ହେଡଲାଇନସ୍:

କାଲିର ଅପହରଣ-ଦୁଷ୍କର୍ମ ଅଭିଯୋଗ ଆଜି ସାଜିଲା ବରଣ ମାଳା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜେଲ ଭିତରେ ବାହାଘର।                         

ବାରିପଦା (ଦିଲ୍ଲୀପ ମହାନ୍ତି )- ଜେଲ ଭିତରେ ହେଲା ବାହାଘର। ନଥିଲା  ବରଯାତ୍ରୀ ଅଥବା  ବାଣ ରୋଷଣୀ ଶବ୍ଦ ଶୁଣା ଯାଇନଥିଲା। ନିରାଡ଼ମ୍ବର ଭାବେ ଶେଷ ହୋଇଛି ବାହାଘର। କିନ୍ତୁ ଘଟଣାଟି ସତ। ତେବେ ଘଟଣାଟି ଏମିତି ଦୀର୍ଘ ୧୦ମାସ ହେଲା ଏକ ଅପହରଣ ସହ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲରେ ରହୁଥିବା ଯୁବକ ପାଲଟିଲେ ବର  । ଏବେ ଅଭିଯୁକ୍ତ ଯୁବକ ଓ ଅଭିଯୋଗକାରିଣୀ ଯୁବତୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହେବା ସହ ଉଭୟ ପରିବାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମନ ମାଳିନ୍ୟ ଦୂର ହୋଇପାରିଛି । ଅଭିଯୁକ୍ତ ଯୁବକ ଏବଂ ପିଡ଼ିତା ଯୁବତୀ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେବା ଯୋଗୁଁ ଉଭୟ ପରିବାର ମଧ୍ୟରେ ଏବେ ଶତ୍ରୁତା  ବନ୍ଧୁତାକୁ ରୂପାନ୍ତରିତ ହୋଇଯାଇଛି । ଆଉ ଏହି ବନ୍ଧୁତା ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଖୋଦ ଜେଲ ସୁପରିଟେଣ୍ଡେଣ୍ଟ ଓ କରଞ୍ଜିଆର ଅତିରିକ୍ତ ଜିଲ୍ଲା ଦୌରା ଜଜ। ସୂଚନାଯୋଗ୍ୟ , ଗତ ନଭେମ୍ବର ମାସରେ ଜେଲ ପରିଦର୍ଶନ ସମୟରେ ଏହି ଘଟଣାକୁ ନେଇ ପ୍ରଥମେ ଜେଲ ସୁପରିଟେଣ୍ଡେଣ୍ଟ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଉଭୟ ପକ୍ଷଙ୍କ ପରିବାର ଓ ଓକିଲ ଏନେଇ ପ୍ରସ୍ତାବ ସପକ୍ଷରେ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାରୁ, ଜେଲ ପରିସରରେ ସ୍ଥାନୀୟ ସବ ରେଜିଷ୍ଟରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ରେଜେଷ୍ଟ୍ରି ମ୍ୟାରେଜ ହୋଇଛି।  ଅଭିଯୁକ୍ତ ଜଣକ ହେଲେ କୁମାର ହେମ୍ବ୍ରମ, ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଝରପୋଖରିଆ ଥାନା ସାରିପଦା ଗାଁରେ। ସେହିପରି ଅଭିଯୋଗକାରୀଣୀ ଯୁବତୀଙ୍କ ଘର କରଞ୍ଜିଆ ଥାନା ମିରିଗିନେଣ୍ଡି ଗାଁରେ।  ଅଭିଯୁକ୍ତର ଓକିଲଙ୍କ କହିବାନୁସାରେ ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କ ଘର ନିକଟରେ ଚାଲୁଥିବା ପ୍ରକଳ୍ପ କାମରେ ଗାଡି ଡ୍ରାଇଭର ଭାବେ ନିୟୋଜିତ ଥିଲେ। ଆଉ ଏହି ସମୟରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ଏହାରି ଭିତରେ ଉଭୟ ବିବାହ ପାଇଁ ପ୍ରସ୍ତୁତି ଚଲାଇଥିଲେ ବି ଦୁର୍ଭାଗ୍ୟବଶତଃ ପ୍ରେମିକାଙ୍କ ପରିବାରବର୍ଗ, ସଂପର୍କୀୟଙ୍କ ଭୁଲ ବୁଝାମଣା ଓ ବିଶେଷକରି ପିଡ଼ିତା ଯୁବତୀଙ୍କ ଘର ପାଖ କିଛି ଖଳ ପ୍ରକୃତିର ଲୋକଙ୍କ ଷଡଯନ୍ତ୍ର ପାଇଁ ଏହିପରି ଅବସ୍ଥା ହୋଇଥିଲା। ହେଲେ ବର୍ତ୍ତମାନ ସବୁକିଛି ଠିକଠାକ ହେବା ସହ ବାକି ଜୀବନ ହସଖୁସିରେ ପତିପତ୍ନୀ ଭାବେ କଟାନ୍ତୁ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ।

0
0
0
s2sdefault