ହେଡଲାଇନସ୍:

  ଦଶମ ଚାଲେଞ୍ଜର  କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଯାପିତ : କୁଚିପାଲି ଦଳ ଚଂପିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ ଆଥେଲେଟିକ କ୍ଳବ ଅନୁକୁଲ୍ୟରେ ପାଂଚ ଦିନ ବ୍ୟାପି ଚାଲିଥିବା ଦଶମ ଚାଲେଞ୍ଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟରେ କଚିପାଲି ଦଳ ଚଂପିଆନ ହୋଇଥିବା ବେଳେ ମେଲଛାମୁଣ୍ଡା ଦଳ ଉପବିଜେତା ଭାବେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଏକ ଉଦଯାପନୀ ପର୍ବ ଅନୁଷ୍ଠିତ  ହୋଇଥିଲା । ଏଥିରେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ମୁଖ୍ୟ ଅତିଥି, ଡା.ଦିଲିପ କୁମାର ଭୋଇ, ଡା.ଡମ୍ବରୁଧର ଦେବତା, ଡା. ସୁବ୍ରତ କୁମାର ନାୟକ ଓ ଡା.ତାରାକାନ୍ତ ସାହୁ, ସଂଜିବ ନାୟକ, ସୁରେନ୍ଦ୍ର ବାରିକ, ନବୁ ଜୈନ, ପବିତ୍ର ବାରିକ, ଅଶ୍ୱିନୀ ଦେବତା, ଉପେନ୍ଦ୍ର ତାଣ୍ଡି ପ୍ରମୁଖ ସମ୍ମାନୀତ ଅତିଥି  ଭାବେ ଯୋଗଦେଇ କ୍ରିକେଟ ଖେଲର ଉଦେଶ୍ୟ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦଯାପନୀ ଦିନରେ ସମସ୍ତ ଦଳକୁ ପଛରେ ପକାଇ ଫାଇନାଲକୁ ଆସିଥିବା ମେଲଛାମୁଣ୍ଡା ଓ କୁଚିପାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇଥିଲା । ପ୍ରଥମେ ଟସ ଜିଣି ମେଲଛାମୁଣ୍ଡା ଦଳ ୧୫ ଓଭର ବିନିମୟରେ ୧୨୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ କୁଚିପାଲି ଦଳ ପିଛା କରି ୧୪ ଓଭରରେ ୮ ଓିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଟୁର୍ଣ୍ଣାମେଣ୍ଟରେ ଚଂପିଆନ ହୋଇଥିଲା । ଆମନ୍ତ୍ରିତ  ଅତିଥି ଗଣ ଉଭୟ ଚଂପିଆନ କୁଚିପାଲି ଏବଂ ଉପବିଜେତା ମେଲଛାମୁଣ୍ଡା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । କୁଚିପାଲି ଦଳର ଶିବାଜୀଙ୍କୁ ମ୍ୟାନ ଅଫ ଦି ସିରିଜ ଓ ମେଲଛାମୁଣ୍ଡା ଦଳର ଅମନ ଭୋଇଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ଅମାପାଲି ଦଳକୁ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚର ଖେଳକୁ ଦିଲିପ ଭୋଇ ଓ ଆନନ୍ଦ ମହାନନ୍ଦ ପରିଚାଳନା କରିଥିବା ବେଳେ ବିଜୟ ମହାନନ୍ଦ, ପ୍ରଦୀପ ସାହୁ ଓ ଦିଲିପ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ସେହିପରି ଗୁଡୁ ଦେବତା ସ୍କୋରିଙ୍ଗ ଦାୟୀତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମ ସବୁକୁ କିଶୋର, ଲକ୍ଷ୍ମଣ, ଅମନ, ମହେଶ, ରିତେଶ, ସୌରଭ ଏବଂ ଜୟ ହନୁମାନ ଏଥେଲେଟିକ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଅଂଚଳର ହଜାର ସଂଖ୍ୟାରେ କ୍ରିକେଟ ପ୍ରେମୀ ମ୍ୟାଚ ଗୁଡିକୁ ଉପଭୋଗ କରିଥିଲେ ।

 

0
0
0
s2sdefault