ହେଡଲାଇନସ୍:

"ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ, ଆପଣମାନେ ଖୁସି ତ " - ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ (ଶାସକ ପ୍ରଶାସକ): ଆଜି ବହୁ ପ୍ରତିକ୍ଷିତ ବରଗଡ ଜିଲ୍ଲାର ନବ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଜିଲ୍ଲାକୁ ଦିନିକିଆ ଗସ୍ତରେ ଗସ୍ତରେ ଆସି ନବ ନିର୍ମିତ ମୁଖ୍ୟ ଚିକିତ୍ସାଳୟ ,ଓ ଅନେକ ପ୍ରକଳ୍ପ ର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ବିଶାଳ ଜନସଭାକୁ ସଂଵୋଧନ କରି ବଟଗଡ଼ରେ କ୍ୟାନ୍ସର  ହସ୍ପିଟାଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । "ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଉଦ୍ଘାଟନ କଲି , ଆପଣ ମାନେ ଖୁସି ତ !" | ସେପଟୁ ଉପସ୍ଥିତ ଜନତାଙ୍କ ଏକ ବଡ "ହଁ." | "ବରଗଡରେ କ୍ୟାନ୍ସର ହସ୍ପିଟାଲ ହେବ, ଆପଣ ମାନେ ଖୁସି ତ" | ସେପଟୁ ଉପସ୍ଥିତ ବିଶ୍ଳ ଜଣ ସମୁଦ୍ରର ଆଉ ଗୋଟେ ବଡ "ହଁ" | ଲୋକଙ୍କ ପ୍ରବଳ ଉତ୍ସାହ ଭିତରେ ମୁକଜ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ବାସୀଙ୍କ ପାଇଁ ୧୦୩.୩୧ ଲକ୍ଷ ବ୍ୟୟ ଅଟକଳରେ ଏନଏଚ ୨୦୧- ବେହେରା ସାହି ରାସ୍ତା, ୭୩.୯୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପିଡ଼ବ୍ଲ୍ୟୁଡ଼ି ରୋଡ଼ -ଗଡଗଡଦଳା ରାସ୍ତାର , ୧୦୦ ଲକ୍ଷ ଟଙ୍କା ବ୍ୟୟରେ ଯୋଗାଣ ନିଗମ କାର୍ଯ୍ୟାଳୟ କୋଠା, ୫୪.୬୮ ଲକ୍ଷ ଟଙ୍କା ବ୍ୟୟରେ ରାଜସ୍ବ ବିଶ୍ରାମ ଗୃହ, ୨୭୮୮.୩୫  ଲକ୍ଷ ଟଙ୍କା ବ୍ୟୟରେ ସୋହେଲା ନୂଆପଡା ରାସ୍ତାର ଅଙ୍ଗ ନଦୀ ଉପରେ ଉଚ୍ଚସ୍ତରିୟ ସେତୁ ସହ ବରଗଡ ବିଜ୍ଞାନ  କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ଯୋଇଯାଇଛି |  ବରଗଡ଼ ଜିଲ୍ଲା ବାସୀଙ୍କର ବହୁ ପୁରୁଣା ଦବିଥିଲା ବରଗଡ଼ ରେ କ୍ୟାନ୍ସର   ହସ୍ପିଟାଲ । କାରଣ ବରଗଡ଼ ଜିଲ୍ଲାରେ ବହୁ କ୍ୟାନ୍ସର ରୋଗୀ ଅଛନ୍ତି । ବ୍ୟୟ ବହୁଳ  ଚିକିତ୍ସା ଅଭାବରୁ ଅନେକ ରୋଗୀଙ୍କର ମୃତ୍ୟୁ ହେଇଯାଉଛି। ଆଜି ମୁଖ୍ୟମନ୍ତ୍ରୀଙ୍କ  ଏହି ଘୋଷଣା ବରଗଡ଼ବାସୀଙ୍କ ମନରେ ଖୁସି ସଂଚାର କରିଛି | ସୂଚନାଯୋଗ୍ୟ ଯେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ବରଗଡ଼ ଜିଲ୍ଲା ବାସୀଙ୍କ ବହୁଦିନର ଦାହି ଓ ଏହାକୁ ହେଇ ବହୁ ସମୟରେ ଆନ୍ଦୋଳନ, ଦସ୍ତଖତ ଅଭିଯାନ ତଥା ଦାବି ଉପସ୍ଥାପନ କରାଯାଇ ଆସିଛି | ମୁଖ୍ୟମନ୍ତ୍ରୀଙ୍କ ଆହିର ଘୋଷଣା ବରଗଡ଼ବାସୀଙ୍କୁ ବହୁମାତ୍ରାରେ ଆଶ୍ୱସ୍ତ କରିଛି । 

        ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ,  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ସୁରେଶ ପୂଜାରୀ,  ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ,  ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା , ବିଧାୟକ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,  5T ସଚିବ ଶ୍ରୀ V K ପାଣ୍ଡିଆନ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ  ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault