ହେଡଲାଇନସ୍:

ମିଳିତ କ୍ରିୟାନୁଷ୍ଠାନ କମିଟୀ,ପଦ୍ମପୁର ପକ୍ଷରୁ ଯୋଜନା ବୈଠକ ତଥା ବନ୍ଧୁ ମିଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଦ୍ମପୁର /ଶାସକ ପ୍ରଶାସକ : ମିଳିତ କ୍ରିୟାନୁଷ୍ଠାନ କମିଟୀ,ପଦ୍ମପୁର ପକ୍ଷରୁ ଏକ ଯୋଜନା ବୈଠକ ତଥା ବନ୍ଧୁ ମିଳନ ପଦ୍ମପୁର ଦିଲ୍ଲୀପ କଲ୍ୟାଣ ମଣ୍ଡପ ଠାରେ କମିଟୀର ସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଦ୍ମପୁର ଓଏସଆରଟିସିର କର୍ମଚାରୀ ମାନଙ୍କ କାର୍ଯ୍ୟ ପ୍ରତିବଦ୍ଧତା ଏହାକୁ ଲାଭଜନକ ସ୍ତରକୁ ହେଉଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ କିଭଳି କର୍ମଚାରୀ ଦୂରୀଭୂତ କରାଯାଇ ପାରିବ ସେଥି ପାଇଁ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ତୁରନ୍ତ ସଏମଡିଙ୍କୁ ଭେଟିବାକୁ ନିଷ୍ପତ୍ତି କରାଯିବ ସହ ସ୍ଥାନୀୟ ସମସ୍ୟାର ଆଶୁ ସମାଧାନ ପାଇଁ ପଦ୍ମପୁର ଶାଖା ପରିଚାଳକଙ୍କୁ ଭେଟିବାର ବ୍ୟବସ୍ଥା କରାଇବାକୁ ସଂପାଦକ ପ୍ରଶାନ୍ତ ମାଝୀଙ୍କୁ ଅଧିକୃତ କରାଯାଇଥିଲା। ବିଶେଷ ଭାବରେ ଅଳ୍ପ ଦିନ ଚଳାଇ ବନ୍ଦ କରି ଦେଇଥିବା ପଦ୍ମପୁର ସୋନପୁର ବସର ପୁନଃ ପ୍ରଚଳନ ସହ ପଦ୍ମପୁର ଝାରସୁଗୁଡା, ପଦ୍ମପୁର ବିଲାସପୁର ଖରିଆର ରୋଡ ଭୁବନେଶ୍ବର, ପଦ୍ମପୁର ରାୟପୁର ବସ୍ ଚଳାଚଳ ପାଇଁ ପଦକ୍ଷେପ ନେବାକୁ ପରିବହନ ମନ୍ତ୍ରୀ ତଥା ସିଏମଡିଙ୍କୁ ତୁରନ୍ତ ଯୋଗାଯୋଗ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ସଂପାଦକ ପ୍ରଶାନ୍ତ କୁମାର ମାଝୀ ସଞ୍ଚାଳନ କରିଥିବା ବେଳେ ଉପ ସଭାପତି ପ୍ରତାପ ମିଶ୍ର, ତୁକରାମ ବେହେରା, ରାଧା ମାଧବ ଦୋରା,ଯୋଗେନ୍ଦ୍ର ଭୋଇ, ଗୌନ୍ତିଆ ସାହୁ, ନବ କିଶୋର ସାହୁ, ଅରବିନ୍ଦ ପଟ୍ଟନାୟକ, ନିରୋଜ ଦୋରା,ମୁନୁ ପଣ୍ଡା, ନବ ବରିହା, ମହିପାଳ ସାହୁ, ନରସିଂହ ଅଗ୍ରୱାଲ, ନନ୍ଦ କିଶୋର ଧରୁଆ, ଅଶୋକ ବହିଦାର, ଗଜରାଜ ବାରିକ, ନନ୍ଦ କିଶୋର ମାଝୀ,ଜ୍ୟୋତ୍ସ୍ନାମୟୀ କର, ପଙ୍କଜିନୀ ପ୍ରଧାନ,ରମେଶ ଗୁର୍ଲା, ଗଣପତି ବଗର୍ତ୍ତୀ,ଅଖୁତା ସେଠ, କୁନାଳ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ବହୁ ଗଣମାନ୍ୟ  ବ୍ୟକ୍ତି  ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ ।

 

0
0
0
s2sdefault