ହେଡଲାଇନସ୍:

ସୁବଳୟା ରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ୭୧ ତମ ସାଧାରଣତନ୍ତ୍ର ଦିବସ ସୁବଳୟା କଲେଜ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବୀରମହାରାଜପୁର ତହସିଲଦାର ସୂର୍ଯ୍ୟୋଶୁଂ ରୁଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ତାଙ୍କର ଅଭିଭାଷଣରେ ଜାତୀୟ ଏକତା, ଅଖଣ୍ଡତା ଓ  ସାର୍ବଭୌମତ୍ୱକୁ ବଜାଇ ରଖିବା ସହିତ ସମ୍ୱନିତ ଉଦ୍ୟମରେ ଦେଶର ପ୍ରଗତିର ସହାୟକ ହେବ ପାଇଁ ଆହ୍ବାନ ଜଣାଇଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ରଞ୍ଜିତ କୁମାର ରଥ,  ସୁବଳୟା ବନଖଣ୍ଡ ଅଧିକାରୀ ଅବିନାଶ ବେରିହା ଓ ସୁବଳୟା  କଲେଜ ଅଧ୍ୟାପକ ଭୋଳାନାଥ କର୍ମୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମସ୍ତ ଅତିଥିଗଣ ଜାତୀୟ ପତାକା ଉତ୍ତୋଳନ ପରେ  ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ସୁବଳୟା ସମସ୍ତ ଶିକ୍ଷା ଅନୁଷ୍ଠାନ ର ୧୯ ଟି ଗ୍ରୁପ ପେରେଟ୍ ରେ ଭାଗ ନେଇଥିଲେ । ସୁବଳୟା ମହାବିଦ୍ୟାଳୟର ସ୍କାଉଟ୍ ଗ୍ରୁପ ଚାମ୍ପିଆନ୍ ହୋଇଥିବା ବେଳେ ସ୍ଥାନୀୟ ସରସ୍ବତ ଶିଶୁମନ୍ଦିର ଛାତ୍ର ଛାତ୍ରୀ ମାନେ ରନ୍ଅରସ୍ଅପ ହୋଇଥିଲେ । କେ ଜି ବି ଭି ଶିକ୍ଷା ଅନୁଷ୍ଠାନ ର ଓ ଶିଶୁମନ୍ଦିର ର ଛାତ୍ରଛାତ୍ରୀମାନେ ପଡିଆ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଉପରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା । ସୁବଳୟା ମହାବିଦ୍ୟାଳୟର ସଂସ୍କୃତିକ ଅଧ୍ୟାପକ ରମାକାନ୍ତ ପୁରୋହିତ ପରିଚାଳନା କରିଥିବା ବେଳେ ଯୁବ ଛାତ୍ର ସଂସଦ ସଂପାଦକ ସଞ୍ଜିବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲିପ କୁମାର ମେହେର,  ଦେବୀଦତ୍ତ ସାହୁ, କ୍ଷୀର ମେହେର, ,ସରଜନ ମଲ୍ଲିକ, ଶିବଶଙ୍କର ମହାନନ୍ଦ, କିଶୋର ମେହେର, ଗଣେଷ ମେହେର, ଭୂବନ ମେହେର, ଦେବାଚ୍ଚ୍ନ ,ଲିନକନ, ଜଗନ୍ନାଥ,  ଓ ଦିଲ୍ଲିପ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରେ ୭୧ ତମ ସାଧାରଣତନ୍ତ୍ର ଦିବସ ବୀରମହାରାଜପୁର ବ୍ଲକ ପୁରପଲ୍ଲୀରେ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ଲକ ର ସମସ୍ତ ଶିକ୍ଷାନୁଷ୍ଠାନ,  ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ଓ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ମାନଙ୍କରେ ସରପଞ୍ଚ ମାନେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।

0
0
0
s2sdefault