ହେଡଲାଇନସ୍:

"ଯେବେ ସ୍ପର୍ଶ କରିବୁ ତୁହି ଯମୁନାର ଜଳ, ମୂର୍ଦ୍ଧନା ଫାଟି ମରିଯିବୁ ତୁହି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆରମ୍ଭ ହେଲା ପ୍ରବଳ ପ୍ରତାପୀ କଂସଙ୍କ ଦୌରାତ୍ମ୍ୟ , ସ୍ତନେ ବିଷ ଭରି ପୁତନା ଗୋପ ମୁହାଁ 

ଗାଇସିଲେଟ/କେଦାର ନାଥ ସାହୁ ବରଗଡ଼  :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ  ଦିବସରେ ମହାରାଜ କଂସାସୁର କୃଷ୍ଣଙ୍କୁ ନିଧନ କରାବା ପାଇଁ  ମାୟାବୀ ପୁତନାକୁ ଗୋପପୁର ପ୍ରେରଣ କରିଛନ୍ତି।  ରାଜ ଦରବାରରେ ରାଜ ଅତିଥି ଭାବରେ କମିଟିର  ପ୍ରମୋଦ ଦେବତା ଏବଂ ସାମ୍ବାଦିକ କେଦାର ନାଥ ସାହୁ ଯୋଗଦେଇଥିଲେ।

ଆଜିର  ନାଟ୍ୟ ଅଭିନୟ-

ବିଜୁଳି କନ୍ୟା ଠାରୁ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ଗୋପପୁରରେ ବଢୁଥିବାର ଜାଣି ଇତସ୍ତତଃ ହୋଇ ପଡିଛନ୍ତି ମଥୁରା ନରେଶ  ମହାରାଜ କଂସାସୁର। କୃଷ୍ଣଙ୍କୁ ମାରିବା ପାଇଁ ଦୃଢ ସଂକଳ୍ପ କରିଥିବା କଂସାସୁର କରିଛନ୍ତି ଯୋଜନା | ହେଲେ ଅଛି ଗୋମତ ଋଷିଙ୍କ ଅଭିଶାପ " ରେ ପାପିଷ୍ଟ କଂସ ଯେବେ ସ୍ପର୍ଶ କରିବୁ ତୁହି ଯମୁନାର ଜଳ, ମୂର୍ଦ୍ଧନା ଫାଟି ମରିଯିବୁ ତୁହି" । କଂସାସୁର ଯମୁନା ନଦୀ ପାରି ହୋଇ ଯାଇପାରି ବେନି ଗୋପପୁରେ।ନାରଦ ମହର୍ଷିଙ୍କ ଠାରୁ ପରାମର୍ଶ କ୍ରମେ  ଶତ୍ରୁ ହତ୍ୟା ପାଇଁ ସ୍ମରଣ କରୀଥିଲେ ମାୟାବିନୀ ପୁତନା ସୁନ୍ଦରୀକୁ । କସଂଙ୍କ ମୃଖରୁ ପୁତନା "ଆବାହୟାମୀ"ର ଶ୍ଲୋକ ଉଚ୍ଚାରଣ ହେବାମାତ୍ରେ କିଲିକିଲି ନାଦକରି ରାଜଦରବାରରେ ଉଭା ହୋଇଥିଲା ପୁତନା । କଂସଙ୍କ ଆଦେଶରେ ନିଜ ସ୍ତନରେ ବିଷଭର୍ତି କରି ବାହାରିଥିଲା ଗୋପପୁର ପ୍ରାନ୍ତେ। ମହାରାଜ କଂସ ଭୂମିକାରେ ବିଶିଷ୍ଟ ମଞ୍ଚ କଳାକାରଙ୍କ କଳାକାହ୍ନୁ ଚୌହାନ ଲୋମହର୍ଷଣ କରୀ ସଂଲାପ ସହ ଅଭିନୟ କରୁଥିବା ବେଳେ ମହାମନ୍ତ୍ରୀ ଶକ୍ରାଜୀତ ଭୂମିକାରେ ଗୟାଧର ପଟେଲ,ମହାମନ୍ତ୍ରୀ ଅନାଧୁଷ୍ଟ ଭୂମିକାରେ ଅଲେଖ ସାହୁ,ସେନାପତୀ ହଂସଧ୍ବୟ ଭୂମିକାରେ ପ୍ରଶାନ୍ତ ତ୍ରିପାଠୀ,ଚାଣୁର ଭୂମିକାରେ ଯଗଦୀଶ ମାହାର,ମୁଷ୍ଟିକ ଭୂମିକାରେ ସଂକୀର୍ତ୍ତନ ପ୍ରଧାନ,ନାରଦ ଭୂମିକାରେ ଗୁପ୍ତେଶ୍ବର ମହାକୁର,ପ୍ରହରୀ ଭୂମିକାରେ ଅନିଲ ମହାକୁର ଓ ହୀରାଧର ନାଏକ ତଥା ଆଜିର ଆକର୍ଷଣୀୟ ମାୟାବୀ ପୁତନା ଭୂମିକାରେ ମଧୂ ରାଉତ  ଚିତ୍ତାକର୍ଷକ କଳା ପ୍ରଦର୍ଶନ କରିଥିବା ବେଳେ,ସୁଦୁର କଲିକତାରୁ ଆସିଥିବା ନୃତ୍ୟଶିଳୀ,ନୃତ୍ୟ ନିର୍ଦ୍ଦେଶକ ସଂଜୟ ବାଗଙ୍କ ନିର୍ଦ୍ଦେଶନାରେ ଅଶୋକ,ସୋନୁ,ସପ୍ନା,ଅଞ୍ଜଲୀ ଏବଂ ସରୀତା ରମ୍ଭ,ମେନାକା ଏବଂ ଉର୍ବଶୀର ରୂପ ଧାରଣକରି ନୃତ୍ୟର ରୁଣୁ ଝୁଣୁ ଶବ୍ଦରେ ଅଗଣିତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ।

0
0
0
s2sdefault