ:

•        ଔଷଧ, ମୋଟରଯାନ ସରଞ୍ଜାମ ଭଳି ଅନ୍ୟ ବଚ୍ଛା ବଛା କ୍ଷେତ୍ର ପାଇଁ ।

•        ଏକ୍ଜିମ ବ୍ୟାଙ୍କ ଓ ଏସଆଇଡିବିଆଇ ଦ୍ୱାରା ଯୋଜନା ପ୍ରସ୍ତୁତ ହୋଇଛି ।

•        ପ୍ରଯୁକ୍ତି ଉନ୍ନୟନ, ଗବେଷଣା ଓ ବିକାଶ, କାରବାରର କାର୍ଯ୍ୟନୀତି ଆଦି ପାଇଁ ସହାୟତା ।

 

ଆର୍ଥିକ ବଜାର

•        ବଣ୍ଡ ବଜାରକୁ ସଶକ୍ତ କରିବା:

•        କେତେକ ନିର୍ଦ୍ଧାରିତ ସରକାରୀ ପ୍ରତିଭୂତି ଶ୍ରେଣୀକୁ ଅଣନିବାସୀ ନିବେଶକଙ୍କ ଲାଗି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖୋଲାଯିବ ।

•        କର୍ପୋରେଟ ବଣ୍ଡରେ ଏଫପିଆଇର ସୀମାକୁ 9 ପ୍ରତିଶତରୁ ବୃଦ୍ଧି କରି 15 ପ୍ରତିଶତ କରି ଦିଆଯାଇଛି ।

ଭିତ୍ତିଭୂମିକୁ ପାଣ୍ଠିଯୋଗାଣ

•        103 ଲକ୍ଷ କୋଟି ଟଙ୍କାର ଜାତୀୟ ଭିତ୍ତିଭୂମି ପାଇପ ଲାଇନ ପ୍ରକଳ୍ପର ଘୋଷଣା କରାଯାଇଛି ।

•        ଆଇଆଇଏଫସିଏଲ ଏବଂ ଏନଆଇଆଇଏଫ ଭଳି ଭିତ୍ତିଭୂମି ଅର୍ଥ ଯୋଗାଣ କମ୍ପାନୀଗୁଡ଼ିକୁ ସହାୟତା ଲାଗି 22 ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ।

•        ଆଇଏଫଏସସି, ଗିଫ୍ଟ ସିଟି: ଏଗୁଡ଼ିକ ମଧ୍ୟରେ ଅନ୍ତର୍ଜାତୀୟ ଅର୍ଥ ଏବଂ ସର୍ବୋତମ ଡାଟା ପ୍ରୋସେସିଂ କେନ୍ଦ୍ର ହେବାର କ୍ଷମତା ରହିଛି ।

•        ବିନିୟାମକର ଅନୁମୋଦନ କ୍ରମେ ବୈଶ୍ୱିକ ବଜାରରେ ଭାଗୀଦାରଙ୍କ ଦ୍ୱାରା ବ୍ୟବସାୟ ଲାଗି ଅତିରିକ୍ତ ବିକଳ୍ପ ଭାବେ ଏକ ଅନ୍ତର୍ଜାତୀୟ ଏକ୍ସଚେଞ୍ଜ ପ୍ରତିଷ୍ଠା କରାଯିବ ।

 

ପୁଞ୍ଜି ପ୍ରତ୍ୟାହାର

•        ସରକାର ଏଲଆଇସିରେ ନିଜ ଅଂଶଧନକୁ ବିକ୍ରି କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ।

 

ରାଜକୋଷ ପରିଚାଳନା

•        ପଞ୍ଚଦଶ ଅର୍ଥ ଆୟୋଗ (ଏଫସି)

•        ପଞ୍ଚଦଶ ଅର୍ଥ ଆୟୋଗ 2020-21 ଆର୍ଥିକ ବର୍ଷର ପାଇଁ ନିଜର ପ୍ରଥମ ରିପୋର୍ଟ ଦେଇସାରିଛନ୍ତି ।

•        ଏହାର ସୁପାରିସକୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବେ ସ୍ୱୀକାର କରି ନିଆଯାଇଛି ।

•        2020-21ରୁ ଆରମ୍ଭ ହେଉଥିବା 5 ବର୍ଷ ଲାଗି ଆୟୋଗ ନିଜର ଅନ୍ତିମ ରିପୋର୍ଟ ଚତ ବର୍ଷ ପ୍ରଦାନ କରିବେ ।

•        ଜିଏସଟି କ୍ଷତିପୂରଣ ପାଣ୍ଠି

•        2016-17 ଏବଂ 2017-18ରେ ରାଜସ୍ୱ ସଂଗ୍ରହ ମଧ୍ୟରୁ ଦେୟ ବକେୟା ରାଶି ଦୁଇଟି କିସ୍ତିରେ ପାଣ୍ଠିକୁ ହସ୍ତାନ୍ତରିତ କରାଯିବ ।

•        ଏହାପରେ ଏହି ପାଣ୍ଠିକୁ ହସ୍ତାନ୍ତରିତ ଅର୍ଥ କେବଳ ଜିଏସଟି କ୍ଷତିପୂରଣ ସେସ ପର୍ଯ୍ୟନ୍ତ ହିଁ ସୀମିତ ରହିବ ।

•        କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି ।

•        ପରିବର୍ତ୍ତୀତ ସାମାଜିକ ଏବଂ ଆର୍ଥିକ ଆବଶ୍ୟକତା ଅନୁଯାୟୀ ଏହାକୁ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି ।

•        ସୀମିତ ସରକାରୀ ସମ୍ବଳର ଉଚିତ ଉପଯୋଗ ସୁନିଶ୍ଚିତ ହେବା ଆବଶ୍ୟକ ।

•        ସମ୍ଭାବ୍ୟ ରାଜକୋଷ ତଥ୍ୟରେ ପାରଦର୍ଶୀତା ଏବଂ ବିଶ୍ୱସନୀୟତା ଉପରେ ଦେଖାଦେଇଥିବା ବିତର୍କ ପ୍ରସଙ୍ଗରେ ଏହି ଅଶ୍ୱାସନା ଦିଆଯାଇଛି ଯେ ଏଥିପାଇଁ ଗ୍ରହଣ କରାଯାଇଥିବା ପ୍ରକ୍ରିୟା ଏଫଆରବିଏମ ଆଇନ ଅନୁରୂପ ଅଟେ ।

•        2019-20 ଆର୍ଥିକ ବର୍ଷ ଲାଗି

•        ସଂଶୋଧିତ ବ୍ୟୟ ଆକଳନ: 26.99 ଲକ୍ଷ କୋଟି

•        ସମ୍ଭାବ୍ୟ ସଂଶୋଧିତ ସଂଗ୍ରହ ଆକଳନ: 19.32 ଲକ୍ଷ କୋଟି ଟଙ୍କା

•        2020-21 ଆର୍ଥିକ ବର୍ଷ ଲାଗି  ଜିଡିପିର ସାଧାରଣ ବୃଦ୍ଧି10% ରହିବା ଅନୁମାନ ।

•        ଆୟ- 22.46 ଲକ୍ଷ କୋଟି ଟଙ୍କା ।

•        ବ୍ୟୟ-30.42 ଲକ୍ଷ କୋଟି ଟଙ୍କା ।

•        ନିକଟରେ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଗୁରୁତ୍ୱପୂର୍ଣ୍ଣ ସୁଧାର ଆରମ୍ଭ ହୋଇଛି । ତେବେ ଟିକସ ସଂଗ୍ରହରେ ବୃଦ୍ଧି ପାଇଁ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

•        ସଂଶୋଧିତ ବଜେଟ ଆକଳନରେ 2019ରେ ବିତୀୟ ନିଅଂଟ 3.8 ପ୍ରତିଶତ ଥିଲା ଏବଂ 2020-21ରେ 3.5 ପ୍ରତିଶତ ରହିବାର ଅନୁମାନ କରାଯାଉଛି । ଏହାର ଦୁଇଟି ପ୍ରମୁଖ କାରକ ରହିଛନ୍ତି ।

•        2019-20 ଲାଗି 3.3 ପ୍ରତିଶତ ଏବଂ 2020-21 ଲାଗି ବଜେଟ ଅନୁମାନର 3 ପ୍ରତିଶତ ।

•        ସଂଶୋଧିତ ଆକଳନ 2019-20 ଏବଂ ବଜେଟ ଅନୁମାନ 2020-21 ଉଭୟ ଲାଗି ଏଫଆରବିଏମ ଆଇନର ଧାରା 4(3) ସହିତ ବିଚ୍ୟୁତି 0.5 ପ୍ରତିଶତରେ ସ୍ଥିର ରହିଛି । (ଅପ୍ରତ୍ୟାଶିତ ରାଜସ୍ୱ ପ୍ରଭାବ ସହିତ ଅର୍ଥବ୍ୟବସ୍ଥାରେ ଢାଂଚାଗତ ସୁଧାର କାରଣରୁ ଆନୁମାନିକ ରାଜସ୍ୱ ନିଅଂଟରୁ ବିଚ୍ୟୁତି ଲାଗି ଏଫଆରବିଏମ ଆଇନର ଧାରା 4(2) ଏକ ଟ୍ରିଗର ପଦ୍ଧତିର ବ୍ୟବସ୍ଥା କରିଛି ।

•        ଏହି ରାଜସ୍ୱ ମାର୍ଗ ରାଷ୍ଟ୍ରାୟତ୍ତ ପାଣ୍ଠିରେ ନିବେଶର ଆବଶ୍ୟକତା ସହ ସାଲିସ ନକରି ରାଜକୋଷକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ । ଏହି ବ୍ୟବସ୍ଥା ମଧ୍ୟମ କ୍ରମ ଆର୍ଥିକ ନୀତି ତଥା ରଣନୈତିକ ବିବରଣୀରେ ଉଲ୍ଲେଖ କରାଯାଇଛି ।

•        ବଜାର ଋଣ-ନିଟ ବଜାର ଋଣ-2019-20 ବର୍ଷ ଲାଗି 4.99 ଲକ୍ଷ କୋଟି ଟଙ୍କା ଏବଂ 2020-21 ବର୍ଷ ଲାଗି 5.36 କୋଟି ଟଙ୍କା ।

•        2020-21 ଆର୍ଥିକ ବର୍ଷ ଲାଗି ଋଣର ଏକ ବୃହତ ଅଂଶ ପୁଞ୍ଜିଗତ ବ୍ୟୟ ଲାଗି ଚାଲିଯିବ । ଏହା ଏବେ 21 ପ୍ରତିଶତରୁ ଅଧିକ ହୋଇଗଲାଣି ।

ପ୍ରତ୍ୟକ୍ଷ ଟିକସ

ପ୍ରତ୍ୟକ୍ଷ ଟିକସ ପ୍ରସ୍ତାବ : ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଟିକସ ଢାଂଚାକୁ ସରଳ କରାଯାଇଛି, ଅନୁପାଳନକୁ ସରଳ କରାଯାଇଛି ଏବଂ ମାମଲାଖୋରୀ କମ ହୋଇଛି ।

ବ୍ୟକ୍ତିଗତ ଆୟକର

ମଧ୍ୟବିତ୍ତ ଆୟକରଦାତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ।

ନୂଆ ଏବଂ ସରଳ ବ୍ୟକ୍ତିଗତ ଆୟ ବ୍ୟବସ୍ଥା ପ୍ରସ୍ତାବିତ

ଟିକସଯୋଗ୍ୟ ଆୟକର ସ୍ଲାବ ବର୍ତ୍ତମାନର ଟିକସ ଦର        ନୂଆ ଟିକସ ଦର

 

0-2.5 ଲକ୍ଷ                                  ଛାଡ଼                           ଛାଡ଼

 

2.5-5 ଲକ୍ଷ                                  5%                           5%

 

5-7.5 ଲକ୍ଷ                                  20%                         10%

 

7.5-10 ଲକ୍ଷ                                 20%                         15%

 

10-12.5 ଲକ୍ଷ                              30%                         20%

 

12.5-15 ଲକ୍ଷ                              30%                         25%

 

15 ଲକ୍ଷରୁ ଊର୍ଦ୍ଧ୍ଵ                               30%                         30%

 

•        ବର୍ତ୍ତମାନର ଛାଡ଼ ଏବଂ ରିହାତି (100ରୁ ଅଧିକ) ମଧ୍ୟରେ ପାଖାପାଖି 70ଟିକୁ ନୂଆ ସରଳୀକୃତ ପ୍ରଣାଳୀରେ ଦୂରେଇ ଦିଆଯିବ ।

 

•        ଅବଶିଷ୍ଟ ଛାଡ଼ ଏବଂ ରିହାତିକୁ ଆଗାମୀ ବର୍ଷଗୁଡ଼ିକରେ ସମୀକ୍ଷା କରାଯାଇ ଯୁକ୍ତିଯୁକ୍ତ କରାଯିବ ।

•        ନୂଆ ଟିକସ ବ୍ୟବସ୍ଥା ବୈକଳ୍ପିକ ହେବ:  ଜଣେ ବ୍ୟକ୍ତି ଚାହିଁଲେ ପୁରୁଣା ବ୍ୟବସ୍ଥା ଅନୁଯାୟୀ ଟିକସ ପଇଠ କରିପାରିବେ ଏବଂ ରିହାତି ଓ ଛାଡ଼ର ଲାଭ ନେଇପାରିବେ ।

•        ନୂଆ ପଦ୍ଧତି ଫଳରେ ପ୍ରତିବର୍ଷ 40 ହଜାର କୋଟି ଟଙ୍କାର ଆନୁମାନିକ ରାଜସ୍ୱ ହରାଇବାକୁ ପଡ଼ିବ ।

କର୍ପୋରେଟ ଟିକସ :

•        15 ପ୍ରତିଶତ ଟିକସ ଦର ନୂଆ ବିଦୁ୍ୟତ ଉତ୍ପାଦନ କମ୍ପାନୀଗୁଡ଼ିକୁ ପ୍ରଦାନ କରାଯିବ ।

•        ଭାରତୀୟ କର୍ପୋରେଟ ଟିକସ ଦର ଏବେ ବିଶ୍ୱରେ ସବୁଠୁ କମ ।

 

•        ଲାଭାଂଶ ବିତରଣ ଟିକସ (ଡିଡିଟି)

•        ଡିଡିଟି ଭାରତକୁ ଅଧିକ ଆକର୍ଷଣୀୟ ନିବେଶ ଲକ୍ଷ୍ୟସ୍ଥଳୀ ହେବାରେ ବାଧକ ସାଜିଛି ।

•        ହୋଲ୍ଡିଂ କମ୍ପାନୀଗୁଡ଼ିକୁ ଏହାର ସହାୟକ କମ୍ପାନୀରୁ ହାସଲ ହୋଇଥିବା ଲାଭାଂଶ ପାଇଁ ଛାଡ଼ ଅନୁମତି ।

•        25 ହଜାର କୋଟି ଟଙ୍କାର ଆନୁମାନିକ ବାର୍ଷିକ ରାଜସ୍ୱ ବ୍ୟୟଭାର ।

•        ଷ୍ଟାର୍ଟଅପ

•        100 କୋଟି ଟଙ୍କା ପର୍ଯ୍ୟନ୍ତ ମୋଟ କାରବାର ଥିବା ଷ୍ଟାର୍ଟଅପଗୁଡ଼ିକୁ 10 ବର୍ଷ ମଧ୍ୟରୁ ଲଗାତାର ତିନୋଟି ଆକଳନ ବର୍ଷ ଲାଗି 100% ଛାଡ଼ର ଲାଭ ।

•        ଇ-ସପ୍ସ ଲାଗି ଟିକସ ପରିଶୋଧରୁ ରିହାତି ।

•        କମ ନଗଦ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ଏମଏସଏମଇ

•        କମ ନଗଦ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲାଗି ମୋଟ କାରବାରର ସର୍ବାଧିକ ସୀମାରେ ପାଂଚ ଗୁଣା ବୃଦ୍ଧି କରି ବର୍ତ୍ତମାନର 1 କୋଟି ଟଙ୍କାରୁ 5 କୋଟି ଟଙ୍କା ନିର୍ଦ୍ଧାରଣ କରିବାର ପ୍ରସ୍ତାବ । ଏହି ବୃଦ୍ଧି କେବଳ ସେହି ବ୍ୟବସାୟୀଙ୍କ ନିମନ୍ତେ ପ୍ରଯୁଜ୍ୟ ହେବ ଯେଉଁମାନେ ନିଜ ବ୍ୟବସାୟ ସମ୍ବନ୍ଧୀୟ ନେଣଦେଣରେ ନଗଦ ଟଙ୍କାର କମ କାରବାର କରିଛନ୍ତି ।

•        ସମବାୟ ସଂସ୍ଥା

•        ସମବାୟ ସଂସ୍ଥା ଏବଂ କର୍ପୋରେଟ କ୍ଷେତ୍ର ମଧ୍ୟରେ ସମାନତା ଆଣିବାର ପ୍ରୟାସ ।

•        ସମବାୟ ସଂସ୍ଥା ଉପରେ ଛାଡ଼/ରିହାତି ବିନା 10ପ୍ରତିଶତ ସରଚାର୍ଜ ଏବଂ 4% ସେସ ସହିତ 22% ଟିକସ ପଇଠର ବିକଳ୍ପ ।

•        ସମବାୟ ସଂସ୍ଥାଗୁଡ଼ିକୁ ବୈକଳ୍ପିକ ସର୍ବନିମ୍ନ ଟିକସ (ଏଏମଟି)ରୁ ଛାଡ଼ ମିଳିବ, ଯେପରି କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବୈକଳ୍ପିକ ଟିକସ (ମ୍ୟାଟ)ରୁ ଛାଡ଼ ମିଳିଥାଏ ।

•        ବିଦେଶୀ ନିବେଶ ଲାଗି ରିହାତି

•        ବିଦେଶୀ ସରକାରଙ୍କ ସୋଭରେନ ସମ୍ପତି ପାଣ୍ଠି ଦ୍ୱାରା ନିବେଶକୁ ପ୍ରୋତ୍ସାହିତ କରିବା ଲାଗି 31 ମାର୍ଚ୍ଚ 2024 ପୂର୍ବରୁ ଏବଂ ସର୍ବନିମ୍ନ ତିନି ବର୍ଷ ଲାଗି ଲକ ଇନ ଅବଧି ସହିତ ଭିତ୍ତିଭୂମି ଓ ପ୍ରାଥମିକ କ୍ଷେତ୍ରରେ କରାଯାଇଥିବା ନିବେଶ ଉପରେ ସୁଧ, ଲାଭାଂଶ ଓ ପୁଞ୍ଜିଗତ ଲାଭରେ 100% ଛାଡ଼ ଦେବାର ପ୍ରସ୍ତାବ ।

•        ଶସ୍ତା ଆବାସ

•        ଶସ୍ତା ଆବାସ କ୍ରୟ ନିମନ୍ତେ କରାଯାଇଥିବା ଋଣ ପାଇଁ ଦେୟ ସୁଧରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ର ଅବଧିକୁ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

•        31 ମାର୍ଚ୍ଚ 2021 ସୁଦ୍ଧା ଅନୁମୋଦିତ ଶସ୍ତା ଆବାସ ପ୍ରକଳ୍ପର ଡେଭଲପର୍ସଙ୍କ ଦ୍ୱାରା ଅର୍ଜିତ ଲାଭ ଉପରେ ଟିକସ ହୋଲ୍ଡିଂର ବ୍ୟବସ୍ଥା ।

•        ଟିକସକୁ ସରଳ କରିବାର ଉପାୟ

•        ଆଧାର ଜରିଆରେ ତୁରନ୍ତ ପ୍ୟାନର ଅନଲାଇନ ଆବଂଟନ ।

•        ପ୍ରତ୍ୟକ୍ଷ ଟିକସ ସହ ଜଡ଼ିତ ମାମଲାଖୋରୀକୁ କମ କରିବା ଲାଗି 30 ଜୁନ 2020 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇ ‘ବିବାଦରୁ ବିଶ୍ୱାସ’ ଯୋଜନା ।

•        ସୁଧ ଏବଂ ଜୋରିମାନାରେ ଛାଡ଼-କେବଳ 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ ବିବାଦୀୟ ଟିକସର ପରିଶୋଧ ଲାଗି ଉଦ୍ଦିଷ୍ଟ ।

 

•        31 ମାର୍ଚ୍ଚ 2020 ପରେ ଏହି ଲାଭ ପାଇଁ ଅତିରିକ୍ତ ଅର୍ଥ ପରିଶୋଧ ବ୍ୟବସ୍ଥା ।

 

•        ଯଦି କୌଣସି ସ୍ତରରେ ଅପିଲ ପଡ଼ି ରହିଛି ତାର ଲାଭ ଟିକସଦାତାଙ୍କୁ ମିଳିବ ।

 

•        ଆୟକର ଆଇନରେ ସଂଶୋଧନ ଜରିଆରେ ଫେସଲେସ ଅପିଲ ସୁବିଧା ।

 

•        ବଦାନ୍ୟ ସଂସ୍ଥା ଲାଗି:

•        ଦାନ ଗ୍ରହୀତାଙ୍କ ଦ୍ୱାରା ପ୍ରଦତ ସୂଚନା ଆଧାରରେ ଟିକସଦାତାଙ୍କ ବିବରଣୀରେ ଦାନକର୍ତ୍ତାଙ୍କ ସମ୍ପର୍କରେ ପୂର୍ବରୁ ସୂଚନା ଦେବାର ବ୍ୟବସ୍ଥା ।

•        ପଞ୍ଜିକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଇଲେକଟ୍ରୋନିକ କରିବାର ପ୍ରସ୍ତାବ ।

•        ନୂଆ ଏବଂ ବର୍ତ୍ତମାନର ସମସ୍ତ ବଦାନ୍ୟ ସଂସ୍ଥାଗୁଡ଼ିକୁ ଏକ ସ୍ୱତନ୍ତ୍ର ପଞ୍ଜିକରଣ ସଂଖ୍ୟା (ୟୁଆରଏନ) ଜାରି କରାଯିବ ।

•        ନୂଆ ବଦାନ୍ୟ ସଂସ୍ଥାକୁ ତିନି ବର୍ଷ ଲାଗି ଅସ୍ଥାୟୀ ପଞ୍ଜିକରଣ ଦେବାର ବ୍ୟବସ୍ଥା ।

•        ସିବିଡିଟି ଏକ ଟିକସଦାତା ଚାର୍ଟର ବ୍ୟବସ୍ଥା କରିବ ।

ପରୋକ୍ଷ ଟିକସ

ଜିଏସଟି :

ଇନଭଏସ ମାଗୁଥିବା ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ନଗଦ ପ୍ରୋତ୍ସାହନ ବ୍ୟବସ୍ଥା ।

•        1 ଏପ୍ରିଲ 2020 ପରଠାରୁ ପରୀକ୍ଷାମୂଳକ ଭାବେ ସରଳୀକୃତ ବିବରଣୀ କାର୍ଯ୍ୟକାରୀ କରାଯିବ । ଏହି ବିବରଣୀକୁ ଫାଇଲ କରିବା ସହଜ କରାଯିବ । ଏଥିରେ ଏସଏମଏସ ଆଧାରିତ ଫାଇଲିଂ, ବିବରଣୀ ପୂର୍ବ ଫାଇଲିଂ ଓ ଉନ୍ନତ ଇନପୁଟ ଟିକସ କ୍ରେଡିଟ ପ୍ରବାହ ଭଳି ବିଶେଷତ୍ୱ ରହିବ ।

•        ଗ୍ରାହକ ଇନଭଏସ ଲାଗି ଜିଏସଟିର ପ୍ରସ୍ତାବିତ ମାନଦଣ୍ଡ ଉପରେ ଆଧାରିତ ଡାଇନାମିକ କୁ୍ୟଆର କୋଡ ବ୍ୟବସ୍ଥା ଲାଗି ପ୍ରସ୍ତାବ ।

•        ଏକ କେନ୍ଦ୍ରୀକୃତ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ରଖିବା ଲାଗି ଇଲେକ୍ଟ୍ରୋନିକ ଇନଭଏସକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ।

•        ଉପସ୍ଥିତ ନଥିବା ଏବଂ ନକଲି ଟିକସଦାତାଙ୍କୁ ଠାବ କରିବା ଲାଗି ଆଧାର ସଂଯୁକ୍ତ ପ୍ରାମାଣୀକରଣ ।

•        ପରିବର୍ତିତ ଟିକସ ଢାଂଚାର ମୁକାବିଲା ଲାଗି ଜିଏସଟି ଦର ଢାଂଚାକୁ ଯୁକ୍ତିସଂଗତ କରାଯିବ ।

 

ସୀମା ଶୁଳ୍କ

•        ସୀମା ଶୁଳ୍କକୁ ଜୋତା ଉପରେ 25% ବୃଦ୍ଧି କରାଯାଇ 35% ଏବଂ ଫର୍ଣ୍ଣିଚର ସାମଗ୍ରୀ ଉପରେ 20%ରୁ ବୃଦ୍ଧି କରାଯାଇ 25% କରିବାର ବ୍ୟବସ୍ଥା ।

•        ନୁ୍ୟଜ ପ୍ରିଂଟ ଏବଂ ହାଲୁକା କୋଟେଡ କାଗଜ ଆମଦାନୀ ଉପରେ ମୂଳ ଆମଦାନୀ ଶୁଳ୍କକୁ 10%ରୁ କମ କରି 5% କରି ଦିଆଯାଇଛି ।

•        ଇଲେକ୍ଟ୍ରୋନିକ ବାହନ ଏବଂ ମୋବାଇଲ ସରଞ୍ଜାମ ଉପରେ ସୀମା ଶୁଳ୍କ ଦରରେ ସଂଶୋଧନ ।

•        ଚିକିତ୍ସା ଉପକରଣର ଆମଦାନୀ ଉପରେ 5% ସ୍ୱାସ୍ଥ୍ୟ ସେସ ଲାଗୁ ଯାହା ବିସିଡି ରିହାତି ଠାରୁ ପୃଥକ ହେବ ।

•        ଫୁ୍ୟଜ, ରାସାୟନିକ ଏବଂ ପ୍ଲାଷ୍ଟିକ ଭଳି କଂଚା ମାଲ ଉପରେ ସୀମା ଶୁଳ୍କରେ ଛାଡ଼ ।

•        ଯାନବାହନ ସରଞ୍ଜାମ, ରାସାୟନିକ ଆଦି କେତେକ ସାମଗ୍ରୀ ଯାହାର ଘରୋଇ ଉତ୍ପାଦନ ମଧ୍ୟ ହୋଇଥାଏ, ସେଗୁଡ଼ିକ ଉପରେ ସୀମା ଶୁଳ୍କ ବୃଦ୍ଧି ।

ବାଣିଜ୍ୟ ନୀତି :

•        ଏଫଟିଏ ଅନ୍ତର୍ଗତ ବାହନ ଆମଦାନୀର ଉଚିତ ଯାଂଚ ଲାଗି ସୀମା ଶୁଳ୍କ ଆଇନରେ ସଂଶୋଧନ ।

•        କେତେକ ସମ୍ବେଦନଶୀଳ ସାମଗ୍ରୀ ଲାଗି ମୂଳ ଆଇନ ଆବଶ୍ୟକତାର ସମୀକ୍ଷା କରାଯିବ ।

•        ଆମଦାନୀରେ ବୃଦ୍ଧିକୁ ଏକ ବ୍ୟବସ୍ଥିତ ଢଙ୍ଗରେ ନିୟନ୍ତ୍ରଣ କରିବା ଲାଗି ସେଫଗାର୍ଡ ଡୁ୍ୟଟି ସମ୍ବନ୍ଧୀୟ ବ୍ୟବସ୍ଥା ।

•        ସାମଗ୍ରୀର ଡମ୍ପିଂକୁ ରୋକିବା ଏବଂ ସବସିଡିଯୁକ୍ତ ସାମଗ୍ରୀ ଆମଦାନୀ ଉପରେ ଅଂକୁଶ ଲଗାଇବା ନିମନ୍ତେ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ।

•        କ୍ରାଉଡ ସୋର୍ସିଂ ଲାଗି ସୀମା ଶୁଳ୍କ ସହ ଜଡ଼ିତ ଛାଡ଼ ସମୀକ୍ଷା ପାଇଁ ପରାମର୍ଶ ।

•        ସିଗାରେଟ ଏବଂ ଅନ୍ୟ ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଲାଗି ପ୍ରସ୍ତାବ, ବିଡ଼ି ଉପରେ ଶୁଳ୍କ ଦରରେ କୌଣସି ପରିବର୍ତ୍ତନ ନାହିଁ ।

•        ପୋଷାକ କ୍ଷେତ୍ରକୁ ଲାଭାନ୍ୱିତ କରିବା ଲାଗି ପିଟିଏ ଉପରୁ ଡମ୍ପିଂ ନିରୋଧୀ ଶୁଳ୍କ ଉଚ୍ଛେଦ ।

ଭାରତୀୟ ଅର୍ଥବ୍ୟବସ୍ଥାର ଅଭୂତପୂର୍ବ ଉପଲବ୍ଧି

•        ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ।

•        2014ରୁ 2019 ମଧ୍ୟରେ ପାଖାପାଖି 4.5% ହାରାହାରି ମୁଦ୍ରାସ୍ଫିତୀ ସହିତ 7.4%ର ଅଭିବୃଦ୍ଧି ହାସଲ ।

•        2006ରୁ 2016 ମଧ୍ୟରେ 27.1 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାରକୁ ଅଣାଯାଇଛି ।

•        ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ 2014-19 ଅବଧିରେ ବୃଦ୍ଧି ପାଇ 284 ବିଲିୟନ ଆମେରିକୀୟ ଡଲାରରେ ପହଁଚିଛି, ଯାହାକି 2009-14 ମଧ୍ୟରେ 190 ବିଲିୟନ ଆମେରିକୀୟ ଡଲାର ଥିଲା ।

•        କେନ୍ଦ୍ର ସରକାରଙ୍କ ଋଣ ହ୍ରାସ ପାଇ ଜିଡିପିର 48.7% (ମାର୍ଚ୍ଚ 2019)ରେ ପହଁଚିଛି, ଯାହାକି ମାର୍ଚ୍ଚ 2014ରେ 52.2% ଥିଲା ।

ଦୁଇଟି ପ୍ରମୁଖ ଉପଲବ୍ଧି :

•        ପ୍ରଯୁକ୍ତିର ପ୍ରସାର (ଆନାଲିଟିକ୍ସ, ମେସିନ ଲର୍ଣ୍ଣିଂ, ରୋବୋଟିକ୍ସ, ବାୟୋ ଇନଫର୍ମେଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତା)

•        ଭାରତରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଲୋକ ଉତ୍ପାଦକ ଆୟୁ ସମୂହ (15-65)ରେ ସାମିଲ ।

•        ଜିଏସଟି ଦ୍ୱାରା ବ୍ୟବସ୍ଥାରେ ଥିବା ବ୍ୟାପକ ବାଧା ଦୂର ହୋଇଛି ।

ଡିଜିଟାଲ ବିପ୍ଳବ ଦ୍ୱାରା ପରିଚାଳିତ ଭାରତର ଅଭିନବ ବୈଶ୍ୱିକ ନେତୃତ୍ୱ ସ୍ଥିତିକୁ ବଜାୟ ରଖିବା ଲାଗି ଭବିଷ୍ୟତର ଲକ୍ଷ୍ୟ

•        ଡିଜିଟାଲ ପ୍ରଶାସନ ଜରିଆରେ ସେବାର ବାଧାମୁକ୍ତ ଯୋଗାଣ ।

•        ନ୍ୟାସନାଲ ଇନଫ୍ରାଷ୍ଟ୍ରକଚର ପାଇପଲାଇନ ଜରିଆରେ ଜୀବନର ଗୁଣବତାରେ ସୁଧାର ।

•        ବିପର୍ଯ୍ୟୟ ପ୍ରଶମନ ଜରିଆରେ ବିପଦ ଦୂର କରିବା ।

•        ପେନସନ ଏବଂ ବୀମାରେ ବିସ୍ତାର ଜରିଆରେ ସାମାଜିକ ସୁରକ୍ଷା ।

 

0
0
0
s2sdefault