ହେଡଲାଇନସ୍:

ମୁନିସିପାଲ ପ୍ରିମିୟର ଲିଗ ଓ  ଅନଲାଇନ ଟାକ୍ସ ମୋଡ୍ୟୁଲ ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ; ସହରାଂଚଳ ପ୍ରଶାସନରେ ୫ଟି ଲକ୍ଷ୍ୟକୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଉଚିତ ସ୍ୱରୂପ ଦେବାପାଇଁ ଏକ ପ୍ରପର୍ଟି ଅନଲାଇନ ଟାକ୍ସ ମୋଡ୍ୟୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲୋକାର୍ପିତ କରିଛନ୍ତି |ଏହି ମୋଡ୍ୟୁଲ ମାଧ୍ୟମରେ ଜଣେ ବ୍ୟକ୍ତି କୌଣସି ଠାରେ କୌଣସି ବି ସମୟରେ ଟିକସ ପୈଠ କରିପାରିବ | ସହରାଂଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକ ସେମାନଙ୍କ ରାଜସ୍ବ ସଂଗ୍ରହକୁ ବୃଦ୍ଧି କରିବା ପାଇଁ ମୁନିସିପାଲ ପ୍ରିମିୟର ଲିଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି |

ଲୋକସେବା ଭବନ ଠାରେ ଥିବା କନଭେନସନ ହଲଠାରେ ଏହି ଯମଜ ପ୍ରୋଗ୍ରାମକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଯୋଗୁ  ନଗର ଉନ୍ନୟନ ବିଭାଗ ଧନ୍ୟବାଦର ପାତ୍ର | ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ଲୋକଙ୍କ ଦ୍ୱାରଦେଶରେ ବା ଲୋକଙ୍କ ପାଖରେ ସେବା ପହଂଚାଇବା ମୋ ସରକାରର ଲକ୍ଷ ଓ  ପ୍ରାଥମିକତା ରହି ଆସଛି | ଆଜି ଲୋକାର୍ପିତ ହୋଇଥିବା ଟାକ୍ସ ମୁଡ୍ୟୁଲ ଦ୍ୱାରା କୌଣସି ଠାରେ କୌଣସି ବି ସମୟରେ ଟିକସ ପୈଠ କରିପାରିବ | ମୁ ନିଶ୍ଚିତ ଯେ ଲୋକମାନେ ଏହା ଦ୍ୱାରା ବେଶ ଉପକୃତ ହୋଇପାରିବେ | ଏଭଳି ବ୍ୟବସ୍ଥା ସାରା ଦେଶରେ ପ୍ରଥମ | ଏହା ଦ୍ୱାରା ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକ ମଧ୍ୟରେ ରାଜସ୍ବ ଆଦାୟ କରିବା ପାଇଁ ସୁସ୍ଥ ପ୍ରତିଯୋଗିତା ହୋଇ ପାରିବ | ସହରାଂଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକର ଆୟ ବଢାଇବା ପରେ ଲୋକମାନଙ୍କୁ ନାଗରିକ ସେବା ଯୋଗାଇଦେବା ପାଇଁ ଅଧିକ ପୁଞ୍ଜି ବ୍ୟୟ  କରିହେବ | ଏହା ସହରାଞ୍ଚଳରେ ଲୋକଙ୍କ ଜୀବନକୁ ଅଧିକ ଉନ୍ନତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରଥିଲେ | ମୁନିସିପାଲ ପ୍ରିମିୟର ଲିଗ ପାଇଁ ଉଦ୍ଦିଷ୍ଟ ଟ୍ରଫିର ଅନାବରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା | 

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ନଗର ଉନ୍ନୟନ ସଚିବ ଜି ମାଥିଭାଥନ, ୫ଟି ସଚିବ ଭିକେ ପାଣ୍ଡିଆନ ଓ ଅନ୍ୟମାନେ ଉପସ୍ଥିତ ଥିଲେ |

0
0
0
s2sdefault