ହେଡଲାଇନସ୍:

କ୍ୟାରମ ଟୁର୍ଣ୍ଣମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କଲାମନ୍ଦିର ୟୁଥ କ୍ଲବ, ହନୁମାନ ପଡା ପଦ୍ମପୁର ଆନୁକୂଲ୍ୟରେ ନବମ ଡବଲସ କେରମ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବେଇଠକ ଆଦ୍ୟ 22 ତାରିଖ ଦିନ ସ୍ଥାନୀୟ ରିକରେସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫ୍ରେବୃୟାରୀ 9 ଓ 10 ତାରିଖରେ ଦୁଇ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଉକ୍ତ ବେଇଠକରେ ଗତବର୍ଷର ଅୟବ୍ୟୟ ପଠନ କରାଯିବା ସହ ନୂତନ କର୍ମକର୍ତା ଚୟନ କରାଯାଇଥିଲା। ନୂତନ କମିଟିରେ ବିଜୟ କୁମାର ସାହୁ ସଭାପତି, ବାଲଗୋପଲ ପାଣିଗ୍ରାହୀ ଉପସଭାପତି, ସୁରଞ୍ଜିତ ବହିଦାର ସମ୍ପାଦକ, ଜଗନ୍ନାଥ ବୁଡେକ ସହସମ୍ପଦକ, ସରୋଜ ମିଶ୍ର କୋଷାଧ୍ୟକ୍ଷ, ଆଲୋକ ଦାସ ସହକୋଷାଧ୍ୟକ୍ଷ ଭାବେ ସାର୍ବସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା। ଏହା ସହ ଉପଦେଷ୍ଟା କମିଟିରେ ପ୍ରମୋଦ ମିଶ୍ର, ପ୍ରିତେଶ ବହିଦାର, ପ୍ରିୟରଞ୍ଜନ ଭୋଇ, ସୁବାସ ପାତ୍ର ଓ ଅନ୍ନଦା ବହିଦାରଙ୍କୁ ନିଆ ଯାଇଥିଲା । ଏଥିରେ ଭାଗ ନେବା ପାଇଁ ଇଚ୍ଛୁକ ପ୍ରତିଯୋଗୀ ମନେ ଆସନ୍ତା 7 ତାରିଖ ସୁଦ୍ଧା 7377588129 ନମ୍ବରରେ ଯୋଗାଯୋଗ କରିବା ପାଇଁ  କମିଟି ତରଫରୁ ଅନୁରୋଧ କରାଯାଇଥିଲା ।

0
0
0
s2sdefault