ହେଡଲାଇନସ୍:

ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକ୍ ସ୍ତରୀୟ ଗ୍ରାମୀଣ ଭଲିବଲ୍ ଟୁର୍ଣ୍ଣାମେଂଟ୍ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତବ କଂପାନି ତଥା ହିଣ୍ଡାଲ୍କୋର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ପାରିପାଶ୍ୱିର୍କ ଅଂଚଳର ଗ୍ରାମୀଣ କ୍ରୀଡ଼ା ଓ ସଂସ୍କୃତିର ପ୍ରସାର କରିବା ଲାଗି ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ଥିବା ଆର ଆଣ୍ଡ ଆର  କଲୋନି-୧ରେ ୨୦୨୦ ଜାନୁଆରି ୨୦-୨୫ ପର୍ଯ୍ୟନ୍ତ ଏକ ବ୍ଲକ୍ ସ୍ତରୀୟ ଗ୍ରାମୀଣ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଂଟରେ  କାଶିପୁର ବ୍ଲକର  ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ଏହାକୁ ୨୦୨୦ ଜାନୁଆରିରେ ଶ୍ରୀ ଶିବ ଶଙ୍କର ମହାପାତ୍ର, ଡିଜିଏମ-ସିଏସ୍ଆର୍ ଉତ୍କଳ  ଆଲୁମିନା ଉଦ୍ଘାଟନ କରିଥିଲେ ।

ଏକ ହାଇ ଭୋଲଟେଜ୍ ଫାଇନାଲ୍ ମ୍ୟାଚ୍ ରାମିବେଡା ଓ ମଙ୍କଡିଝୋଲା ମଧ୍ୟରେ ଖେଳା ଯାଇଥିଲା ଯେଉଁଥିରେ ମଙ୍କଡ଼ିଝୋଳ ଗ୍ରାମ ବିଜେତା ହୋଇଥିବା ବେଳେ ରାମିବେଡ଼ା ଗ୍ରାମର ରନର୍ସ ଅପ୍ ବା ଉପ ବିଜେତା ହୋଇଛି । ୨୦୨୦ ଜାନୁଆରି ୨୫ର ଏହି ଫାଇନାଲ୍ ମ୍ୟାଚ୍ରେ ଶ୍ରୀ ଟି ଏମ୍ ପ୍ରକାଶ, ଭିପି-ଏଚ୍ଆର୍ ଓ ଆଇଆର୍ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ପୁରସ୍କାର ବିତରଣ କରିଥିଲେ |  ଉତ୍କଳ  ଆଲୁମିନାର ଶିବ ମହାପାତ୍ର, ସୁକାନ୍ତ ମହାପାତ୍ର, ବେଲାକର ନାଏକ ଉଭୟ ଦଳକୁ ଉତ୍ସାହିତ କରିଥିଲେ । ଉଭୟ ଦଳର ଖେଳାଳୀମାନଙ୍କୁ ବ୍ୟକ୍ତିଗତ ପୁରସ୍କାର ସହିତ ବିଜେତା ଓ ଉପ ବିଜେତାଙ୍କୁ ଟ୍ରଫି ହସ୍ତାନ୍ତର କରାଯାଇଥିଲା ।

ସିଏସ୍ଆର୍ ବଇାଗର ଏହି ଅଭିଯାନକୁ ପ୍ରଶଂସା କରି ୟୁନିଟ୍ ମୁଖ୍ୟ ଏବଂ ସଭାପତି, ୟୁଏଆଇଏଲ୍  ଶ୍ରୀ ଏନ୍ ନାଗେଶ, କହିଛନ୍ତି ଯେ, “ଦୁର୍ଗମ ଅଂଚଳର ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଏବଂ କ୍ରୀଡ଼ାର ପ୍ରସାର କରିବା ଲାଗି ଏଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୁଚି ରହିଥିବା ପ୍ରତିଭା ସନ୍ଧାନ କରିବା ଏବଂ ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରର ପ୍ଲାଟଫର୍ମ ପର୍ଯ୍ୟନ୍ତ ପ୍ରସାର କରି ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଦିଗ ପ୍ରତି କଂପାନି ପ୍ରତିବନ୍ଧ ଏବଂ ସେ ଦିଗରେ କାର୍ଯ୍ୟ କରିବାକୁ ଚାହୁଁଛି ।’’

ବିପୁଳ ସଂଖ୍ୟକ ଭଲି ବଲ୍ ପ୍ରେମୀ ମ୍ୟାଚ୍ ଦେଖିବାକୁ ଭିଡ଼ ଜମାଇଥିଲେ ଏବଂ ସେମାନଙ୍କ ଗୋଷ୍ଠୀ  କିମ୍ବା ଗ୍ରାମ ଭିନ୍ନ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପରିପାର୍ଶ୍ଵିକ  ଗ୍ରାମର ସହାୟତା ଓ ସମର୍ଥନରେ ଏହି କାର୍ଯ୍ୟକ୍ରମରେ ବେଶ ସଫଳତା ହାସଲ କରିଛି । ଗଜେନ୍ଦ୍ର ନାଏକ, ଗୋବିନ୍ଦ ନାଏକ ଓ ଆଲାରାମ ଭତ୍ରା ଓ ସ୍ୱେଚ୍ଛାସେବୀ ଦଳ କାର୍ଯ୍ୟକ୍ରମର ଉତ୍ତମ  ପରିଚାଳନା ଏବଂ ସଂଯୋଜନା କରିଥିଲେ । 

 

0
0
0
s2sdefault