ହେଡଲାଇନସ୍:

ଆରମ୍ଭ ହେଲା ସର୍ବଭାରତୀୟ ହକି ଟୁର୍ଣ୍ଣାମେଂଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ( ବିଶ୍ୱଜିତ ନାୟକ)ନୟାଗଡ଼ ଜିଲ୍ଲା ଖେଳପଡ଼ିଆ ପ୍ରାଙ୍ଗଣରେ  ଆୟୋଜିତ ହେଇଯାଉଛି ସର୍ବଭାରତୀୟ ହକି ଟୁର୍ଣ୍ଣାମେଂଟ । ପ୍ରଥମ କରି ନୟାଗଡ଼ ଜିଲ୍ଲା ହକି ଆସୋସିଏସନ  ଏହାକୁ ଆୟୋଜିତ କରିଛି । ହକି ଆସୋସିଏସନର ସଭାପତି ମିତାଲୀ ପ୍ରିୟଦର୍ଶନୀ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସର୍ବ ଭାରତୀୟ ହକି ଟୁର୍ଣ୍ଣାମେଂଟକୁ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ  ଉଦଘାଟନ କରିଛନ୍ତି । ଡ଼ ସାହୁ  ବେସ କଛି ସମୟ ହକି ଖେଳ ଅଭ୍ୟାସ ମଧ୍ୟ କରିଥିଲେ । ଆଜିର ପ୍ରଥମ ଖେଳରେ ହକି ଏକାଡେମୀ କଲିକତା ସହ ରାଉଲକେଲା ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଉଲକେଲା  ୩-୧ ଗୋଲରେ ବିଜୟ ଲାଭ କରିଛି । ସେହିପରି ଦ୍ୱିତୀୟ ଖେଳରେ ହକି ଆସୋସିଏସନ ଢେଙ୍କାନାଳ ସହ ବିଜୁ ପଟ୍ଟନାୟକ ହକି ଏକାଡେମୀ ନୟାଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନୟାଗଡ଼ ୧-୦ ଗୋଲରେ ବିଜୟୀ ଲାଭ କରିଛି । ଏଥିରେ  ନୟାଗଡର ଅନେକ କ୍ରୀଡାପ୍ରେମୀ ,ବୁଦ୍ଧିଜୀବୀ ,ରାଜନେତା  ଏବଂ ସାମ୍ବାଦିକ ଉପସ୍ଥିତ ରହି ଖେଳକୁ ଭରପୁର ଉପଭୋଗ କରିଥିଲେ ଏବଂ ପ୍ରଥମ କରି ନୟାଗଡରେ ସର୍ବଭାରତୀୟ ହକି ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ଅନେକ ଉସ୍ଛାହ ଦେଖିବାକୁ ମିଳିଥିଲା ।

0
0
0
s2sdefault