"ଲୋକଙ୍କ ଜୀବନଧାରଣରେ ଉନ୍ନତି  ପାଇଁ  “୫ଟି” ସହ  “୫-ଜ” ଅତ୍ୟାବଶ୍ୟକ" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଂପର୍କ ଶିବିରରେ “୫ଟି” ଓ “ମୋ ସରକାର”ଙ୍କ ଯୋଜନା ଉପରେ ଆଲୋଚନା

ରାୟଗଡ(ସରୋଜ ସାହୁ) ସ୍ଥାନୀୟ ଜି.ସି.ଡି ହାଇସ୍କୁଲ ପଡିଆ ଠାରେ ପଂଚାୟତ ସମିତି ରାୟଗଡ ଓ ଅଦିବାସୀ ସମନ୍ୱିତ ଉନ୍ନୟନ ସଂସ୍ଥା ରାୟଗଡ ତରଫରୁ ଏକ ସଂପର୍କ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ପିଏ,ଆଇଟିଡିଏ ଟୁକୁ ବାରିକ, ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ, ତହସିଲଦାର ରାୟଗଡ ଉମାକାନ୍ତ ବେହେରା, ମୂଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଆର୍ତବନ୍ଧୁ ନାୟକ ଓ ରାୟଗଡ ବ୍ଲକ ଚେୟାରମ୍ୟାନ ପେଦେଣ୍ଟି ରାମୁଲୁ ମଂଚାସିନ ଥିଲେ । ପ୍ରଥମେ ପିଏ ଆଇଟିଡିଏ ଟୁକୁ ବାରିକ କହିଥିଲେ ଯେ, ଏହି ସଂପର୍କ ଶିବିର ମାଧ୍ୟମରେ ଜନଜାତି ମାନଙ୍କ ନିମନ୍ତେ ଥିବା ସମସ୍ତ ପ୍ରକାରର ଯୋଜନା ମାନର ସୂଚନା ଦେବାରେ ସହାୟକ ହେବ । ଏହି ଜନଜାତି ବହୁଳ ମାନଙ୍କର ନ୍ୟୁଟ୍ରିସିନାଲ ଗୋଟେ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହି ନୁ୍ୟଟ୍ରିସନାଲ କିପରି ଛୋଟ ଶିଶୁ, ଗର୍ଭବତୀ ମହିଳା ମାନେ ପାଇପାରିବେ ତାହା ଉପରେ ଡିଏସଡବ୍ଲୁଓ ୱାହିଦା ବେଗମ ବୁଝାଇବା ସହ ଏହି ଶିବିରରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମଧ୍ୟ ଏହି ଶିବିରରେ ପ୍ରଦାନ କରାଯିବ । ଏହି ସଂପର୍କ ଶିବିରରେ ଜିଲ୍ଲାର ୧୫୪ ଜଣ ହିତାଧାରିଙ୍କୁ ଆରଓଆର ମାଧ୍ୟମରେ ଜମି ପଟ୍ଟା ବଣ୍ଟନର କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଥିଲେ । ଏବଂ ଏହି ଶିବିରରେ ବିଭିନ୍ନ ସରକାରୀ ବିଭାଗରେ ଥିବା ଜନହିତକାରୀ ଯୋଜନାର କିପରି ସୁବିଧା ପାଇପାରିବେ ତାହା  ଉପରେ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଥିବା ସେ ସୁଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ କହିଥିଲେ ଯେ, ରାୟଗଡ ଭଳି ଏକ ଅଦିବାସୀ ଅଧ୍ୟୁସିତ  ଉପାନ୍ତ ଅଂଚଳରେ ଲୋକଙ୍କର ଜୀବନ ଧାରଣରେ କିପରି ଉନ୍ନତି ଆସିବ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ସେମାଙ୍କୁ ଉପଲବ୍ଧ କରାଇବାରେ ପ୍ରଶାସନର ତତପରତା ଏବଂ ସେମାନଙ୍କୁ ସବୁପ୍ରକାରର ସରକାରୀ ସାହାର୍ଯ୍ୟ ଯୋଗାଇଦେବାରେ ଏବଂ ସେମାନଙ୍କର ସଂଚୟ ଓ ଆୟ ବୃଦ୍ଧି ଦିଗରେ ସହଯୋଗର ହାତ ବଢାଇବା । ଏହି ସବୁ ସରକାରୀ ସୁବିଧା ହାସଲ କରିବା ସହ ଜୀବନରେ ଉନ୍ନତି କରିବାକୁ ହେଲେ “୫ଟି” ର ଆବଶ୍ୟକ ଥିବା ବେଳେ “୫-ଜ” ଯଥା (ଜଳ, ଜମି, ଜଙ୍ଗଲ, ଜନତା ଓ ଯନ୍ତ୍ରପାତୀ) କୁ ଆଧାର କରି ମଧ୍ୟ ଏହାକୁ ସମ୍ଭବ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିଜର ବକ୍ତବ୍ୟରେ କହିଥିଲେ ଯେ, ପ୍ରଶାସନକୁ ଜନତାର ନିକଟବର୍ତୀ କରାଇବା ସହ ସେମାନଙ୍କୁ ଆର୍ଥିକ ସ୍ତରରେ ଅତ୍ମନିର୍ଭରଶୀଳ କରାଇବା ଦିଗରେ ସବୁପ୍ରକାର ଉପାର୍ଜନକ୍ଷମ ଆର୍ଥିକ ଯୋଜନା ଗୁଡିକୁ ଆପଣେଇ ଓ ଏକ ମର୍ଯ୍ୟଦା ଜନକ ଜୀବନ ଧାରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଅଙ୍ଗନବାଡି କର୍ମୀ ମାନେ ସେମାନଙ୍କ କାର୍ଯ୍ୟ ପ୍ରଣାଳୀରେ ଶିଶୁ ଓ ମହିଳା ମାନଙ୍କର ଅନେକ କଲ୍ୟାଣ କରିପାରିଥିବାରୁ ସେମାନଙ୍କର ଦକ୍ଷତା ଓ କାର୍ଯ୍ୟ ଶୈଳିକୁ ପ୍ରଶଂସା କରିଥିଲେ । ବର୍ତମାନ ସରକାରଙ୍କର “୫ଟି” ଓ “ମୋ ସରକାର” ଯୋଜନା ମାଧ୍ୟମରେ ଲୋକଙ୍କର ନିକଟବର୍ତୀ ହୋଇ ଅଧିକ ସକ୍ରୀୟ ଭାବରେ ଯୋଜନା ଗୁଡିକର ସୁଫଳ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପ୍ରଶାସନୀକ ଅଧିକାରୀ ଓ କର୍ମଚାରୀ ମାନଙ୍କର କାର୍ଯ୍ୟରେ ଗୁରୁତ୍ୱରୋପ କରିବା ସହ ଲୋକଙ୍କର ପରାମର୍ଶ ମଧ୍ୟ ଅବଶ୍ୟକ ରହିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ଯୋଜନା ମାଧ୍ୟମରେ ଉପାନ୍ତ ଅଂଚଳର ଲୋକେ ସହଜରେ ଓ ସହଭାଗିତାରେ ସେମାନଙ୍କ ମୌଳିକ ସୁବିଧା ହାସଲ କରିବା ଦିଗରେ ଜାଣିପାରୁଥିବା ସେ ପ୍ରକାଶ କରିଥିଲେ । ଏହି ଶିବିରରେ ଅନ୍ୱେଷା ଯୋଜନାରେ ସହାରଂଚଳ ଅଗ୍ରଣୀ ଘରୋଇ ବିଦ୍ୟାଳୟରେ ଶିକ୍ଷା ଲାଭ ସୁବିଧା, ଆକାଂକ୍ଷା ମାଧ୍ୟମରେ ମାଟ୍ରିକ ପରିବର୍ତୀ ଉଚ୍ଚ ଶିକ୍ଷା ପାଇଁ ସହରାଂଚଳରେ ଛାତ୍ରାବସ ନିର୍ମାଣ ଏବଂ ଛାତ୍ର ବୃତି ଓ ଦେୟ ମୁକ୍ତ ଆବାସିକ ଶିକ୍ଷା ବ୍ୟବସ୍ଥା, ମାତୃଭାଷା ଭିତିକ ବହୁଭାଷି ଶିକ୍ଷା, ଜୀବନ କୌଶଳ ଓ ଶିକ୍ଷା କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ, ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଅଧିକୃତ ଜଙ୍ଗଲ ଜମିରେ ଚାଷ, ବାସ ଏବଂଗୋଷ୍ଠୀଗତ ଅଧିକାର ଉପରେ ଉକ୍ତ ଶିବିରରେ ଆଲୋଚନା କରାଯାଇ ସଚେତନ କରାଯାଇଥିଲା । ଏହି ସଂପର୍କ ଶିବିରକୁ ରାୟଗଡ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ରାୟଗଡ ବ୍ଲକରେ ଥିବା ସମସ୍ତ ପଂଚାୟତ ସ୍ତରୀୟ ଅଧିକାରୀ, ସରପଂଚ, ପିଆରଆଇ ମେମ୍ବର ଓ ବ୍ଲକର ସମସ୍ତ ଅଙ୍ଗନବାଡୀ କର୍ମୀ ମାନେ ଉପସ୍ଥିତ ଥିଲେ ।  

 

0
0
0
s2sdefault