ହେଡଲାଇନସ୍:

ରୋଗୀଣା ଶିଶୁକୁ ନେଇ ଯାଉଥିଲା ଆମ୍ବୁଲାନ୍ସ ,ଗଛରେ ପିଟିଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା /ପ୍ରତାପ ମେହେର : ହରଭଙ୍ଗା  ବ୍ଲକ୍ ପୁରୁଣାକଟକ ପଞ୍ଚାୟତ ୫୭ ନମ୍ୱର୍ ଜାତୀୟ ରାଜପଥ ଛତ୍ରପୁର ନିକଟରେ ଲକ୍ଷ୍ମଣପୁରର ଏକ ଶିଶୁ କୁ ବୌଦ୍ଧ ମେଡିକାଲ୍ ନେଇ ଯାଉଥିବା ୧୦୨ ଆମ୍ବୁଲାନ୍ସ ଗାଡି ନମ୍ୱର୍ OD 27 B 2221  ଆଜି ବେଳା ସମୟ ୧:୪୦ ରେ ଏକ ଗଛରେ ପିଟି ଦେଇଛି । ଗାଡ଼ିରେ  ୯ ମାସର ଛୁଆ ସହିତ ବାପା ମା  ଯାଉଥିଲେ । ଦୁର୍ଘଟଣା ହେବା ଫଳରେ ଛୁଆ ର ବାପା ସନାତନ  ବିଶ୍ଵାଳ ଗୁରୁତର ଆହତ ।  ସ୍ଵେଚ୍ଛାସେବୀ ବିଞ୍ଜାମିନ ନାୟକ ଏବଂ ଅନ୍ୟାନ୍ୟ ସହଯୋଗୀ ବୌଦ୍ଧ ମେଡିକାଲ୍ କୁ  ସ୍ଥାନୀୟ ଅଟୋରେ ପଠାଇଛନ୍ତି ।

0
0
0
s2sdefault