ହେଡଲାଇନସ୍:

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ଚାରା ରୋପଣ  କାର୍ଯ୍ୟକ୍ରମ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ  ଅନୁଷ୍ଠିତ ହୋଇ ଯାଇଛି |

  ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକାର୍ତ୍ତାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ବନ ବିଭାଗର କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

       ଏହି କାର୍ଯ୍ୟକ୍ରମ ମୁଖ୍ୟତଃ  ଭାବେ ଏହିଭଳି ଚାରା ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସମ୍ବନ୍ଧୀୟ ଆହ୍ବାନକୁ ଦୃଢ ଭାବେ ସ୍ଥିରତା ଆଣିପାରିବ ବୋଲି କୁହା ଯାଇଛି । ଅନ୍ୟପକ୍ଷରେ  ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତେ ଚାରା ରୋପଣ କରିଥିବା ବୃକ୍ଷର ଆଗାମୀ ଦିନ ମାନଙ୍କରେ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବାର ସଂକଳ୍ପ ନେଇଥିବା ଜଣାଯାଇଛି ।

 

0
0
0
s2sdefault