ହେଡଲାଇନସ୍:

 "ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ସମସ୍ତ ନାଗରିକଙ୍କ ଅଧିକାର " । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ , ସମ୍ବର୍ଦ୍ଧିତ ହେଲେ ଶ୍ରେଷ୍ଠ ସାମ୍ବାଦିକ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ ଜାନୁଆରୀ ୨୬ତାରିଖ ଦିନ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ପତାକା ଉତ୍ତୋଳନ କରି ମିଳିତ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ଭାବେ ବୀରମହାରାଜପୁର ଉପଖଣ୍ଡୀୟ ପୋଲିସ ଅଧିକାରୀ ଧିରୋଜ ଚୌପଦାର, ରାଜସ୍ବ ଅଧିକାରି ଅଭିଲାଶ ପୁରୋହିତ, ଆଇ ଆଇ ସି ପ୍ରଭାଧନ, ବି ଡି ଓ ନିରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଉପଖଣ୍ଡ ର ବିଭିନ୍ନ  ଶିକ୍ଷା ଅନୁଷ୍ଠାନ,  ପୋଲିସ ବାହିନୀ,  ଦମକଳ ବାହିନୀ ,ଏନସିପି ଆଦି ବିଭାଗରୁ ପ୍ରାୟ ୩୨ଟି ଗ୍ରୃପ ପରେଡ୍ ରେ ଅଂଶଗ୍ରହଣ କରିଥିଲେ ।

ପରେଡ୍ ରେ ବୀରମହାରାଜପୁର ମହାବିଦ୍ୟାଳୟର ଏନସିସି ବାହିନୀ ସିନିୟର ବିଭାଗରେ ପ୍ରଥମ ଓ ବୀରମହାରାଜପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରେଡ୍ ଗ୍ରୃପ ଜୁନିୟର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଜେନେରାଲ କମାଣ୍ଡର ହାବିଲଦାର ମଧୁସୂଦନ ସାହୁ ଓ ଏନସିସି ବିଭାଗର ଅଧିକାରୀ ଭୋଳାନାଥ ସେଠୀ ପରେଡ୍ ପରିଚାଳନା କରିଥିଲେ । ଉପଖଣ୍ଡ ସ୍ତରୀୟ ଶ୍ରେଷ୍ଠ ସାମ୍ବାଦିକ ଭାବେ ଓଟିଭି ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ରବିନ୍ଦ୍ର କୁମାର  ହୋତା ଓ ସୁବଳୟା ସର୍ବସାଧାରଣ ପ୍ରତିନିଧି ଶେଷଦେବ ବାରିକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭିମନ୍ୟୁ ବଗର୍ତ୍ତୀଙ୍କୁ ଶ୍ରେଷ୍ଠ ପ୍ରାଥମିକ ଶିକ୍ଷକ ଭାବେ ଓ ଗତ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ବୀରମହାରାଜପୁର ବାଳକ ହାଇସ୍କୁଲ ରୋହନ ମେହେର ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ଚମ୍ପାମାଳ ସରକାରୀ ୟୁପି ସ୍କୁଲ୍ ଓ ମେଣ୍ଡାମାଳ ସରକାରୀ ୟୁପି ସ୍କୁଲ ର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ବୀରମହାରାଜପୁର ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବା ବେଳେ କ୍ରିଡା ଶିକ୍ଷକ ନରେନ୍ଦ୍ର ଚାନ୍ଦ୍ , ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।

0
0
0
s2sdefault